ବାନ୍ଧବୀଙ୍କ ସହ ଟ୍ରେନ୍‌ରେ ଖସି ପଳାଉଥିଲେ ଦିଲ୍ଲୀ ଅଭିଯୁକ୍ତ, ଧରିଲା ଆର୍‌ପିଏଫ୍‌

କଟକ,୨୪ା୧(କାର୍ତ୍ତିକ ସାହୁ): ଦିଲ୍ଲୀରେ ଘଟିଥିବା ୫୦ ଲକ୍ଷ ଟଙ୍କା ଚୋରି ମାମଲାର ଓ୍ବାଣ୍ଟେଡ୍‌ ଅଭିଯୁକ୍ତଙ୍କୁ କଟକ ରେଳଷ୍ଟେଶନରେ ବୁଧବାର ଗିରଫ କରିଛି ଆର୍‌ପିଏଫ୍‌। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ରୁ ଅତ୍ୟନ୍ତ ସନ୍ତର୍ପଣରେ ଅଭିଯୁକ୍ତଙ୍କୁ ତାଙ୍କ ବାନ୍ଧବୀ ସହ ଠାବ କରିବାରେ ସଫଳ ହୋଇଛି ଆରପିଏଫ୍‌। ଏନେଇ ଦିଲ୍ଲୀ ପୋଲିସ ସୂଚନା ପାଇବା ପରେ ବିମାନ ଯୋଗେ ଦିଲ୍ଲୀରୁ ଆସି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀ ପୋଲିସ କାର୍ଯ୍ୟରତ ସମୟ ସିଂହ(୩୭)। ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ହୋଇଛି ଏହି ଚୋରି ଘଟଣା।
ସୂଚନାନୁସାରେ, ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ କଟକ ଆରପିଏଫ୍‌ର ଆଇଆଇସିଙ୍କୁ ମୋଟା ଅଙ୍କର ଚୋରି ମାମଲାର ଓ୍ବାଣ୍ଟେଡ୍‌ ଅଭିଯୁକ୍ତଙ୍କ ସନ୍ଦେହଜନକ ଗତିବିଧି ସଂକ୍ରାନ୍ତରେ ପ୍ରାରମ୍ଭିକ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ପୋଲିସର କେତେକ ଅଧିକାରୀ ଟ୍ରେନ୍‌ ନଂ- ୨୦୮୧୮, ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଅଭିଯୁକ୍ତ ଯାତ୍ରା କରୁଥିବା ନେଇ ଆରପିଏଫ୍‌କୁ ସ୍ପଷ୍ଟ ସୂଚନା ଦେଇଥିଲେ। ଆଇଆଇସି ଅନୀଲ ସିଂହ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ କଟକ ଆରପିଏଫ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ଉତ୍ସର୍ଗୀକୃତ ଦଳ ଗଠନ କରିଥିଲେ। ଅଭିଯୁକ୍ତ ଜଣକ ଅତ୍ୟନ୍ତ ଚତୁର ଓ ସେ ଖସି ପଳାଇବାର କୌଶଳ ଭଲ ଭାବେ ଜାଣେ ବୋଲି ସୂଚନା ରହିଥିଲା। ଟିମ୍‌ର ସମସ୍ତ ସଦସ୍ୟ ସାଦା ପୋଷାକ ପରିଧାନ କରି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ରାଜଧାନୀ ଏକ୍ସପ୍ରେସ୍‌ କଟକ ରେଳଷ୍ଟେଶନର ୩ ନମ୍ବର ପ୍ଲାଟଫର୍ମରେ ପହଞ୍ଚତ୍ବା କ୍ଷଣି ଟିମ୍‌ର ସଦସ୍ୟମାନେ ଅଭିଯୁକ୍ତକୁ ତୁରନ୍ତ ଖୋଜିବା ଆରମ୍ଭ କରିଦେଇଥିଲେ। ଏସି ଟୁ-ଟାୟାର ଏ-୨ କୋଚ୍‌ରେ ଅଭିଯୁକ୍ତ ତାଙ୍କ ବାନ୍ଧବୀଙ୍କ ସହ ଧରାପଡ଼ିଥିଲେ। ଆର୍‌ପିଏଫ୍‌ ପକ୍ଷରୁ ସୂଚନା ପାଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ବିମାନ ଯୋଗେ ଆସି କଟକରେ ପହଞ୍ଚତ୍ଥିଲେ। କଟକ ଆର୍‌ପିଏଫ୍‌ ପକ୍ଷରୁ ଉଭୟଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଜେ ପୋଲିସ ଚାକିରିରେ ଥାଇ ବାହାରେ ଥିବା ତାଙ୍କର ସହଯୋଗୀମାନଙ୍କ ସହ ବହୁ ଯୋଜନାବଦ୍ଧ ଅପରାଧରେ ସାମିଲ ଅଛନ୍ତି। ପ୍ରାଥମିକ ଅବସ୍ଥାରେ ପୋଲିସ ବିଭାଗ ଏ ବାବଦରେ ଜାଣିପାରିନଥିଲେ। ମାତ୍ର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ସମ୍ପୃକ୍ତି ବାବଦରେ ଅବଗତ ହୋଇପାରିଛନ୍ତି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କଟକ ଆରପିଏଫ୍‌ର କାର୍ଯ୍ୟକୁ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ବେଶ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?