ଭୂତଚାଷୀଙ୍କଠାରୁ କିଣାଯାଇଛି ଧାନ
ପଟ୍ଟାମୁଣ୍ଡାଇ,୨୫ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଫଲସ୍ ଏଣ୍ଟ୍ରି ପାଇଁ ଭୂତଚାଷୀ ନଁାରେ ପଞ୍ଜୀକରଣ ଓ ପ୍ରକୃତ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାହାର ନଜର ନାହିଁ। କଷ୍ଟ କରି…
ଇନ୍ଦିରା, ସୋନିଆ ବି ହରାଇଥିଲେ ସଦସ୍ୟତା
ନୂଆଦିଲ୍ଲୀ,୨୫ା୩: କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅତୀତରେ ଅନେକ ଆଇନପ୍ରଣେତା ଗୃହରେ ଅଯୋଗ୍ୟ ଘୋଷିତ ହୋଇଥିଲେ। ୧୯୭୭ର ଜରୁରିକାଳୀନ ପରିସ୍ଥିତି ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାହୁଲଙ୍କ ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶୋଚନୀୟ ପରାଜୟର ମୁହଁ…
ବାନ୍ଧବୀଙ୍କ ସମେତ ୩ ଯୁବତୀ ଖୋଲିଥିଲେ ହ୍ବାଟ୍ସଆପ୍ ଗ୍ରୁପ୍
ଭୁବନେଶ୍ୱର,୨୫।୩(ବ୍ୟୁରୋ): ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ସପ୍ତାହେ ପୂରିଛି। ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ବାନ୍ଧବୀ ଜିଜ୍ଞାସାଙ୍କ…
ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର୍ଙ୍କ ନାଁରେ ଏନ୍ଆଇଏ ଚାର୍ଜଶିଟ୍
ନୂଆଦିଲ୍ଲୀ,୨୫ା୩: ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସହଯୋଗୀ କାନାଡା ଗ୍ୟାଙ୍ଗ୍ଷ୍ଟର ଗୋଲ୍ଡି ବ୍ରାର୍ଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଶୁକ୍ରବାର ଚାର୍ଜଶିଟ୍ ଦାଖଲ କରିଛି। ଏମାନେ ବେଆଇନ ଖଲିସ୍ତାନୀ ସଂଗଠନ ବାବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ଏବଂ ଅନ୍ୟ…
ଆରମ୍ଭ ହେଲା ନୂତନ ମାର୍କେଟ କମ୍ପ୍ଲେକ୍ସ କାମ
କଟକ ଅଫିସ,୨୫ା୩: କଟକ ଚଣ୍ଡୀ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି। ସେଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ କାମ ଆରମ୍ଭ ହୋଇଯାଇଛି ା ଏତଦ୍ବ୍ୟତୀତ ଶୈଳବାଳା ମହିଳା ସ୍ବୟଂସାଶିତ କଲେଜ ଭିତର ଦେଇ ରାସ୍ତା ଡାଇଭର୍ସନ କାର୍ଯ୍ୟ ଜାରି ରହିଛି…
୫ ଗ୍ରାମବାସୀଙ୍କୁ ଗିରଫ କଲା ବନ ବିଭାଗ
ବାରିପଦା ଅଫିସ,୨୫ା୩: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ହଳଦୀବଣି ସେକ୍ସନ ଜଡ଼ିପାଳ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବେଆଇନ ଗଛ କଟାଯିବା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ଘଟଣାରେ ୫ଜଣ ଗ୍ରାମବାସୀଙ୍କୁ ବାରିପଦା ବନ ବିଭାଗ ଶୁକ୍ରବାର…
ଡ୍ରେନ କାର୍ଯ୍ୟର ସମୀକ୍ଷା କଲେ ମେୟର
ଭୁବନେଶ୍ୱର, ୨୫।୩ (ବ୍ୟୁରୋ): ବର୍ଷା ଦିନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଡ୍ରେନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ସହିତ ପଙ୍କ ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରୁଛି। ନିୟମିତ ଭାବେ ବିଏମ୍ସି କର୍ତ୍ତୃପକ୍ଷ ତିନୋଟି ଜୋନ୍ରେ ଚାଲୁ ରହିଥିବା…
ସର୍ବୋଚ୍ଚ ବଳିଦାନ ପାଇଁ ପ୍ରସ୍ତୁତ ହେବାକୁ ଶିଖ୍ଙ୍କୁ ପ୍ରବର୍ତ୍ତାଉଥିଲେ ଅମ୍ରିତ୍ପାଲ
ଚଣ୍ଡିଗଡ଼,୨୫ା୩: ଖଲିସ୍ତାନୀ ନେତା ଅମ୍ରିତପାଲ୍ ସିଂ ପଞ୍ଜାବ ପୋଲିସ ହାବୁଡ଼ରୁ ଖସି ପଳାଇଯିବା ପୂର୍ବରୁ ୧୦ ଦିନରେ ୫ଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଥିରେ ଉଦ୍ବୋଧନ ଦେଇ ସେ ଶିଖ୍ମାନଙ୍କୁ କଠୋରପନ୍ଥୀ ହେବା ଲାଗି ପରାମର୍ଶ ଦେଇଥିଲେ। ୮୦୦ରୁ ୧,୦୦୦ ଶିଖ୍ଙ୍କୁ ସର୍ବୋଚ୍ଚ…
ଆନ୍ଦୋଳନକୁ ଓହ୍ଲାଇଲେ କୁଷ୍ଠ ପୀଡ଼ିତ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ୧୦ ଦଫା ଦାବି ନେଇ ଶୁକ୍ରବାର ରାଜ୍ୟର କୁଷ୍ଠ ରୋଗୀ ସଂଗଠନ ସମୂହ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଗଣା ଘର, ପାନୀୟ ଜଳ ଓ ବିଜୁଳି ଯୋଗାଣ ପାଇଁ କୁଷ୍ଠ ପୀଡିତ…
ହିଣ୍ଡେନ୍ବର୍ଗ ରିପୋର୍ଟ ପରେ ଜାକ୍ ଡୋର୍ସିଙ୍କର ୫୨୬ ନିୟୁତ ଡଲାର କ୍ଷତି
ନୂଆଦିଲ୍ଲୀ, ୨୫ା୩: ଆମେରିକାର ତଦନ୍ତକାରୀ ଗ୍ରୁପ୍ ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଗୁରୁବାର ଜାକ୍ ଡୋର୍ସିଙ୍କ ମୋବାଇଲ୍ ପେମେଣ୍ଟ୍ସ ସଂସ୍ଥା ବ୍ଲକ୍ ବିରୋଧରେ ଅନିୟମିତତା ଅଭିଯୋଗ ଆଣିଥିଲା। ଏହାର କିଛି ଘଣ୍ଟା ପରେ ଜାକ୍ ଶେୟାର ବଜାରରେ ୫୨୬ ନିୟୁତ ଡଲାର କ୍ଷତି ସହିଛନ୍ତି।…
କେବେ ଖୋଲିବ ହାଡ଼ବନ୍ଧ ପୋଖରୀ
କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରରେ ସୌନ୍ଦର୍ଯ୍ୟକରଣ ହୋଇଥିବା ହାଡ଼ବନ୍ଧ ପୋଖରୀ ସର୍ବସାଧାରଣଙ୍କ ପାଇଁ ଖୋଲିପାରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତ ସମୟରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଆଦର୍ଶ ପୋଖରୀକୁ ଲୋକର୍ପଣ କରିଥିଲେ। ଏହାକୁ…
ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ୧୦ ରାଜ୍ୟରେ ଓଡ଼ିଶା: ମନ୍ତ୍ରୀ
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲ ରୂପାନ୍ତରଣ କେବଳ ଭିତ୍ତିଭୂମିର ବିକାଶରେ ସୀମିତ ନୁହେଁ, ଶିକ୍ଷକ ନିୟୋଜନ ମଧ୍ୟ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୨୦୨୩-୨୪ରେ ୧୦୪୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରାଯାଇ ୫୧,୫୩୫ ପଦବୀ ପୂରଣ ନିମିତ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଉଚ୍ଚ…
Archives


