Home Left

ବାର୍‌ହା ଆକ୍ରମଣ

ବଡ଼ବିଲ,୧୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧୀନ ମୂର୍ଗାବେଡ଼ା ଅଞ୍ଚଳରେ ବାର୍‌ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ସୁରେଶ ଲାଗୁରୀ । ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ସୋମବାରଠୁ ବାରାଣାସୀରେ ଜି-୨୦ କୃଷି ବୈଜ୍ଞାନିକ ବୈଠକ

ଲକ୍ଷ୍ନୌ,୧୬।୪: ଜି-୨୦ କୃଷି ବୈଜ୍ଞାନିକ ବୈଠକ ଏପ୍ରିଲ ୧୭ରୁ ୧୯ ତାରିଖ ଯାଏ ବାରାଣାସୀରେ ଅନୁଷ୍ଠିତ ହେବାକୁ ଯାଉଛନ୍ତି। ଏହି ବୈଠକରେ ବିଶ୍ୱର ୨୦ଟି ଦେଶର ପ୍ରତିନିଧୀ ଏବଂ ଅନ୍ୟ ଅଂଶୀଦାର ଦେଶର ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ। ଏଥିପାଇଁ ଉତ୍ତରପ୍ରଦେଶ ସରକାର…

ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି

ରାଇକିଆ,୧୬।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ରବିବାର ମାଣିକେଶ୍ୱର ପଞ୍ଚାୟତ ପରିଦର୍ଶନରେ ଆସି ବରେପଙ୍ଗାରେ ହୋଇଥିବା ଷ୍ଟ୍ରବେରି ଚାଷ ବୁଲି ଦେଖିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରି ଚାଷ କରି…

ପୁଅବୋହୂର ଆକ୍ରମଣରେ ଚାଲିଗଲା ବୃଦ୍ଧା ମା’ଙ୍କ ଜୀବନ

ଦାରିଙ୍ଗବାଡ଼ି,୧୬।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଧୀନ ପାଙ୍ଗଲି ଗ୍ରାମରେ ପାରିବାରିକ କଳହକୁ ନେଇ ପୁଅବୋହୂର ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟିଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ହେଲେ ପାଡନକେତା ଗ୍ରାମର ପୁଷ୍ପାଞ୍ଜଳି ପରିଚ୍ଛା। ଏନେଇ…

ଅତିକ-ଅଶ୍ରଫଙ୍କ ହତ୍ୟା ପରେ ଆଲର୍ଟରେ ୟୁପି ପୋଲିସ, ଗୁଜବ ଉପରେ ଧ୍ୟାନ ନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଲକ୍ଷ୍ନୌ,୧୬।୪: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କୁ ଶନିବାର ହତ୍ୟା କରାଯାଇଛି। ଏହି ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଲର୍ଟ ମୋଡରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର…

ଆଇପିଏଲ୍‌ ଖେଳିଲେ ଯାଆଁଳା ଭାଇ

ମୁମ୍ବାଇ, ୧୬।୪ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇ ଭାଇ ଖେଳିବାର ନଜିର ରହିଛି। ହେଲେ ୧୬ ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଖେଳିଛନ୍ତି ଯାଆଁଳା ଭାଇ। ସେମାନେ ହେଲେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ଡୁଆନ ଜାନସେନ।…

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଅତିକ-ଅଶ୍ରଫଙ୍କ ୩ ହତ୍ୟାକାରୀ

ଲକ୍ଷ୍ନୌ,୧୬।୪: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଶନିବାର ଅତିକ-ଅଶ୍ରଫଙ୍କୁ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ଡାକ୍ତରୀ ପରୀକ୍ଷା କରାଇବାକୁ ନେବା ବେଳେ ପୋଲିସ…

୧୧ ବର୍ଷ ପରେ ପିବିକେଏସ୍‌କୁ ଫେରିଲେ ହରପ୍ରୀତ ସିଂ ଭାଟିଆ

ନୂଆଦିଲ୍ଲୀ,୧୬।୪: ଆଇପିଏଲର ୧୬ ତମ ସିଜିନର ୨୧ ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ହରାଇ ୨ ଉଇକେଟରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି।…

ମୟଙ୍କ ଯାଦବଙ୍କ ସ୍ଥାନରେ ଖେଳିବେ ଅର୍ପିତ ଗୁଲେରିଆ

ନୂଆଦିଲ୍ଲୀ,୧୬।୪: ନିକଟରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଖେଳାଳୀ ମୟଙ୍କ ଯାଦବ ଆହତ ହୋଇଥିଲେ। ତେବେ ଆହତ କାରଣରୁ ମୟଙ୍କ ପୂରା ସିଜିନ ଖେଳିପାରିବେ ନାହିଁ। ଇତି ମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୟଙ୍କ ଯାଦବଙ୍କ ରିପ୍ଲେସମେଣ୍ଟକୁ ନେଇ ଏକ ଘୋଷଣା କରିଛି।…

ମ୍ୟାଚ ପରେ ଅନୁଷ୍କାଙ୍କୁ ଇସାରା କରିଥିଲେ କୋହଲି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୪: ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍‌ରେ ପରାସ୍ତ କରିଛି। କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମ୍ୟାଚ ଦେଖିବାକୁ ଆସିଥିଲେ। ମ୍ୟାଚ ପରେ କୋହଲି ନିଜେ ଗ୍ରାଉଣ୍ଡରୁ ଷ୍ଟାଡିୟମରେ ବସିଥିବା ଅନୁଷ୍କାଙ୍କୁ…

ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ବନ୍ଦ

ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁର ଜିଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧିକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ସୋମବାର ଏବଂ ମଙ୍ଗଳବାର ୨ ଦିନ ବନ୍ଦ…

ଅତିକ-ଅଶରଫ ହତ୍ୟା ମାମଲା: ଅସନ୍ତୁଷ୍ଟ ଭାଜପା ହାଇକମାଣ୍ଡ ଦେଲେ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ଗୁଳି କରି ହତ୍ୟା କରାଯିବା ପରଠାରୁ ରାଜନୈତିକ ଜଗତରୁ ଲଗାତାର ପ୍ରତିକ୍ରିୟାମାନ ଆସୁଛି। ଶାସକ ଓ ବିରୋଧି ସମସ୍ତେ ଏହି ହତ୍ୟାକାଣ୍ଡକୁ ନେଇ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri