ବାପାଙ୍କୁ ଫାଶୀ, ପୁଅଙ୍କୁ ଆଜୀବନ

ସମ୍ବଲପୁର/କୁଚିଣ୍ଡା,୧୦ା୮(ଶୁଭାଶିଷ ପାଢ଼ୀ/ବିରଞ୍ଚି ଦର୍କା) ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡ଼ା ଟ୍ରିପଲ ମର୍ଡର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲାଜଜ୍‌ ରାଜ କିଶୋର ଲେଙ୍କା ରାୟ ଶୁଣାଇ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାପା ନବୀନ ଦେହୁରିଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଫାଶୀଦଣ୍ଡ (ମୃତ୍ୟୁଦଣ୍ଡ) ସହ ୧ଲକ୍ଷ ଜରିମାନା ଏବଂ ତାଙ୍କୁ ସହଯୋଗ କରିଥିବା ପୁଅ ହେମାନନ୍ଦ ଦେହୁରିଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ୩୪ମାସ ପରେ ରାୟ ପ୍ରକାଶ ପାଇଛି। ତତ୍‌କାଳୀନ ଏସ୍‌ପି ଡ. ବିଶାଳ କନଓ୍ବର ସିଂ ଏହି ମାମଲାକୁ ରେଡ୍‌ଫ୍ଲାଗ ଭାବେ ଘୋଷଣା କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ରଞ୍ଜନ କୁମାର ଶର୍ମା ଓ ମୃତକ ପରିବାର ପକ୍ଷରୁ ସରକାରୀ ଓକିଲ ରବୀନ୍ଦ୍ର ନାଏକ ମାମଲା ପରିଚାଳନା କରୁଥିଲେ। ପୋଲିସ ସଂଗ୍ରହ କରିଥିବା ସମସ୍ତ ପ୍ରମାଣ ଓ ୨୦ଜଣ ସାକ୍ଷୀଙ୍କ ବୟାନ ଅଭିଯୁକ୍ତଙ୍କ ବିପକ୍ଷରେ ରହିଥିଲା।
ମାମଲାର ବିବରଣୀକୁ ପ୍ରକାଶ ଯେ, ପ୍ରାୟ ୧୦ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଲପଡା ଗ୍ରାମର ଅଭିଯୁକ୍ତ ନବୀନ ଓ ପଡୋଶୀ ପୀରବତୀ ବେହେରା (୫୫)ଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ପୀରବତୀ ଏକୁଟିଆ ରହୁଥିବାରୁ ତାଙ୍କ ସହିତ ଝିଅ ସାବିତ୍ରୀ (୩୦) ଓ ଜ୍ୱାଇଁ ଗିରିଧାରୀ ସାହୁ (୩୮) ରହୁଥିଲେ। କଳେବଳେ ଜମି ହାତେଇବା ପାଇଁ ନବୀନ ଓ ତାଙ୍କ ପୁଅ ହେମାନନ୍ଦ ଯୋଜନା କରିଥିଲେ। ଜମି ବିବାଦ କୋର୍ଟରେ ମଧ୍ୟ ବିଚାରାଧୀନ ରହିଥିଲା। ଏଭଳି ସମୟରେ ନବୀନ ଓ ହେମାନନ୍ଦ ପୀରବତୀଙ୍କ ପରିବାରକୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ୨୦୨୦ ଅକ୍ଟୋବର ୨୧ ତାରିଖ ଅପରାହ୍ନରେ ଗିରିଧାରୀ ବିଲରେ ଚାଷ କରୁଥିବା ବେଳେ ନବୀନ ହଠାତ୍‌ ପହଞ୍ଚତ୍ ତାଙ୍କୁ ଟାଙ୍ଗିଆରେ ବାରମ୍ବାର ଚୋଟ ମାରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟ ପରେ ପୀରବତୀ ଓ ଝିଅ ସାବିତ୍ରୀ ଗଁା ନଳକୂପରୁ ପାଣି ନେଇଯାଉଥିବା ବେଳେ ନବୀନ ପ୍ରଥମେ ପୀରବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମା’କୁ ବଞ୍ଚାଇବାକୁ ଯାଇ ସାବିତ୍ରୀ ମଧ୍ୟ ହତ୍ୟାର ଶିକାର ହୋଇଥିଲେ। ଏଥିରେ ନବୀନଙ୍କୁ ପୁଅ ହେମାନନ୍ଦ ସହଯୋଗ କରିଥିଲେ। ଘଟଣା ନେଇ ପୀରବତୀଙ୍କ ଅନ୍ୟଜଣେ ଝିଅ ପ୍ରତ୍ୟକ୍ଷଦର୍ଶୀ ମାଣିକ ପୃଷେଠଙ୍କ ଅଭିଯୋଗ ଆଧାରରେ ଥାନାରେ ୧୭୫/୨୦ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଖବର ପାଇ କୁଚିଣ୍ଡା ତତ୍‌କାଳୀନ ଏସ୍‌ଡିପିଓ ରାଜ କିଶୋର ମିଶ୍ର ଓ ମହୁଲପାଲି ଆଇଆଇସି ଜ୍ୟୋତ୍ସ୍ନାରାଣୀ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ବାପାପୁଅଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲେ। ଫୋରେନସିକ୍‌ ଟିମ୍‌ ମଧ୍ୟ ପହଞ୍ଚତ୍ ତଦନ୍ତ କରିଥିଲା। ତତ୍‌କାଳୀନ ଏସ୍‌ପି ସିଂ ଘଟଣାସ୍ଥଳ ପରିଦର୍ଶନ କରି ଅପରାଧର ଗମ୍ଭୀରତାକୁ ଦେଖି ରେଡ୍‌ଫ୍ଲାଗ ବର୍ଗରେ ତାଲିକାଭୁକ୍ତ କରିଥିଲେ। ସୂଚନାଯୋଗ୍ୟ, କୁଚିଣ୍ଡା ଅତିରିକ୍ତ ଜିଲା ଜଜ୍‌ କୋର୍ଟରେ ଏହା ତୃତୀୟ ଫାଶୀ ଦଣ୍ଡାଦେଶ। ଗୋବିନ୍ଦପୁର ଥାନା ମିଟୁପଡାରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କୁଚିଣ୍ଡା କୋର୍ଟରେ ୨୦୦୯ ମସିହାରେ ଫାଶୀ ଦଣ୍ଡାଦେଶ ହୋଇଥିଲା ା ତତ୍‌କାଳୀନ ଅତିରିକ୍ତ ଜିଲାଜଜ୍‌ ସରୋଜ ପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଅର୍ଜୁନ ତେଲିଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେହିପରି ଜମନକିରା ଥାନା ଅଞ୍ଚଳରେ ନାବାଳିକା ହତ୍ୟା ମାମଲାରେ ୨୦୧୦ ମସିହାରେ ତତ୍‌କାଳୀନ ଅତିରିକ୍ତ ଜିଲାଜଜ୍‌ ସରୋଜ ପତି ରାୟ ଶୁଣାଇ ଅଭିଯୁକ୍ତ ଶ୍ରୀ ହେମ୍ବ୍ରମଙ୍କୁ ଫାଶୀଦଣ୍ଡ ଦେଇଥିଲେ।
ଏ ସମ୍ପର୍କରେ ସରକାରୀ ଓକିଲ ରବୀନ୍ଦ୍ର ନାଏକ କହିଛନ୍ତି, ଅଭିଯୁକ୍ତ ପ୍ରଥମେ ବିଲରେ ଗିରିଧାରୀ ଏବଂ ପରେ ପୀରବତୀ ଓ ସାବିତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ସାବିତ୍ରୀଙ୍କ ପୁଅ ସଚିନ ଓ ଝିଅ ଈପ୍‌ସିତାଙ୍କ ଆଖି ଆଗରେ ହତ୍ୟାକାଣ୍ଡ ଘଟିଥିଲା। ଘଟଣାରେ ସାବିତ୍ରୀଙ୍କ ଭଉଣୀ ଓ ଝିଅପୁଅ ସାକ୍ଷୀ ରହିଥିବା ବେଳେ ଗିରିଧାରୀଙ୍କୁ ହତ୍ୟା ବେଳେ ଗ୍ରାମର ଜଣେ ଚାଷୀ ସାକ୍ଷୀ ରହିଥିଲେ। ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ ରିପୋର୍ଟ ଓ ପ୍ରମାଣ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ…

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ପୁରୁଷୋତ୍ତମପୁରରେ ଫୁଲୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?