୨୦ରେ ରାଜ୍ୟର ସମସ୍ତ ଉଠାଦୋକାନ, ଭେଣ୍ଡିଂଜୋନ୍ ବନ୍ଦ
ଭୁବନେଶ୍ୱର, ୧୯।୧ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖରେ ରାଜ୍ୟର ସମସ୍ତ ଉଠାଦୋକାନ ଏବଂ ଭେଣ୍ଡିଂଜୋନ୍ ବନ୍ଦ ରହିବ। ପ୍ରତିବର୍ଷ ଜାନୁଆରୀ ୨୦କୁ ଦେଶରେ ଜାତୀୟ ଉଠାଦୋକାନୀ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତବର୍ଷ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ…
ଝିଅ ପାଇଁ ମନ୍ଦିର ଗଢ଼ିଲେ ଦମ୍ପତି
କାଳିପଦା,୧୯।୧(ରାଜଶ୍ରୀ ପାଣିଗ୍ରାହୀ): କନ୍ୟାରତ୍ନ କର ଯତ୍ନ। ଏଭଳି ସ୍ଲୋଗାନ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକ ସମୟରେ ଝିଅମାନଙ୍କୁ ହତାଦର କରାଯାଉଥିବା ନଜିର ଦେଖିବାକୁ ମିଳେ। ହେଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଇଡ଼ିଦା ପଞ୍ଚାୟତରେ ରାଜୁଆପଡ଼ା ଗ୍ରାମର ଏକ…
ଚଳନ୍ତା ଟ୍ରେନ୍ ନିକଟକୁ ଚାଲି ଆସିଲା କାର୍, ବୁଦ୍ଧି ଖଟାଇଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ…
ଏକ ଲେଭଲ୍ କ୍ରସିଂ ପାର୍ ହେଉଥିବା ବେଳେ ଲୋକଙ୍କୁ ସର୍ବଦା ମନେ ରଖିବାକୁ ହେବ ଯେ, ଟ୍ରେନ ଆସୁଛି କି ନାହିଁ। ଏହା ପରେ ରାସ୍ତା ପାର୍ ହେବା ଜରୁରୀ। ଅବଶ୍ୟ ଅଧିକାଂଶ କ୍ରସିଂରେ ଗେଟ୍ ରହିଥାଏ। ଯାହାଫଳରେ ଟ୍ରେନ୍ ଆସିବା…
ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ
ବ୍ରହ୍ମପୁର,୧୮ା୧( ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ବାବାଜୀ ତୋଟାସାହି ଛକରେ ଗୁରୁବାର ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମରାଯାଇଛି। ଜଣେ ମିଠା ବ୍ୟବସାୟୀ ଓ କେତେଜଣ ଯୁବକ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିଥିବା ଦୃଶ୍ୟ ସାମାଜିକ…
ଜଳବାୟୁ ପରିବର୍ତ୍ତନ: ଶିମିଳିପାଳରେ କମୁଛି ତାପମାତ୍ରା, ପ୍ରାଣୀଙ୍କ ଉପରେ ପ୍ରଭାବ ଜାଣିବାକୁ ଗବେଷଣା ଲୋଡ଼ା
ଭୁବନେଶ୍ୱର, ୧୮।୧(ଅସମାପିକା ସାହୁ)- ଚଳିତ ମାସରେ ଶିମିଳିପାଳ ଜଙ୍ଗଲର ବାରହା କାମୁଡ଼ା ଅଞ୍ଚଳରେ ଦୁଇ ଥର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ଛୁଇଁଲାଣି। କିଛି ଦିନ ହେଲା ବ୍ୟାଘ୍ର ପ୍ରକଳ୍ପର ଅନ୍ୟାନ୍ୟ କିଛି ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ଲାଗି ରହିଛି।…
ମା’ କୋଳକୁ ଫେରିଲା ହଜିଲା ପୁଅ
ଖଲ୍ଲିକୋଟ,୧୮ା୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବସ୍ଷ୍ଟାଣ୍ଡରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଶିଶୁପୁତ୍ରକୁ ପୋଲିସ ଭୁବନେଶ୍ୱରରୁ ଗୁରୁବାର ଉଦ୍ଧାର କରିଛି। ତା’ ସହିତ ଅନ୍ୟ ଏକ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଶିଶୁ ଚୋରି କରିଥିବା ମହିଳାଙ୍କୁ ପୋଲିସ…
ସୁନ୍ଦରଗଡ଼ ଜିଲାରେ ଏମ୍ସିଏଲ୍ ସହଯୋଗରେ ପ୍ରତିଷ୍ଠା ହେବ ୧୬ ଶହ ମେଗାୱାଟ୍ ତାପଜ ବିଦ୍ୟୁତ୍ କେନ୍ଦ୍ର
ସୁନ୍ଦରଗଡ଼,୧୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଇକ୍ୟୁଟି ନିବେଶ ଜରିଆରେ ଦୁଇଟି ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ ଏବଂ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ…
ମହାନଦୀରେ ପ୍ରେମୀ ଯୁଗଳଙ୍କ ହାଇ ଡ୍ରାମା: ନଦୀଗର୍ଭରୁ ଉଦ୍ଧାର କଲା ପୋଲିସ
ସୋନପୁର,୧୮।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ମହାନଦୀ ସେତୁ ନିକଟସ୍ଥ ଟାଓ୍ବାର ଘାଟ ନିକଟରେ ଗୁରୁବାର ରାତିରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। ମହାନଦୀ ବାଲିପଠାରେ ଦୁଇ ଦିନ ଧରି ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ସୋନପୁର ଟାଉନ ପୋଲିସ ଓ…
ଗାଡ଼ି ଧକ୍କାରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ
କଟକ,୧୮ା୧(କାର୍ତ୍ତିକ ସାହୁ): ଏକ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚାଉଳିଆଗଞ୍ଜ ତଳସାହିର ନୃସିଂହ ଚରଣ ସାହୁଙ୍କ ବଡ଼ ପୁଅ ସତ୍ୟପ୍ରସାଦ ସାହୁ(୧୮)। ଚାଉଳିଆଗଞ୍ଜ ଥାନା ଅଧୀନ ତାଳଦଣ୍ଡା କେନାଲ ରାସ୍ତାରେ ଗୁରୁବାର ଏହି…
ହେବ କି ଆଉ ଏକ ଯୁଦ୍ଧ! ଚାଇନା ଦେଲାଣି ମଧ୍ୟସ୍ଥତା ପ୍ରସ୍ତାବ
ଇସଲାମାବାଦ,୧୮।୧: ଇରାନର ଅପ୍ରତ୍ୟାଶିତ ଆକ୍ରମଣରେ ନିରାଶ ହୋଇ ପାକିସ୍ତାନ ଗୁରୁବାର ସକାଳେ ସୀମାଠାରୁ ୪୮ କିଲୋମିଟର ଦୂରରେ ଥିବା ଇରାନ ଅଞ୍ଚଳରେ ଆକ୍ରମଣ କରିଥିଲା। ପାକିସ୍ତାନ କହିଛି ଯେ ରକେଟ ଏବଂ ଘାତକ ଡ୍ରୋନ ସାହାଯ୍ୟରେ ବାଲୁଚି ଆତଙ୍କବାଦୀଙ୍କ ଲୁଚି ରହିଥିବା…
ଓ୍ବାର୍ନର ହେଲେ ଦୁବାଇ କ୍ୟାପିଟାଲ୍ସ ଅଧିନାୟକ
ନୂଆଦିଲ୍ଲୀ,୧୮ା୧: ୟୁଏଇରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ଡିପି ଓ୍ବାଲର୍ଡ ଇଣ୍ଟରନ୍ୟାଶନାଲ ଲିଗ୍ ଟି୨୦ (ଆଇଏଲ୍ ଟି୨୦) କ୍ରିକେଟରେ ଭାଗ ନେଉଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ବାର୍ନର ଓ ନ୍ୟୁଜିଲାଣ୍ଡର ଦ୍ରୁତ ପେସ୍ ବୋଲର ଟ୍ରେଣ୍ଟ…
ସଡନ୍ ଡେଥ୍ରେ ହାରିଲା ଭାରତ, ଜର୍ମାନୀକୁ ଅଲିମ୍ପିକ୍ସ ଯୋଗ୍ୟତା
ରାଞ୍ଚି,୧୮ା୧: ରାଞ୍ଚିରେ ଅନୁଷ୍ଠିତ ମହିଳା ହକି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ସେମି ଫାଇନାଲରେ ଜର୍ମାନୀ ନିକଟରୁ ସଡନ ଡେଥ୍ରେ ପରାଜିତ ହୋଇଛି ଭାରତ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୨-୨ରେ ରହିବା ପରେ ପେନାଲ୍ଟି ଶୁଟ୍ଆଉଟ୍କୁ ଖେଳ ଯାଇଥିଲା ପେନାଲ୍ଟି ଶୁଟ ଆଉଟରେ ମଧ୍ୟ…
Archives


