୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦ କୋଟି ଟଙ୍କା ନିବେଶକରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ନିବେଶ ବ୍ରାଣ୍ଡ୍‌ର ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ କରିବ। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୪୧,୨୦୦ କୋଟି ଟଙ୍କା ବିନିଯୋଗ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ବିନିଯୋଗ ୨୦୦୦ କୋଟି ଅଧିକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ କମ୍ପାନୀ ବ୍ରିଟିଶ ଆର୍ମ ଜାଗୁଆର ଲ୍ୟାଣ୍ଡ ରୋଭର (ଜେଏଲ୍‌ଆର୍‌) କ୍ଷେତ୍ରରେ ପ୍ରାୟ ୩୫,୦୦୦କୋଟି ଟଙ୍କା ବିନିଯୋଗ ହେବ। ଏହା ମୋଟ ବିନିଯୋଗର ସିଂହ ଭାଗ ହେବ ବୋଲି ଆଶା କରାଯାଉଛି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଜେଏଲ୍‌ଆର୍‌ର ବିନିଯୋଗ ପ୍ରାୟ ୩୩,୦୦୦କୋଟି ଟଙ୍କା ହୋଇଥିବାବେଳେ ଟାଟା ମୋଟର୍ସରେ ପ୍ରାୟ ୮୦୦୦ କୋଟି ଟଙ୍କା ବିନିଯୋଗ ହୋଇଥିଲା। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରେ ଜେଏଲ୍‌ଆର୍‌ରେ ନିବେଶ ପ୍ରାୟ ୬% ବୃଦ୍ଧି ପାଇବାକୁ ଥିବାବେଳେ ଟାଟା ମୋଟର୍ସରେ ସମାନ(ଫ୍ଲାଟ୍‌) ପରିମାଣରେ ବିନିଯୋଗ ହେବ ବୋଲି ଟାଟା ମୋଟର୍ସର ଗ୍ରୁପ୍‌ ସିଏଫ୍‌ଓ ପି.ବି.ବାଲାଜୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି କମ୍ପାନୀର ଉତ୍ପାଦ ଯୋଜନା ଏକାଠି ହେଉଥିବାରୁ ଜେଏଲ୍‌ଆର୍‌ର ନିବେଶ ଏକ ପ୍ରମୁଖ ଭାଗ ହାସଲ କରିବ। ଏପରିକି ସେ କହିଛନ୍ତି, ବିନିଯୋଗ ହେଉଛି ଜେଏଲ୍‌ଆର୍‌ ଏବଂ ଟାଟା ମୋଟର୍ସ ପାଇଁ ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ବିକଶିତ କରିବା ସହ ଜେଏଲ୍‌ଆର୍‌ ଚଳିତ ବର୍ଷ ବଜାରରେ ରେଞ୍ଜ ରୋଭର ବିଇଭି ଏବଂ ଡିଫେଣ୍ଡର ଅକ୍ଟା ଭଳି ମଡେଲ ଲଞ୍ଚ କରିବ।

ଅପରପକ୍ଷରେ ଶେରେଖାନ୍‌ ବିଶ୍ଳେଷକମାନେ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ କାପେକ୍ସ ୩.୫ ବିଲିୟନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ନେଟ୍‌ ଋଣ ତୁଳନାରେ ଜେଏଲ୍‌ଆର୍‌ ନେଟ୍‌ ଋଣମୁକ୍ତ ହେବ ବୋଲି ଆଶା କରାଯାଉଛି। ଏପରିକି ଜେଏଲ୍‌ଆର୍‌ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକ ମଧ୍ୟରେ ପୁଞ୍ଜି ଲାଭ ବ୍ରେକ୍‌ଭେନ୍‌ ସ୍ତରରେ ମାଗଣା ନଗଦ ଦେଖିପାରିଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଜେଏଲ୍‌ଆର୍‌ର ନେଟ୍‌ ଋଣ ୧.୫୭ ବିଲିୟନରୁ ୭୩୨ ମିଲିୟନକୁ ହ୍ରାସ ପାଇଛି। ଭାରତୀୟ ଅଟୋ ଅପରେଶନ ବର୍ତ୍ତମାନ ନେଟ୍‌ ଋଣମୁକ୍ତର ସମାନ ସ୍ଥିତି ହାସଲ କରିବା ପାଇଁ ଏକତ୍ରିତ (ଅଟୋ) ସ୍ତରର ନେଟ୍‌ ଋଣ ଆଶାରେ ରହିଛି।

ସେହିପରି ମୋତିଲାଲ ଓସ୍‌ୱାଲ ବିଶ୍ଳେଷକମାନେ କହିଛନ୍ତି, ବଜାର ଚାହିଦା ଉତ୍ପାଦନ, ମିଶ୍ରଣକୁ ସ୍ବାଭାବିକ କରିବା ଏବଂ ଇଭି ରାମ୍ପରେ ବିନିଯୋଗ ହେତୁ ଖର୍ଚ୍ଚ ଚାପକୁ ଦୃଷ୍ଟିରେ ରଖି ଜେଏଲ୍‌ଆର୍‌ ମାର୍ଜିନ ଉପରେ ସ୍ଥିର ରହିବ ବୋଲି ଆମେ ଆଶା କରୁଛୁ, ଯାହା ମାର୍ଜିନ ହ୍ରାସ ହେବା ସମ୍ଭାବନା ରହିଛି। ବିଶ୍ଳେଷକମାନେ ଆଶା କରୁଛନ୍ତି ଯେ ଇଣ୍ଡିଆ ପିଭି ବ୍ୟବସାୟ ଚଳିତ ବର୍ଷର ଶେଷ ଭାଗରେ କର୍ଭଭ (ଏସ୍‌ୟୁଭି) ଏବଂ ଆସନ୍ତା ବର୍ଷ ସିଆର୍‌ ଭଳି ମଡେଲ୍‌ ଲଞ୍ଚ ସହିତ କାରବାର ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?