Odisha Elections 2024

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର ହେବ। ଓଡ଼ିଶାରେ ସର୍ବାଧିକ ସିଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଯିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଓଡ଼ିଶାକୁ ୧ ନମ୍ବର ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ଭାଜପାକୁ ଭୋଟ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲା ଆଠମଲ୍ଲିକରେ ନିର୍ବାଚନ ପ୍ରଚାର ବେଳେ ଲୋକଙ୍କୁ ନିବେଦନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର କୃତ୍ତିବାସପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କଂଗ୍ରେସ ନେତା ସିଦ୍ଧେଶ୍ୱର ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ ଶତାଧିକ ନେତା, କର୍ମୀ ଏବଂ ସାମାଜିକ କର୍ମୀଙ୍କୁ ଦଳକୁ ସ୍ବାଗତ କରିଥିଲେ। ପରେ ଠାକୁରଗଡ଼ଠାରେ ଅନୁଷ୍ଠିତ ବିଶାଳ ରୋଡ୍‌ ଶୋ’ରେ ସାମିଲ ହୋଇ ଭାଜପାକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ। ଏହାପରେ ଠାକୁରଗଡ଼ରେ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ବିଜେଡି ଛାଡ଼ିଥିବା ପ୍ରକାଶ ଡାଙ୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ମଧ୍ୟ ଭୋଟ ଭିକ୍ଷା କରିଥିଲେ। ତାଙ୍କ ସହ ରମେଶ ଚନ୍ଦ୍ର ସାଏ, ଦିଲୀପ ପ୍ରଧାନ ଓ ଜିଲାର ବିଭିନ୍ନ ପଦବୀରେ ଥିବା ଭାଜପାର ନେତା, କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଲୁଟ ଚାଲିଥିବାରୁ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ବିକାଶ ହେଉନାହିଁ। ରୋଜଗାର ଉପଲବ୍ଧ କରିବାରେ ଓଡ଼ିଶା ବିଫଳ ହୋଇଛି। ମହିଳା ସୁରକ୍ଷାରେ ରାଜ୍ୟ ଶେଷ ତାଲିକାରେ ଅଛି। ଏପ୍ରିଲରେ ପୁରୀ ସହରରେ ହଇଜା ହେବା କ’ଣ ବିକାଶ କୁହାଯିବ। ନବୀନ ପଟ୍ଟନାୟକ ଭିଡିଓରେ ଅଛନ୍ତି। ଓଡ଼ିଆ ଲୋକଙ୍କୁ ଘୃଣା କରୁଥିବା ଲୋକମାନଙ୍କ ହାତରେ ଓଡ଼ିଶାର ରିମୋର୍ଟ ଅଛି। ରାବଣ ଓ କଂସର ମଧ୍ୟ ଏହିପରି ଅହଂକାର ଥିଲା। ଲୋକମାନେ ତାଙ୍କର ଗର୍ବ ଓ ଅହଂକାରକୁ ଭଙ୍ଗ କରିବେ। ଭାଜପା ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ ଭିତରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri