Posted inଜାତୀୟ

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି । ପୋଷ୍ଟରରେ ୟାସିନ ମଲିକଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ନଜର ଆସିଛନ୍ତି ଏବଂ କଂଗ୍ରେସକୁ ଭୋଟ ଦେବାକୁ ଆବେଦନ କରାଯାଇଛି।

ମଲିଙ୍କ ପୋଷ୍ଟର ମଣ୍ଡି ହାଉସ ସର୍କଲ ନିକଟରେ ରଖାଯାଇଥିଲା। ଏଥି ସହ ଭାଜପା ସମଗ୍ର ପ୍ରସଙ୍ଗରେ କଂଗ୍ରେସ ଉପରେ ଆକ୍ରମଣ କରୁଛି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟର ଶେୟାର କରୁଥିବାବେଳେ ଭାଜପା ଆଇଟି ସେଲର ମୁଖ୍ୟ ଲେଖିଛନ୍ତି ଯେ କଂଗ୍ରେସକୁ ସମର୍ଥନ କରି ଦିଲ୍ଲୀରେ ପୋଷ୍ଟର ଲଗାଯାଇଛି।
ସୂଚନାଯୋଗ୍ୟ, କୋର୍ଟ ୨୦୨୨ରେ ୟାସିନ ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଦୋଷୀ ସାବ୍ୟସ୍ତ ହେବା ପରେ ଆତଙ୍କବାଦୀ ଆର୍ଥିକ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ମଲିକଙ୍କୁ ମୃତ୍ୟୁଦଣ୍ଡ ଦାବିରେ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶକୁ ଏନଆଇଏ ଚ୍ୟାଲେଞ୍ଜ କରିଛି।
ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ୟାସିନ ମଲିକ ଗୋଷ୍ଠୀ) କୁ ‘ବେଆଇନ ସଙ୍ଗଠନ’ ଘୋଷଣା କରିଛି। ଏ ସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନିଷିଦ୍ଧ ସଂଗଠନ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟରେ ନିୟୋଜିତ ଅଛି। ଜାତିର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କୁ କଠୋର ଆଇନଗତ ପରିଣାମର ସାମ୍ନା କରିବାକୁ ପଡିବ। ଯେଉଁମାନେ ଏହା କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇଥିଲେ ବୃଦ୍ଧ, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ…

ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଆସିଲା ଚମକାଇଦେଲା ଭଳି ଖବର: କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ, ୭।୮: IPL ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। IPL ୨୦୨୪ରେ…

ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ; ଅଭିଜିତ ଦୀପକେଙ୍କୁ ମିଳିଲା ବଡ଼ ପଦ

ନୂଆଦିଲ୍ଲୀ, ୭।୮: କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏଥିରେ ଅଭିଜିତ ଦୀପକେଙ୍କ ସମେତ ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେଙ୍କ…

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି ଚୋରି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri