Home Left

ଉଚ୍ଚଶିକ୍ଷା ପାଇଁ ଛୁଟି ନେଇପାରିବେ ଡାକ୍ତର

ଭୁବନେଶ୍ୱର, ୨୬ା୯(ଅସମାପିକା ସାହୁ):ଉଚ୍ଚଶିକ୍ଷା ନିମନ୍ତେ ଯିବାକୁ ଚାହୁଁଥିବା ଡାକ୍ତରଙ୍କୁ ଛୁଟି ମିଳିବ। କେତେଜଣ ପିଜି ଏବଂ ପୋଷ୍ଟ ପିଜି ଡାକ୍ତରଙ୍କ ଅଭିଯୋଗ ଶୁଣିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ…

୧୭ ଜିଲାକୁ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୬।୯(ଅସମାପିକା ସାହୁ):ରାଜ୍ୟରେ ଏବେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନ ଥିବାବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ସୋମବାର ବାରିପଦାରେ ସର୍ବାଧିକ ୫୮ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡ଼ାରେ ୨୯ ମିମି ଓ ଜଗତସିଂହପୁରରେ ୨୭.୧ ମିମି…

କାମ ହୋଇନି, ୬ ପ୍ରକଳ୍ପ ନାଁରେ ୧୦ ଲକ୍ଷ ହଡ଼ପ

ରାଜନଗର, ୨୬ା୯ (ଭାସ୍କର ରାଉତରାୟ): ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡ଼ିକର ଉନ୍ନତି ଓ ବିକାଶ ପାଇଁ କ୍ଷମତା ଅର୍ପଣ କରାଯାଇଛି। କରୋନା ମହାମାରୀ ସମୟରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଅର୍ପଣ କରାଗଲା। ମାତ୍ର ଜିଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି…

ବ୍ରାଜିଲ ରାଷ୍ଟ୍ରପତିଙ୍କର ହେବ ହିପ ସର୍ଜରୀ, ତିନି ସପ୍ତାହ ଘରେ ରହି କରିବେ କାମ

ସାଓ ପାଓଲୋ,୨୬।୯: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲାେ ଦା ସିଲ୍‌ଭାଙ୍କର ଚଳିତ ସପ୍ତାହରେ ହିପ ସର୍ଜରୀ କରାଯିବ। ସର୍ଜରୀ ପାଇଁ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ସେ ନିଜ ଘରେ ରହି କାମ କରିବେ। ମଙ୍ଗଳବାରରୁ ସେ ହସ୍ପିଟାଲ ଯିବେ…

ପରିବେଶକୁ ଅଣଦେଖା: ୩ ବର୍ଷରେ ୯ ଏନ୍‌ଜିଟି ମାମଲା

କେନ୍ଦ୍ରାପଡା, ୨୬ା୯ (ଜଗନ୍ନାଥ ଧଳ): ପରିବେଶ ସୁରକ୍ଷା ସାମ୍ପ୍ରତିକ ସମୟରେ ଏକ ଆହ୍ବାନ ହୋଇଛି। ଜାତିସଂଘଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଏ ନେଇ ବିବିଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା କେନ୍ଦ୍ରାପଡ଼ା…

ଭାରତୀୟ ଜଳବାୟୁରେ ଆଧାର ବାୟୋମେଟ୍ରିକ ନିର୍ଭରଯୋଗ୍ୟ ନୁହେଁ

ନୂଆଦିଲ୍ଲୀ,୨୬ା୯:ଆଧାର କାର୍ଯ୍ୟକ୍ରମ ଗୋପନୀୟତା ଏବଂ ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବାବେଳେ ଏହାର ବାୟୋମେଟ୍ରିକ୍‌ ପ୍ରଯୁକ୍ତି ଭାରତର ଉତ୍ତପ୍ତ ଏବଂ ଆର୍ଦ୍ର ଜଳବାୟୁରେ ନିର୍ଭରଯୋଗ୍ୟ ନୁହେଁ ବୋଲି ରେଟିଂ ସଂସ୍ଥା ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ଏକ ରିପୋର୍ଟରେ କହିଛି। ସମାଜର…

ଜନତାଙ୍କ ଅଭିଯୋଗ ଶୁଣାଣି ମୋ ପାଇଁ ସର୍ବୋଚ୍ଚ: ନବୀନ

ଭୁବନେଶ୍ୱର,୨୬ା୯(ଅନିଲ ଦାସ):ଆମେ ସମସ୍ତେ ଜନତାଙ୍କ ସେବକ। ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଆମର ସର୍ବୋଚ୍ଚ ପ୍ରାଥମିକତା। ଜନସାଧାରଣଙ୍କ ଖୁସିରେ ଲୋକ ପ୍ରତିନିଧିମାନେ ଖୁସି। ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେଉଛନ୍ତି। ମୋ ସରକାର ପାଇଁ ଜନସାଧାରଣ ହେଉଛନ୍ତି…

ପ୍ରତାପଙ୍କ ନାଁରେ ହତ୍ୟା ମାମଲା ଚାଲିବ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୨୬ା୯ (ଅଶୋକ କୁମାର ମହାପାତ୍ର/ଯଯାତି ସିଂ):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ୧୩ ନମ୍ବର ଅଭିଯୁକ୍ତ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ବିଧାୟକ ଜେନାଙ୍କ ନାମରେ ଆଇପିସି ଦଫା ୩୦୨, ୧୨୦ ବି ଓ…

ନାବାଳକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା,୨୬।୯(ସଂଗୀତା ଜେନା): ସୁନ୍ଦରଗଡ ଜିଲାର ରାଉରକେଲାରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ହେକେଟ ରୋଡରୁ ଦେଓଗାଆଁକୁ ସଂଯୁକ୍ତ କରୁଥିବା ରାସ୍ତାକଡ ବୁଦାରୁ ମଙ୍ଗଳବାର ସକାଳୁ ଜଣେ ନାବାଳକଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତକ ହେଉଛନ୍ତି ବାଲୁଘାଟ…

କଶ୍ମୀର ଦଖଲ ବିରୋଧରେ ଜେନେଭାରେ ବିରୋଧ: ପାକିସ୍ତାନ ଗୋ-ବ୍ୟାକ୍‌ ସ୍ଲୋଗାନ୍‌

ଜେନେଭା,୨୬।୯: ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୪ତମ ଅଧିବେଶନ ଜେନେଭାରେ ଚାଲିଛି। ଏହି ସମୟରେ ୟୁନାଇଟେଡ କଶ୍ମୀର ପିପୁଲ୍ସ ନ୍ୟାଶନାଲ ପାର୍ଟି (ୟୁକେପିଏନପି)ର ରାଜନୈତିକ କର୍ମୀମାନେ ଏଠାରେ ପ୍ରଦର୍ଶନ କରିଥିଲେ। ପିଓକେ କର୍ମୀମାନେ ପାକିସ୍ତାନ ଗୋ-ବ୍ୟାକ୍‌ ସ୍ଲୋଗାନ ଦେଇଥିଲେ। ୟୁନାଇଟେଡ…

ଷ୍ଟିଲ୍‌ ଓପନ ବୋଟ୍‌ ଉପରେ ପ୍ରଶାସନର ନଜର ପଡ଼ିଲା

କାଏମା,୨୬ା୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟରେ ମୋଟର ଚାଳିତ ବୋଟ୍‌ ଏସ୍‌ଓବି(ଷ୍ଟିଲ ଓପନ ବୋଟ୍‌) ଦୀର୍ଘଦିନରୁ ଅବହେଳିତ ଭାବେ ପଡ଼ିରହିଥିଲା। ଏ ସଂକ୍ରାନ୍ତରେ ଗତ ୨୩ ତାରିଖ ଧରିତ୍ରୀରେ ‘ଅବହେଳିତ ଅବସ୍ଥାରେ ଷ୍ଟିଲ ଓପନ…

ମସଜିଦ ଭିତରେ ପଶି ‘ଜୟ ଶ୍ରୀ ରାମ’ ସ୍ଲୋଗାନ: ୨ ଗିରଫ

ନୂଆଦିଲ୍ଲୀ,୨୬।୯: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ୨ ଅଜ୍ଞାତ ବ୍ୟକ୍ତି ମସଜିଦ ଭିତରକୁ ପ୍ରବେଶ କରି ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦେଇଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କାଦବା ପୋଲିସ ଏ ସମ୍ପର୍କରେ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri