Odisha Elections 2024

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି, ଭାରତ ଆଜି ଏକ ମହାଶକ୍ତି ହେବାକୁ ଯାଉଛି, ଆମେ ଭିକ ମାଗୁଛୁ ଏବଂ ଦେବାଳିଆ ପରିସ୍ଥିତିକୁ ଏଡାଇବାକୁ ଅନୁରୋଧ କରୁଛୁ। ଏହି ପରିସ୍ଥିତି ପାଇଁ କିଏ ଦାୟୀ ବୋଲି ମୌଲାନା ପ୍ରଶ୍ନ କରିଛନ୍ତି। ପାକିସ୍ତାନରେ ସାଧାରଣ ନିର୍ବାଚନ ପରେ ଜାତୀୟ ସଭାର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଫଜଲୁର ରେହମାନ ଏହା କହିଛନ୍ତି।
ମୌଲାନା କହିଛନ୍ତି,ପରଦା ପଛରୁ ନିଷ୍ପତ୍ତି ନେଉଥିବା ଅଦୃଶ୍ୟ ଶକ୍ତି ଦେଶର ଦୁର୍ଦ୍ଦଶା ପାଇଁ ଦାୟୀ, ଯେଉଁମାନେ ଲୋକଙ୍କର ନିର୍ବାଚିତ ପ୍ରତିନିଧୀଙ୍କୁ କାଠ କଣ୍ଢେଇରେ ପରିଣତ କରିଛନ୍ତି। ଏହି ଶକ୍ତିମାନେ ପରଦା ପଛରୁ ଆମକୁ ନିୟନ୍ତ୍ରଣ କରନ୍ତି। ସେମାନେ ନିଷ୍ପତ୍ତି ନିଅନ୍ତି, ଆମେ କେବଳ କାଠ କଣ୍ଢେଇ।
ପାକିସ୍ତାନୀ ସଂସଦର ବୈଧତା ଉପରେ ପ୍ରଶ୍ନ ଉଠାଇ ମୌଲାନା ଫଜଲୁର ରେହମାନ କହିଛନ୍ତି, ସଂସଦ ସଦସ୍ୟମାନେ ନୀତି ହରାଇ ବସିଛନ୍ତି ଏବଂ ଗଣତନ୍ତ୍ର ବିକ୍ରୟ କରିବାରେ ବ୍ୟସ୍ତ ଅଛନ୍ତି। ଆମେ ଆମ ଦେଶକୁ ସ୍ଥିରତାର ଶିକାର କରିଛୁ, ଏଭଳି ଦେଶ ଅଗ୍ରଗତି କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି

ତାଇପେଇ ,୨୧ା୫: ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ...

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri