୫-ଟିକୁ ଟୋନି ବ୍ଲେୟାରଙ୍କ ପ୍ରଶଂସା

ଭୁବନେଶ୍ୱର,୨୭।୭(ଅନିଲ ଦାସ)ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଓଡ଼ିଶାର ଆର୍ଥିକ ବିକାଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୨୩ ଜୁଲାଇ ୨୧ରେ ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ଲୋବାଲ ଚେଞ୍ଜ (ଟିବିଆଇ) ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ଓଡ଼ିଶାରେ ଏକ ସମନ୍ବିତ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ନେଇ ଉକ୍ତ ଅନୁଷ୍ଠାନ ବିନା ମୂଲ୍ୟରେ ବିଭିନ୍ନ ନୀତି ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀ ଟିବିଆଇର ପ୍ରାଥମିକ ପରାମର୍ଶକୁ ପ୍ରଶଂସା କରିବା ସହ ଏହା ରାଜ୍ୟରେ ଶିଳ୍ପର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି। ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଟୋନି ବ୍ଲେୟାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଟୋନି ବ୍ଲେୟାର ମଧ୍ୟ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହେଉଥିବା ବିକାଶର
ଧାରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟରେ ରୂପାନ୍ତର ପାଇଁ କାର୍ଯ୍ୟକାରୀ ହେଉଥିବା ୫-ଟି ଅଭିନବ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି।
ଆସନ୍ତା ୨ ବର୍ଷ ପାଇଁ ଟିବିଆଇ ୪ ଜଣ ବିଶେଷଜ୍ଞ ଟିମ୍‌ଙ୍କୁ ବିନିଯୋଗ କରିବ। ଏହି ଟିମ୍‌ ଟିବିଆଇ ନେତୃତ୍ୱ ଅଧୀନରେ କାମ କରିବ। ଏହି ଟିମ୍‌ ଓଡ଼ିଶା ଟିମ୍‌ ସହ ମିଳିତ ଭାବେ କାର୍ଯ୍ୟ କରିବ। ଟୋନି ବ୍ଲେୟାର ୨୦୧୬ରେ ଲଣ୍ଡନଠାରେ ଟିବିଆଇ ପ୍ରତିଷ୍ଠା କରିଥିଲେ। ୪୪ଟି ଦେଶରେ ଏହା କାର୍ଯ୍ୟକ୍ଷମ ରହିଛି। ମାନବସମ୍ବଳର ବିନିଯୋଗ, ଶକ୍ତି, ବୈଦେଶିକ ନୀତି, ପୁଞ୍ଜିନିବେଶ, ଭିତ୍ତିଭୂମି, ଉତ୍ତମ ପ୍ରଶାସନ ଏବଂ ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ଓଡ଼ିଶାରେ ଏହି ଟିମ୍‌ ବିଭିନ୍ନ ଯୋଜନାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିବା ସହ ଦକ୍ଷତା ବୃଦ୍ଧି, ଯୋଗାଯୋଗ କ୍ଷେତ୍ରରେ ସଂସ୍କାର, ଶିଳ୍ପକୁ ଗୁରୁତ୍ୱ, ବନ୍ଦରଭିତ୍ତିକ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?