୧୬ରୁ ଘରୋଇ ବସ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର,୨୭।୭(ଅନିଲ ଦାସ)ମୋ ବସ୍‌ ଚଳାଚଳକୁ ନେଇ ଘରୋଇ ବସ୍‌ ମାଲିକ ଚିନ୍ତାରେ ପଡ଼ିଛନ୍ତି। ସହରାଞ୍ଚଳ ଛାଡି ବିଭିନ୍ନ ସ୍ଥାନକୁ ମୋ ବସ୍‌ ସେବା ଯୋଗାଇ ଦିଆଯିବା ଫଳରେ ସେମାନେ ରୋଜଗାର ହରାଇବାକୁ ବସିଲେଣି। ଯାତ୍ରୀମାନେ ମୋ ବସ୍‌କୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ ରାଜ୍ୟ ସରକାର କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ମୋ ବସ୍‌ ସେବା ଯୋଗାଇ ଦେବାକୁ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଏହା ଚଳାଚଳ କରିବ। ସେହିପରି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ମୋ ବସ୍‌ ସେବା ଜାରି ରହିଥିବାରୁ ଘରୋଇ ବସ୍‌ ମାଲିକ ହାତବାନ୍ଧି ବସିଲେଣି। ମୋ ବସ୍‌ ନାମରେ ବହୁ ବସ୍‌ ପର୍‌ମିଟ ନ ଥାଇ ବେଆଇନ ଭାବେ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି। ଏଥିଯୋଗୁ ସେହି ରୁଟ୍‌ରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକ ଘୋର ଆର୍ଥିକ କ୍ଷତି ସହୁଛନ୍ତି। ମୋ ବସ୍‌ ସେବା ସହରାଞ୍ଚଳରେ ଚାଲିବାକୁ ଥିବାବେଳେ ତାହା ଗ୍ରାମାଞ୍ଚଳକୁ ସମ୍ପ୍ରସାରଣ କରାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଅଭିଯୋଗ କରିଛି। ପୁନଶ୍ଚ ଅନ୍ୟ ଏକ ସ୍କିମ୍‌ରେ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମାର ଏବଂ ସହରାଞ୍ଚଳକୁ ବସ୍‌ ଚଳାଚଳ କରିବ। ଏହାଦ୍ୱାରା ଆହୁରି ଅରାଜକତା ସୃଷ୍ଟି ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସମସ୍ୟାକୁ ନେଇ ସଂଘ ପକ୍ଷରୁ ଭୁବନେଶ୍ୱରରେ ବୁଧବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟର ବିଭିନ୍ନ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗଦେଇ ମୋ ବସ୍‌ ସେବାକୁ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମା ଓ ଆନ୍ତଃଜିଲାକୁ ଚଳାଚଳ କରିବାକୁ କଡ଼ା ବିରୋଧ କରିଛନ୍ତି। ରାଜ୍ୟ ସରକାର ଯଦି ଏହି ପ୍ରସ୍ତାବରୁ ନ ଓହରିବେ ତେବେ ସମସ୍ତ ବସ୍‌ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାର ଯଦି ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ୧୬ ତାରିଖଠାରୁ ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ସେ କହିଛନ୍ତି ଯେ ମୋ ବସ୍‌ ଯୋଗୁ ରାଜ୍ୟରେ ବସ୍‌ ମାଲିକମାନେ ହାତବାନ୍ଧି ବସିଲେଣି। ମୋ ବସ୍‌ ସେବା ସହରରେ ସୀମିତ ନ ହୋଇ ସମଗ୍ର ରାଜ୍ୟରେ ଚଳାଇବା ଦ୍ୱାରା ଘରୋଇ ବସ୍‌ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଦରକାର। ଲୋକନାଥ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସମେତ ସଂଘର ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?