ପୂରଣ ହେବ ୩୯୯ ଓସିଏସ୍ ପଦବୀ: ୧୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ
କଟକ,୨୯ା୧୨: ରାଜ୍ୟରେ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍)ର ୩୯୯ ପଦବୀ ଖୁବ୍ଶୀଘ୍ର ପୂରଣ ହେବ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ନିଯୁକ୍ତି ପରୀକ୍ଷା କରିବ। ଏନେଇ ଶୁକ୍ରବାର ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତି…
ଦିନରେ ବେପାରୀ, ରାତିରେ ଚୋରି: ଟାର୍ଗେଟରେ ତାଲା ପଡ଼ୁଥିବା ଘର
ଭୁବନେଶ୍ୱର,୨୯।୧୨(ସୂର୍ଯ୍ୟକାନ୍ତ ବେହେରା) : ବାହାର ରାଜ୍ୟରୁ ଆସି ବେପାର କରିବା ବାହାନାରେ ଗଢ଼ୁଛନ୍ତି ଅପରାଧୀ ଗ୍ୟାଙ୍ଗ୍। ନିଜ ସହଯୋଗୀ ଅପରାଧୀଙ୍କ ସମେତ ଓଡ଼ିଶାର ଅପରାଧୀଙ୍କୁ ମଧ୍ୟ ଗ୍ୟାଙ୍ଗ୍ରେ ସାମିଲ କରୁଛନ୍ତି। କେତେବେଳେ କବାଡ଼ିଆ ଦୋକାନୀ ତ ପୁଣି କେତେବେଳେ କମ୍ବଳ ବେପାରୀ…
୧୩ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ନୂଆବର୍ଷ ଲାଗି ସତର୍କ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ୨୯।୧୨(ଅସମାପିକା ସାହୁ): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଟେଷ୍ଟିଂ ତୁଳନାରେ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ି ଚାଲିଥିବାରୁ ଚିନ୍ତା ବଢ଼ିଛି। ଗୁରୁବାର ୫୦୦ ନମୁନାର କରୋନା ଟେଷ୍ଟ ହୋଇଥିଲା।…
୮ମିନିଟ୍ ବାଥରୁମ ଯାଇଥିଲେ ମହିଳା, ମାଲିକ କହିଲେ, ‘କମ୍ପାନୀରୁ ଛୁଟି ନେଇଯାଅ’
ନିଜ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ସୋସିଆଲ ମିଡିଆରେ ବାଣ୍ଟିଛନ୍ତି ଜଣେ ମହିଳା କର୍ମଚାରୀ। ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କହିଛନ୍ତି, କାମ କରିବା ସମୟରେ ୮ମିନିଟର ବ୍ରେକ୍ ନେଇ ବାଥରୁମ୍ ଯିବାରୁ କମ୍ପାନୀ ବସ୍ ତାଙ୍କୁ ସିକ୍ ଲିଭ୍ ବା…
୧୦ ହଜାର ନ ଫେରାଇବାରୁ ଯୁବକଙ୍କୁ ହତ୍ୟା
ଦିଗପହଣ୍ଡି/ପାଟପୁର, ୨୯ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ନିକଟସ୍ଥ ମୁଖ୍ୟରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଧାର ଟଙ୍କାକୁ କେନ୍ଦ୍ରକରି ସୂର୍ଯ୍ୟ କୁମାର ସାହୁ (୩୩) ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି…
ରାଜନୀତିକୁ ବ୍ୟବସାୟୀକରଣ କରାଯାଉଛି: ନିରଞ୍ଜନ
ଭଣ୍ଡାରିପୋଖରୀ, ୨୯।୧୨ (ରବିନାରାୟଣ ଖିଲାର): ରାଜନୀତିକୁ ବ୍ୟବସାୟୀକରଣ କରାଯାଉଛି। ସରକାରୀ ଅର୍ଥକୁ ବିପୁଳ ଭାବେ ଅପବ୍ୟୟ କରାଯାଉଛି। ଆଜିର ଦିନରେ ରାଜ୍ୟରେ ସାମାଜିକ, ଗଣତାନ୍ତ୍ରିକ, ଅର୍ଥନୈତିକ, ନ୍ୟାୟର ସୁରକ୍ଷା ପାଇଁ କଂଗ୍ରେସ ସବୁବେଳେ ଲଢ଼େଇ ଜାରି ରଖିଛି। ଭଣ୍ଡାରିପୋଖରୀର ଦୁଃଖ କଣ୍ଟିଘାଇ…
କେନ୍ଦ୍ର ସରାକରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୯ା୧୨: କେନ୍ଦ୍ର ସରାକର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିବ୍ୟାଙ୍ଗ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଲାଗୁ କରିବା ନେଇ କାର୍ମିକ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି। ଜାତୀୟସ୍ତରରେ ୨୦୧୬ ଜୁନ୍ ୩୦ରୁ ଏହି ପଦୋନ୍ନତି ଯୋଗ୍ୟ କର୍ମଚାରୀଙ୍କ…
ମଲ୍ରେ ବୁଲୁଥିଲା ୫୯୭ କିଲୋର କୁମ୍ଭୀର, ପୂରା ଘଟଣା ଜାଣିଲେ …
ଯେଉଁଠିକୁ ସପିଂ କରିବାକୁ ଯାଉଛନ୍ତି, ସେହି ମଲରେ କୁମ୍ଭୀର ଦେଖିଲେ ଆପଣଙ୍କ ଅବସ୍ଥା କ’ଣ ହେବ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଏପରି କିଛି ଦେଖିବାକୁ ମିଳିଛି। ଫ୍ଲୋରିଡାର ‘କୋକନଟ୍ ପଏଣ୍ଟ’ ମଲରେ ୧୨ ଫୁଟର କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଥିଲା।…
ବାମଣ୍ଡା କପ୍ କ୍ରିକେଟ: ରାଞ୍ଚି ସେଲ୍ ଚାମ୍ପିୟନ
ଦେବଗଡ଼,୨୯।୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ୩୩ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ରାଞ୍ଚି ସେଲ୍ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ଜିମଖାନା ରାଉରକେଲା ଓ ରାଞ୍ଚି ସେଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।…
ଫେୟାରଓ୍ବେଲ ଟେଷ୍ଟରେ ନେତୃତ୍ୱ ନେବେ ଏଲଗାର
ସେଞ୍ଚୁରିଅନ,୨୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଜାନୁୟାରୀ ୩ରୁ କେପ୍ଟାଉନ୍ରେ ଆରମ୍ଭ ହେବ। ଆହତ ଅଧିନାୟକ ଟେମ୍ବା ବଭୁମାଙ୍କ ସ୍ଥାନରେ ଡିନ୍ ଏଲଗାର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବେ। ଏହା…
୨୨ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ: ଜାଳିଦେଲା ପୋଲିସ
ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୋଲିସ ପୁଣି ଗଞ୍ଜେଇ ଗଛ ନଷ୍ଟ କରିଛି। ଦାରିଙ୍ଗବାଡ଼ି ଥାନା ଅଧୀନ କିରିକୁଟି ପଞ୍ଚାୟତ ଆଦିବାସୀ ନାହୁ ଏବଂ କିରିକୁଟି ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୋଲିସକୁ…
ବଗଳାମୁଖୀ ମନ୍ଦିରରୁ ମା’ଙ୍କ ସୁନା ଆଖି, ଚିତା ଅଳଙ୍କାର ଲୁଟିନେଲେ
ଚିକିଟି,୨୯ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ୧୫ ଦିନ ମଧ୍ୟରେ ଅଞ୍ଚଳରେ ୩ଟି ଚୋରି ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ମୁଖ୍ୟତଃ ମନ୍ଦିରଗୁଡିକୁ ଟାର୍ଗେଟ କରୁଛନ୍ତି। କିଛିଦିନ ତଳେ ବାରାହୀ ମନ୍ଦିରରୁ…
Archives


