ଅକ୍ଷୟଙ୍କ ସହ ‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ ମାନୁଷି! ଅଭିନେତ୍ରୀ କଲେ ଖୁଲାସା
ମୁମ୍ବାଇ: ୨୦୧୭ରେ ମିସ ୱାଲର୍ଡ ଟାଇଟଲ ଜିତିଥିବା ଅଭିନେତ୍ରୀ ମାନୁଷି ଚିଲ୍ଲର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ନିକଟରେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ରିଲିଜ୍ ହୋଇଛି। ଏହି ଫିଲ୍ମରେ ମାନୁଷିଙ୍କ…
ହୋମିଓପାଥିକ ଚିକିତ୍ସାରେ ଅବ୍ୟବସ୍ଥା
କୋଦଳା,୨୬ା୯(ଅମିତ କୁମାର ପଟ୍ଟନାୟକ): ବେଗୁନିଆପଡା ବ୍ଲକରେ ଥିବା ହୋମିଓପାଥିକ ଚିକିତ୍ସା କେନ୍ଦ୍ର ଦୁଇଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବ୍ଲକର ବେରୁଆଁବାଡ଼ି ଏବଂ ବଡ଼ଗୁଡ଼ିଆଳି ଗ୍ରାମରେ ହୋମିଓପାଥିକ ଚିକିତ୍ସାକେନ୍ଦ୍ର ଅଛି। ବଡ଼ଗୁଡ଼ିଆଳି ସ୍ବାସ୍ଥ୍ୟକେନ୍ଦ୍ର ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି। ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିମନ୍ତେ…
ବିଶ୍ୱକପ୍ ପାଇଁ ଭାରତ ପହଞ୍ଚିଲା ଆଫଗାନିସ୍ତାନ ଦଳ
ନୂଆଦିଲ୍ଲୀ,୨୬।୯: ୨୦୨୩ ବିଶ୍ୱକପ୍ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ପହଞ୍ଚିଛି। ଆଫଗାନିସ୍ତାନର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ, ଯାହା ଅକ୍ଟୋବର ୭ରେ ଧର୍ମଶାଳାରେ ଖେଳାଯିବ। ଆଫଗାନିସ୍ତାନ ଦଳ ଭାରତ ଯିବା ପୂର୍ବରୁ ସୋସିଆଲ ମିଡିଆରେ…
୬୦କି.ମି. ଚିଠି ଆସିବାକୁ ଲାଗିଲା ୨ମାସ ୫ ଦିନ
ଖଇରା,୨୬।୯(ଉତ୍କଳବନ୍ଧୁ ପଣ୍ଡା): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲାର ଫଇସଲା ପାଇଁ ଜିଲା ଅତିରିକ୍ତ ଜିଲାପାଳଙ୍କ ତରଫରୁ ଅଭିଯୋଗକାରୀଙ୍କୁ ମିଳିଥିବା ଚିଠିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଚିଠିରେ ଅଭିଯୋଗକାରିଣୀ ଭାବେ ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ ଝିଙ୍କିରିଆ…
୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା
କେନ୍ଦୁଝର, ୨୬ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ନିଖୋଜ କନ୍ୟା ସୋମବାର ଶିଶୁ ମଙ୍ଗଳ ସମିତିଙ୍କ ହସ୍ତକ୍ଷେପ ପରେ ପରିବାରକୁ ଫେରିଛନ୍ତି। ନାବାଳିକାଙ୍କୁ ତାଙ୍କ ପିଉସା ଜଣଙ୍କ ଘରେ କାମ…
କାର୍ଯ୍ୟ ଶେଷର ୬ ବର୍ଷ ପରେ ବି କିସ୍ତି ମିଳିନି
ଯୋଡ଼ା,୨୬ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଅଶେଇଁକଳା ପଞ୍ଚାୟତର ସାନବ ଗ୍ରାମର ମିଲୁ ଓରାମଙ୍କୁ ବିଜୁ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ କରିବାର ୬ ବର୍ଷ ପରେ ବି ଶେଷ କିସ୍ତି ଟଙ୍କା ମିଳିନାହିଁ। ଏ ନେଇ ଯୋଡ଼ା…
ଅଫଜାଲଙ୍କ ଆବେଦନ ଉପରେ ୧୦ ଅକ୍ଟୋବରରେ ହେବ ଶୁଣାଣି, ଗ୍ୟାଙ୍ଗଷ୍ଟର ମାମଲାରେ ଦଣ୍ଡାଦେଶକୁ କରିଥିଲେ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୨୬।୯: ଲୋକ ସଭାରେ ଅଯୋଗ୍ୟ ଘୋଷଣା ହୋଇଥିବା ଅଫଜଲ ଅନସାରୀଙ୍କ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ ସୁପ୍ରିମକୋର୍ଟ ୧୦ ଅକ୍ଟୋବରରେ ଶୁଣାଣି କରିବେ। ସର୍ବୋଚ୍ଚ ଅଦାଲତ ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ଆବେଦନ ଉପରେ…
ଘର କରି ନ ଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କର
ପଟ୍ଟାମୁଣ୍ଡାଇ ୨୬ା୯ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହ ତ୍ୱରାନ୍ବିତ କରିବାକୁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର…
ମୋଦିଙ୍କ ଲଫାପାରୁ ମିଳିଲା ଏତିକି ଟଙ୍କା
ଜୟପୁର,୨୬।୯: ରାଜସ୍ଥାନର ଭିଲୱାରା ଜିଲାରେ ଅବସ୍ଥିତ ମାଲାସେରୀ ଡୁଙ୍ଗରି ମନ୍ଦିରର ଦାନ ବାକ୍ସ ଖୋଲାଯାଇଛି। ଦାନ ବାକ୍ସରୁ ୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଲଫାପା ଖୋଲାଯାଇଛି ଏବଂ ସେଥିରୁ ୨୧ ଟଙ୍କା ବାହାରିଛି। ମନ୍ଦିର ପୁରୋହିତ ହେମରାଜ ପୋସୱାଲ…
ଓଡ଼ିଶା ସେମିଫାଇନାଲରେ
ଭୁବନେଶ୍ୱର, ୨୬।୯(ତପନ ସ୍ବାଇଁ): ଏଠାରେ ଚାଲିଥିବା ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍ରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଓଡ଼ିଶା ଆସନ୍ତା ୨୮ ତାରିଖରେ କ୍ୟାପିଟାଲ ଆରେନାରେ ମଣିପୁରକୁ ଭେଟିବ। ସେହିଦିନ ତାମିଲନାଡ଼ୁ ଓ ଝାଡ଼ଖଣ୍ଡ…
ପାକିସ୍ତାନକୁ ଶୋଚନୀୟ ପରାସ୍ତ କଲା ଭାରତ
ହାଙ୍ଗଝୋ,୨୬।୯: ଏସିଆନ ଗେମ୍ସ ୨୦୨୩ର ତୃତୀୟ ଦିନରେ ମଙ୍ଗଳବାର ଭାରତର ସ୍କ୍ବାସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳ ଇଣ୍ଡିଆ ସ୍କ୍ବାସରେ ପାକିସ୍ତାନକୁ ୩-୦ରେ ପରାସ୍ତ କରିଛି। ଭାରତର ତନଭି ଖାନ୍ନା, ଜୋଶନା ଚାଇନାପ୍ପା ଏବଂ ଅନାହତ ସିଂ ଏକ ଚମତ୍କାର…
ସରପଞ୍ଚଙ୍କୁ ଆକ୍ରମଣ, ଥାନାରେ ମାମଲା
ବରୀ,୨୯। ୯ (ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ବୋଦୁଅ ପଞ୍ଚାୟତ ସରପଞ୍ଚ ଦେବୀ ମିଶ୍ରଙ୍କୁ ସେହି ପଞ୍ଚାୟତର ୨ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶଯେ, ସରପଞ୍ଚ ମିଶ୍ର ବାଇକ୍ରେ ପଞ୍ଚାୟତର ଉନ୍ନୟନ ମୂଳକ…
Archives


