ଓଡ଼ିଶାରେ କୌଣସି ବିକାଶ ହୋଇ ନାହିଁ: ରାଜନାଥ

ଖୋର୍ଦ୍ଧା,୨୦।୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ହାବେଳି ପଡ଼ିଆରେ ରବିବାର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରାଜନାଥ ସିଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଏବଂ ୨୫ ବର୍ଷ ବିଜେଡି ସରକାର ରହିଥିଲେ ମଧ୍ୟ ସେଭଳି କୌଣସି ବିକାଶ ହୋଇପାରିନାହିଁ। ଉଭୟ ସରକାର ଦୁର୍ନୀତିଗ୍ରସ୍ତ। ଏହି ସରକାରରେ ଓଡ଼ିଆ ତା’ର ସ୍ବାଭିମାନ ହରାଇଛି। ଓଡ଼ିଶାରେ ଭାଜପା ସରକାର ଆସିଲେ, ରତ୍ନଭଣ୍ଡାର ଚାବି ହଜିବା ଏବଂ ଡୁପ୍ଲିକେଟ ଚାବି ମିଳିବା ଘଟଣାର ସରଜମିନ ତଦନ୍ତ କରାଯିବ ବୋଲି ରାଜନାଥ କହିଛନ୍ତି। ଏହି ଅବସରରେ ସେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି।

ଜୟ ଜଗନ୍ନାଥ କହି ରାଜନାଥ ଭାଷଣ ଆରମ୍ଭ କରିଥିଲେ। ପାଇକ ବିଦ୍ରୋହର ବୀରତ୍ୱ ଗାଥା ମନେପକାଇ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ସମେତ ପଞ୍ଚପାଇକଙ୍କୁ ସେ ସ୍ମରଣ କରିଥିଲେ। ସେ କହିଥିଲେ, ଓଡ଼ିଆ ବହୁତ ଭଲ ଭାଷା। ଖୋର୍ଦ୍ଧା ବୀରତ୍ୱର ମାଟି। ୭୫ ବର୍ଷ ପରେ ଓଡ଼ିଶାରେ ଭାଜପା ସରକାର ଗଢିବାକୁ ଯାଉଛି। ଭାଜପା ଯାହା କହେ, ତାହା କରେ। ରାମଲାଲା ମନ୍ଦିର ପ୍ରତିଷ୍ଠା ପରେ ଭାରତରେ ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି। ଜାତି, ବର୍ଣ୍ଣ, ଧର୍ମ ଉପରେ ଭାଜପାର କାହା ସହ ମତାନ୍ତର ନାହିଁ। ସମସ୍ତ ବର୍ଗର ଭାରତୀୟଙ୍କ ପାଇଁ ଭାଜପା କାମ କରୁଛି। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କଠାରୁ ମନମୋହନ ସିଂଙ୍କ ପର୍ଯ୍ୟନ୍ତ ସମସ୍ତେ ଗରିବୀ ହଟାଅ ସ୍ଲୋଗାନ ଦେଉଛନ୍ତି। ମାତ୍ର ତାହା କେବଳ ସ୍ଲୋଗାନରେ ସୀମିତ ରହିଯାଉଛି।

ଭାଜପା ସରକାର ଆସିବା ପରେ ଗରିବ କଲ୍ୟାଣ ସମେତ ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାରର ମୂଳୋତ୍ପାଟନ କରିବାକୁ ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ। ଦିନ ଥିଲା, ଅନ୍ତଃରାଷ୍ଟୀୟ ସ୍ତରରେ ଭାରତର ସେଭଳି କୌଣସି ଗୁରୁତ୍ୱ ନ ଥିଲା। ଆଜି ଭାରତ ବିଶ୍ୱର ୫ମ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଥିବାବେଳେ ଆଗାମୀ ବର୍ଷରେ ୩ୟ ବୃହତ ଅର୍ଥନୈତିକ ରାଷ୍ଟ ଏବଂ ୨୦୪୭ ମସିହା ବେଳକୁ ଭାରତକୁ ବିଶ୍ୱର ମହାନ ଶକ୍ତିରେ ପରିଣତ କରିବାକୁ ଚାହେଁ ଭାଜପା ସରକାର। ସେ କଂଗ୍ରେସକୁ ଟାର୍ଗେଟ କରି କହିଲେ ଯେ, ବିରୋଧୀ ସବୁବେଳେ ଦେଶର ବିକାଶରେ ବାଧା ସୃଷ୍ଟି କରିଛନ୍ତି। ଜମ୍ମୁ କଶ୍ମୀରରୁ ୩୭୦ ଧାରା, ଟ୍ରିପଲ ତଲାକ ଉଚ୍ଛେଦକୁ ନେଇ ବିରୋଧୀ ଦେଶରେ ହଙ୍ଗାମା କରିଥିଲେ।

ଭାରତ ପାଇଁ ଯାହା ପ୍ରଯୁଜ୍ୟ, ତାହା ଭାଜପା କରିବ। ପାକ୍‌ ଅଧିକୃତ କଶ୍ମୀର ଅଧିବାସୀ ଏବେ ପାକିସ୍ତାନର ବଶତା ସ୍ବୀକାର କରିବା ପରିବର୍ତ୍ତେ ଭାରତ ସହ ଯୋଡ଼ିହେବାକୁ ଚାହୁଁଛନ୍ତି। ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସର୍ଭେ ରିପୋର୍ଟ କହୁଛି, ଭାଜପା ବହୁମତରେ ବିଜୟ ହାସଲ କରି ଦେଶରେ ପୁଣି ସରକାର ଗଢ଼ିବ। ଓଡ଼ିଶାରେ ଭାଜପା ସରକାର ଗଢିବାକୁ ହେଲେ ଜନତାଙ୍କ ସହଯୋଗ ଜରୁରୀ। ଅପରାଜିତାଙ୍କ ସମ୍ପର୍କରେ ଇସାରା ଦେଇ ଭୁବନେଶ୍ୱର କେବଳ ସାଂସଦ ବାଛୁନାହିଁ, ବରଂ ବଡ଼ ଦାୟିତ୍ୱ ଦେବାକୁ ଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଏମ୍‌ପି ପ୍ରାର୍ଥୀ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ସେ ଆହ୍ବାନ ଦେଇଥିଲେ। ସଭାରେ ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ଜିଲା ଭାଜପା ସଭାପତି ରଶ୍ମି ମହାପାତ୍ର, ବରିଷ୍ଠ ନେତ୍ରୀ ବାସନ୍ତୀ ମହାପାତ୍ର, କୁନିଲତା ସ୍ବାଇଁ, ଲୋକ ସଭା ପ୍ରଭାରୀ ଜୀବନ ସାହୁ, ନିର୍ବାଚନମଣ୍ଡଳୀ ସଂଯୋଜକ ଦୀପକ ହୋତା ପ୍ରମୁଖ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri