୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦ କୋଟି ଟଙ୍କା ନିବେଶକରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ନିବେଶ ବ୍ରାଣ୍ଡ୍‌ର ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ କରିବ। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୪୧,୨୦୦ କୋଟି ଟଙ୍କା ବିନିଯୋଗ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ବିନିଯୋଗ ୨୦୦୦ କୋଟି ଅଧିକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ କମ୍ପାନୀ ବ୍ରିଟିଶ ଆର୍ମ ଜାଗୁଆର ଲ୍ୟାଣ୍ଡ ରୋଭର (ଜେଏଲ୍‌ଆର୍‌) କ୍ଷେତ୍ରରେ ପ୍ରାୟ ୩୫,୦୦୦କୋଟି ଟଙ୍କା ବିନିଯୋଗ ହେବ। ଏହା ମୋଟ ବିନିଯୋଗର ସିଂହ ଭାଗ ହେବ ବୋଲି ଆଶା କରାଯାଉଛି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଜେଏଲ୍‌ଆର୍‌ର ବିନିଯୋଗ ପ୍ରାୟ ୩୩,୦୦୦କୋଟି ଟଙ୍କା ହୋଇଥିବାବେଳେ ଟାଟା ମୋଟର୍ସରେ ପ୍ରାୟ ୮୦୦୦ କୋଟି ଟଙ୍କା ବିନିଯୋଗ ହୋଇଥିଲା। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରେ ଜେଏଲ୍‌ଆର୍‌ରେ ନିବେଶ ପ୍ରାୟ ୬% ବୃଦ୍ଧି ପାଇବାକୁ ଥିବାବେଳେ ଟାଟା ମୋଟର୍ସରେ ସମାନ(ଫ୍ଲାଟ୍‌) ପରିମାଣରେ ବିନିଯୋଗ ହେବ ବୋଲି ଟାଟା ମୋଟର୍ସର ଗ୍ରୁପ୍‌ ସିଏଫ୍‌ଓ ପି.ବି.ବାଲାଜୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି କମ୍ପାନୀର ଉତ୍ପାଦ ଯୋଜନା ଏକାଠି ହେଉଥିବାରୁ ଜେଏଲ୍‌ଆର୍‌ର ନିବେଶ ଏକ ପ୍ରମୁଖ ଭାଗ ହାସଲ କରିବ। ଏପରିକି ସେ କହିଛନ୍ତି, ବିନିଯୋଗ ହେଉଛି ଜେଏଲ୍‌ଆର୍‌ ଏବଂ ଟାଟା ମୋଟର୍ସ ପାଇଁ ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ବିକଶିତ କରିବା ସହ ଜେଏଲ୍‌ଆର୍‌ ଚଳିତ ବର୍ଷ ବଜାରରେ ରେଞ୍ଜ ରୋଭର ବିଇଭି ଏବଂ ଡିଫେଣ୍ଡର ଅକ୍ଟା ଭଳି ମଡେଲ ଲଞ୍ଚ କରିବ।

ଅପରପକ୍ଷରେ ଶେରେଖାନ୍‌ ବିଶ୍ଳେଷକମାନେ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ କାପେକ୍ସ ୩.୫ ବିଲିୟନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ନେଟ୍‌ ଋଣ ତୁଳନାରେ ଜେଏଲ୍‌ଆର୍‌ ନେଟ୍‌ ଋଣମୁକ୍ତ ହେବ ବୋଲି ଆଶା କରାଯାଉଛି। ଏପରିକି ଜେଏଲ୍‌ଆର୍‌ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକ ମଧ୍ୟରେ ପୁଞ୍ଜି ଲାଭ ବ୍ରେକ୍‌ଭେନ୍‌ ସ୍ତରରେ ମାଗଣା ନଗଦ ଦେଖିପାରିଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଜେଏଲ୍‌ଆର୍‌ର ନେଟ୍‌ ଋଣ ୧.୫୭ ବିଲିୟନରୁ ୭୩୨ ମିଲିୟନକୁ ହ୍ରାସ ପାଇଛି। ଭାରତୀୟ ଅଟୋ ଅପରେଶନ ବର୍ତ୍ତମାନ ନେଟ୍‌ ଋଣମୁକ୍ତର ସମାନ ସ୍ଥିତି ହାସଲ କରିବା ପାଇଁ ଏକତ୍ରିତ (ଅଟୋ) ସ୍ତରର ନେଟ୍‌ ଋଣ ଆଶାରେ ରହିଛି।

ସେହିପରି ମୋତିଲାଲ ଓସ୍‌ୱାଲ ବିଶ୍ଳେଷକମାନେ କହିଛନ୍ତି, ବଜାର ଚାହିଦା ଉତ୍ପାଦନ, ମିଶ୍ରଣକୁ ସ୍ବାଭାବିକ କରିବା ଏବଂ ଇଭି ରାମ୍ପରେ ବିନିଯୋଗ ହେତୁ ଖର୍ଚ୍ଚ ଚାପକୁ ଦୃଷ୍ଟିରେ ରଖି ଜେଏଲ୍‌ଆର୍‌ ମାର୍ଜିନ ଉପରେ ସ୍ଥିର ରହିବ ବୋଲି ଆମେ ଆଶା କରୁଛୁ, ଯାହା ମାର୍ଜିନ ହ୍ରାସ ହେବା ସମ୍ଭାବନା ରହିଛି। ବିଶ୍ଳେଷକମାନେ ଆଶା କରୁଛନ୍ତି ଯେ ଇଣ୍ଡିଆ ପିଭି ବ୍ୟବସାୟ ଚଳିତ ବର୍ଷର ଶେଷ ଭାଗରେ କର୍ଭଭ (ଏସ୍‌ୟୁଭି) ଏବଂ ଆସନ୍ତା ବର୍ଷ ସିଆର୍‌ ଭଳି ମଡେଲ୍‌ ଲଞ୍ଚ ସହିତ କାରବାର ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri