ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ

ଭୁବନେଶ୍ୱର,୨୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ ପ୍ରଶ୍ନ ପଚାରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟାର୍ଗେଟ କରିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମିଥ୍ୟାର ଶେହେନଶାହା, ଅସତ୍ୟର ମହାରାଜ ଓ ଜୁମ୍‌ଲାର ବାଦଶାହା। ମିଥ୍ୟା ଓ ଜୁମ୍‌ଲାର ସବୁ ସୀମା ପ୍ରଧାନମନ୍ତ୍ରୀ ପାର କରିସାରିଲେଣି। ନିର୍ବାଚନୀ ସଭାରେ ବଡ଼ ପାଟିରେ ସେ ମିଛ କୁହନ୍ତି। ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବା, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ପ୍ରତି ଘରକୁ ପକ୍କାଘର ଓ ବିଜୁଳି ସଂଯୋଗ, ସ୍ମାର୍ଟ ସିଟି ନିର୍ମାଣ, ବର୍ଷକୁ ୨ କୋଟି ଯୁବକଙ୍କୁ ନିଯୁକ୍ତି, ବୁଲେଟ ଟ୍ରେନ୍‌ ଚଲାଇବା ଏ ସମସ୍ତ କଥା ମୋଦିଙ୍କ ମିଛର ଅଂଶବିଶେଷ। ଭାଜପା ଭକ୍ତଙ୍କ ମିଥ୍ୟା ଦାବି ଅନୁସାରେ ସେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବନ୍ଦ କରିପାରନ୍ତି , କିନ୍ତୁ ମଣିପୁରରେ ହିଂସା ରୋକିବାରେ ଅସମର୍ଥ ହୁଅନ୍ତି। ମୋଦି ଅବ୍‌କି ବାର୍‌ ପ୍ରତିଦିନ ମିଛ କହିବାରେ ୪୦୦ ପାର। ୪୫ ବର୍ଷରେ ଦେଶରେ ସର୍ବାଧିକ ବେରୋଜଗାର ହୋଇଥିବା ବେଳେ ଦରଦାମ ବୃଦ୍ଧି ଦେଶବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଯେତେଥର ଓଡ଼ିଶା ଆସିବେ ଭାଜପା କମିବ ଏବଂ କଂଗ୍ରେସ ବଢ଼ିବ ବୋଲି ଅଜୟ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି, ଦେଶର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର କମ୍‌ କରିବାରେ ବିଫଳ ମୋଦି ୬୦ ହଜାର କୋଟି ଟଙ୍କା ବିନିମୟରେ ସମଗ୍ର ଦେଶରେ ନିଜର ଦଳୀୟ କାର୍ଯ୍ୟାଳୟ ପାଇଁ ଜାଗା କିଣିବା ଏବଂ ଘର କରିବାରେ ଖର୍ଚ୍ଚ କରିବା ସାଧାରଣ ଜନତାଙ୍କ ପ୍ରତି ନିଷ୍ଠୁର ଉପହାସ। ମୋଦି ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ୧ ନମ୍ବର କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଏକଥା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ଯେ, ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଓ ରାଜ୍ୟରେ ଭାଜପା ଶାସନ ଦୀର୍ଘବର୍ଷ ଧରି ରହିଆସିଛି ସେସବୁ ରାଜ୍ୟକୁ ୧ ନମ୍ବର କରାଇବାରେ ମୋଦି ଅସମର୍ଥ। ତେଣୁ ଯେତେ ଅଧିକ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଭାଜପା କମିବ କଂଗ୍ରେସ ବଢ଼ିବ। ଭାଜପା ଏବେ ‘ଭାଗ୍‌ତିହୁଇ ଜୁମୁଲା ପାର୍ଟି’। ଦେଶର ଜନସାଧାରଣ ସେମାନଙ୍କୁ ଭଗେଇବା ପାଇଁ ପଣ କରିଛନ୍ତି। ସେମାନେ ଯେଉଁ ଜାଗାକୁ ଯାଉଛନ୍ତି ତାଙ୍କୁ ଜନତା ଭଗାଉଛନ୍ତି। ୪ଟି ପର୍ଯ୍ୟାୟ ନିର୍ବାଚନ ସରିଥିଲା ବେଳେ ଦେଶର ଜନତାଙ୍କ ମୁଡ୍‌ ଦେଖି ମୋଦି ଏବେ ଭୟଭୀତ ଅଛନ୍ତି। ନିଜର ଚେୟାର ବଞ୍ଚାଇବା ପାଇଁ ବିଦ୍ୱେଷର ବିଷମଞ୍ଜି ବୁଣିବାରେ ଲାଗିଛନ୍ତି। ମୋଦି ଦେଇଥିବା ପ୍ରତିଶ୍ରୁତି ଯଥା ସବୁ ଘରକୁ ଅପ୍ଟିକାଲ ଫାଇବର ଯୋଗେ ସଂଯୋଗ କରିବା ତାହା ବର୍ତ୍ତମାନ ପାଣିର ଗାର ରୂପେ ସାବ୍ୟସ୍ତ ହୋଇଛି।

ଓଡ଼ିଶାରେ ନବୀନବାବୁଙ୍କ ସରକାର ଚାହିଁଥିଲେ ତାମିଲନାଡୁ ଢାଞ୍ଚାରେ ରାଜ୍ୟର ସବୁଠାରୁ ବଡ଼ ବର୍ଗ ଓବିସିଙ୍କ ପାଇଁ ୫୦%ରୁ ଉପରକୁ ଯାଇ ସଂରକ୍ଷଣ ବ୍ୟବସ୍ଥା କରିପାରିଥାନ୍ତେ। ସମ୍ବିଧାନର ନବମ ଅନୁଚ୍ଛେଦର ସାହାଯ୍ୟ ନେଇ ଏ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ ଓଡ଼ିଶାର ଓବିସି ବର୍ଗଙ୍କୁ ତାଙ୍କର ସଂଖ୍ୟା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଦିଆଯାଇପାରିବ। କିନ୍ତୁ ଓଡ଼ିଶା ବିଜେଡି ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ଏହା ଲାଗୁ କରାଯାଇପାରୁନାହିଁ। ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହେଲେ ମଧ୍ୟ ଆଦିବାସୀଙ୍କ ଜଙ୍ଗଲ ଜମି ଉପର ଥିବା ଅଧିକାରକୁ ଛଡ଼ାଇନେବା ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏକ ଆଇନ ଆଣିଥିଲେ ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଉଭୟ ମୋଦି ଏବଂ ନବୀନ ସମଗ୍ର ଦେଶ ଏବଂ ରାଜ୍ୟରେ ଆଦିବାସୀ ବର୍ଗଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗ କ୍ରମାଗତ ଭାବରେ ସଙ୍କୁଚିତ କରିବାରେ ଲାଗିଛନ୍ତି ବୋଲି ଅଜୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri