ଅବ୍ୟବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବଡ଼ଚଣା,୨୪।୧(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ର ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୀର୍ଘଦିନ ହେଲା ଅବ୍ୟବସ୍ଥାରେ ଚାଲିଛି। ଏଠାରେ ୪ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ମୋଟ୍‌ ୧୪ ଡାକ୍ତର ରହିବା କଥା। ହେଲେ ଏବେ ୪ ଜଣ ଡାକ୍ତର ରହିଛନ୍ତି। ସେମାନେ ବଦଳି ହୋଇ କାର୍ଯ୍ୟ କରୁଛନ୍ତି। ସ୍ଥାୟୀ ଡାକ୍ତର କେହି ରହୁନାହାନ୍ତି। ନିର୍ଦ୍ଦିଷ୍ଟ ବିଭାଗର ମଧ୍ୟ କେହି ଡାକ୍ତର ନାହାନ୍ତି। ଅଧିକାଂଶ ସମୟ ଏଠାରେ ଡାକ୍ତର ପାଳିକରି ଆସୁଥିବା ଅଭିଯୋଗ ହେଉଛି।
ସ୍ବାସ୍ଥ୍ୟକେନ୍ଦ୍ର ୱାର୍ଡର ଶୌଚାଳୟ ଅପରିଷ୍କାର ହୋଇପଡ଼ିଛି। ପ୍ରସୂତି ବିଭାଗ ସମେତ ଅନ୍ୟ ୱର୍ଡର କାନ୍ଥରୁ ପାଣି ଝରି ଶିଉଳି ଜମିଛି। କାନ୍ଥରେ ବିଦ୍ୟୁତ୍‌ ସଂଯୋଗ ତାର ଛିଡ଼ି ଓହଳି ରହିଛି। କେତେକ ପଙ୍ଖା ଅଚଳ ହୋଇଝୁଲୁଛି। ଅନେକ ସମୟରେ ଆଉଟଡୋରରେ ଜଣେ ଡାକ୍ତର ରହିବା ଦ୍ୱାରା ୧୦୦ରୁ ୨୦୦ ରୋଗୀ ଦୀର୍ଘ ସମୟ ଲାଇନରେ ରହୁଛନ୍ତି।
ନିରାମୟ ଯୋଜନାରେ ଔଷଧ ଯୋଗାଇବାର ବ୍ୟବସ୍ଥା କରିଥିଲେ ମଧ୍ୟ ନାମକୁ ମାତ୍ର ଔଷଧ ମିଳୁଛି। ଫଳରେ ଅନେକ ଇଞ୍ଜେକ୍ସନ, ଔଷଧ ଗରିବ, ଅସହାୟ ରୋଗୀ ବାହାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ୪ ଜଣ ନର୍ସ ସେବା ଯୋଗାଇ ପାରୁନାହାନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୬ ନମ୍ବର ଜାତୀୟ ରାଜପଥ କଡରେ ରହିଥିବାରୁ ଏଠାକୁ ଦୈନିକ ଦୁର୍ଘଟଣା ଜନିତ ରୋଗୀ ବହୁ ମାତ୍ରାରେ ଆସିଥାନ୍ତି। ପଡ଼ୋଶୀ ଜିଲା ଢେଙ୍କାନାଳ ଓ କଟକର ମାହାଙ୍ଗା, ଗୋନ୍ଦିଆ ଅଞ୍ଚଳର ରୋଗୀ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ମାତ୍ର ଡାକ୍ତର ଅନେକ ସମୟରେ ରହୁ ନ ଥିବାରୁ ରୋଗୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହେଉଛି। ବହୁ ସମୟରେ ରୋଗୀସେବା ବାଧାପ୍ରାପ୍ତ ହେବା ନିତିଦିନିଆ ଘଟଣାରେ ପରିଣତ ହେଲାଣି। ବହିର୍ବିଭାଗ ୱାର୍ଡ ଆବଶ୍ୟକ ସ୍ଥଳେ ସଫା ନ ହେବାରୁ ଅବ୍ୟବସ୍ଥା ସୃଷ୍ଟି ହେଉଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ବଡ଼ଚଣା ବ୍ଲକର ୪୩ ପଞ୍ଚାୟତର ପ୍ରାୟ ୩ ଲକ୍ଷ ଏବଂ ପଡ଼ୋଶୀ ଜିଲାର ଲୋକେ ନିର୍ଭର କରୁଛନ୍ତି। ମାତ୍ର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଏଠାରେ ମେଡିକାଲ ଅଫିସର ଥିବା ଅଶୋକ ମିଶ୍ର ଦେଢ଼ ମାସ ହେଲା ବଦଳି ହୋଇଛନ୍ତି। ସିଡିଏମ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ରଶ୍ମିରଞ୍ଜନ ପଶାୟତଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତରରେ ବିଳମ୍ବ ହେଉଛି। ଫଳରେ ବିଭିନ୍ନ କାର୍ଯ୍ୟ ଧାବାପ୍ରାପ୍ତ ହେଉଛି। ତେଣୁ ଏସବୁ ଦିଗରେ ବିଭାଗୀୟ ମନ୍ତ୍ରୀ, ସଚିବ, ସ୍ଥାନୀୟ ବିଧାୟକ ଓ ଯାଜପୁର ସିଡିଏମ୍‌ଓ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?