ଭୁବନେଶ୍ୱର,୨୭।୭(ଅନୁରାଧା ମହାରଣା)ମାଧ୍ୟମିକ ଶିକ୍ଷାରେ ଓଡ଼ିଶାରେ ସର୍ବାଧିକ ପିଲା ଅଧାରୁ ପାଠପଢ଼ା ଛାଡୁଛନ୍ତି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସଭାରେ ଏପରି ତଥ୍ୟ ରଖିଛନ୍ତି। ଉକ୍ତ ତଥ୍ୟ ଅନୁସାରେ, ଜାତୀୟ ଡ୍ରପ୍ ଆଉଟ୍ ରେଟ୍ ବା ଜାତୀୟ ସ୍ତରରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ହାର ୧୨.୬ ପ୍ରତିଶତ ରହିଛି। ତେବେ ଓଡ଼ିଶାରେ ଏହି ହାର ସର୍ବାଧିକ ରହିଛି ଅର୍ଥାତ୍ ୨୭.୩ ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଶ୍ରେଣୀ ବଢ଼ିଲେ ପିଲାଙ୍କ ସଂଖ୍ୟା କମୁଛି। ରାଜ୍ୟରେ ୫-ଟି ଅଧୀନରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଇ ପିଲାଙ୍କୁ ସ୍କୁଲମୁହାଁ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ମାଧ୍ୟମରେ ପିଲାଙ୍କ ଉପସ୍ଥାନ ବଢ଼ାଇବା ଉଦ୍ୟମ କରାଯାଉଥିବା ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବାବେଳେ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ୟୁଡିଆଇଏସ୍ଇ ପ୍ଲସ୍ ପକ୍ଷରୁ ମିଳିଥିବା ସୂଚନା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଭିନ୍ନ ଚିତ୍ର ବଖାଣୁଛି। ପ୍ରାଥମିକ ଶିକ୍ଷା ଓ ଉଚ୍ଚ ପ୍ରାଥମିକ ଶିକ୍ଷାରେ ଡ୍ରପ୍ ଆଉଟ୍ ହାର ତୁଳନାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏହି ହାର ଅଧିକ ରହିଛି। ଓଡ଼ିଶା ତଳକୁ ମେଘାଳୟ ରହିଛି। ମାଧ୍ୟମିକ ଶିକ୍ଷାରେ ଅଧାରୁ ପାଠ ଛାଡୁଥିବା ହାର ମେଘାଳୟରେ ୨୧.୭ ପ୍ରତିଶତ ରହିଥିବା ବେଳେ ବିହାର ୨୦.୫, ଆସାମ ୨୦.୩, ଆନ୍ଧ୍ରପ୍ରଦେଶ ୧୬.୩, ଗୁଜରାଟ ୧୭.୯, ପଞ୍ଜାବ ୧୭.୨ ଏବଂ ପଶ୍ଚିମବଙ୍ଗରେ ୧୮ ପ୍ରତିଶତ ରହିଛି।
ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଣିପୁରରେ ଡ୍ରପ୍ ଆଉଟ୍ ହାର ସର୍ବାଧିକ ୧୩.୩ ପ୍ରତିଶତ ରହିଛି। ଏହା ତଳକୁ ମେଘାଳୟରେ ୯.୮ ପ୍ରତିଶତ ଓ ଅରୁଣାଞ୍ଚଳ ପ୍ରଦେଶରେ ୯.୩ ପ୍ରତିଶତ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ଶିକ୍ଷାରେ ମେଘାଳୟର ଡ୍ରପ୍ ଆଉଟ୍ ହାର ସର୍ବାଧିକ ୧୦.୬ ପ୍ରତିଶତ ରହିଥିବାବେଳେ ଆସାମରେ ୮.୮ ପ୍ରତିଶତ ଓ ପଞ୍ଜାବରେ ୮ ପ୍ରତିଶତ ରହିଛି। ରାଜ୍ୟ ସଭାରେ ତଥ୍ୟ ଉପସ୍ଥାପନ କରି ମନ୍ତ୍ରୀ ଦେବୀ କହିଛନ୍ତି, ଭାରତ ସରକାର ୨୦୧୮-୧୯ରେ ସାମଗ୍ରିକ ଶିକ୍ଷା ଯୋଜନା ଆରମ୍ଭ କରିଥିଲେ। ପ୍ରି-ସ୍କୁଲରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏ ପିଲାମାନେ ଯେପରି ଅଧାରୁ ପାଠପଢ଼ା ନ ଛାଡ଼ନ୍ତି ତାହା ଏହି ଯୋଜନାର ଲକ୍ଷ୍ୟ ରହିଛି। କିନ୍ତୁ ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ସର୍ବାଧିକ ରହିବା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

