ପିକ୍ନିକ୍ ଯାଉଛି କହି ଫେରି ନ ଥିଲେ ଘରକୁ, ଆଜି ପୋଲରେ ଝୁଲିଥିଲା ମୃତଦେହ
ବଡ଼ବିଲ,୨୦ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ କାରୋନଦୀ ପୋଲରୁ ଶନିବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଯୋଡ଼ା ଅଞ୍ଚଳରେ ରହୁଥିବା ଝାଡ଼େଶ୍ୱର ସାହୁ(୬୨)। ସୂଚନା ଅନୁଯାୟୀ, ଝାଡ଼େଶ୍ୱର ଟାଟା ଷ୍ଟିଲ କମ୍ପାନୀରୁ…
ନାବାଳିକା ବଳାତ୍କାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୨୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆସାମୀ ଶରତ ପାତ୍ର(୫୦)ଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଏବଂ…
ଇପିଏଫଓକୁ ଫେରିଲେ ୧୦ ଲକ୍ଷ ଲୋକେ, ସାମିଲ ହେଲେ ୭ ଲକ୍ଷ ନୂତନ କର୍ମଜୀବୀ
ନୂଆଦିଲ୍ଲୀ,୨୦।୧: କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି(ଇପିଏଫଓ)ରେ ନଭେମ୍ବର ୨୦୨୩ରେ ପ୍ରାୟ ୧୩ ଲକ୍ଷ ଲୋକେ ଯୋଡି ହୋଇଛନ୍ତି। ଏଥିରେ ୭.୩୬ ଲକ୍ଷ ଯୁବକ ରହିଛନ୍ତି। ଶନିବାର ଦିନ ଇପିଏଫଓ ଦ୍ୱାରା ପ୍ରକାଶିତ ତଥ୍ୟ ଦର୍ଶାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଇପିଏଫଓ…
କାର୍-ଅଟୋ ଧକ୍କାରେ ମୃତ୍ୟୁ: ରାଜପଥରେ ମୃତଦେହ ରଖି ବିକ୍ଷୋଭ କଲେ ଗ୍ରାମବାସୀ
ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ କାର୍ (ଓଡି୦୭ଏଜେ ୬୯୧୭)ସହ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୫୭୧୮)ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋ ଯାତ୍ରୀ ହିଞ୍ଜିଳି ଥାନା ଚୈତନ୍ୟପଡ଼ା ଗ୍ରାମର ପବନା ଦାସ(୨୬)ଙ୍କ ମୃତ୍ୟୁ…
ସାନିଆଙ୍କ ବାପା କହିଲେ ଶୋଏବ ନୁହନ୍ତି, ସାନିଆ ହିଁ ପକାଇଛନ୍ତି ବିବାହରେ ପୂର୍ଣ୍ଣଚ୍ଛେଦ
ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା। ଏହା…
ରାତ୍ର ଜଗୁଆଳ ଆକ୍ରମଣ ଘଟଣା: ଜଣେ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଗତ ବର୍ଷ ୧୯ ଜୁନ୍ରେ ସଂଘବଦ୍ଧ ଆକ୍ରମଣରେ ଇଟାଭାଟିରେ କାର୍ଯ୍ୟରତ ଜଣେ ରାତ୍ର ଜଗୁଆଳ ଗୁରୁତର ହୋଇଥିଲେ। ଗୁରୁତର ଜଣଙ୍କ କୋଳିଦାସପୁର ଗ୍ରାମର ପୀତାମ୍ବର ଦଳାଇ। ଘଟଣାର ଦୀର୍ଘ ୭ମାସ ପରେ ଘଟଣାର…
ରାମ ମନ୍ଦିର ଉଦଘାଟନ ପୂର୍ବରୁ ରାମେଶ୍ୱରମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ରମେଶ୍ୱରମ୍,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ଅନେକ ମନ୍ଦିର ପରିଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରମେଶ୍ୱରାମର ‘ଆଙ୍ଗି ତିର୍ଥ’…
ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ
ମୁମ୍ବାଇ,୨୦ା୧: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ…
କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଚାରିଲେ-‘ଏ ମାହଲ ମାଣ୍ଡା କେଉଁଠୁ ଆସିଲା’
ଭୁବନେଶ୍ୱର,୨୦।୧: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆସିଥିବା ଆଡମିଟ କାର୍ଡରେ ”ମାହାଲ ମାଣ୍ଡା” ନାଁ ଆସିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହାପରେ ପରୀକ୍ଷାର୍ଥୀମାନେ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା…
ନକଲି କ୍ରିପ୍ଟୋ କରେନ୍ସି ନାଁ ରେ ୧୦ କୋଟିର ଠକେଇ: ମାଷ୍ଟରମାଇଣ୍ଡ ସମେତ ୭ ଗିରଫ
ବଲାଙ୍ଗୀର,୨୦।୧:(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି। ନକଲି କ୍ରିପ୍ଟୋ କରେନ୍ସି ନାଁରେ ଚାଲିଥିବା ଏକ ଟଙ୍କା ଠକେଇ ରାକେଟର ପର୍ଦ୍ଦାଫାଶ ହୋଇଛି । ବଲାଙ୍ଗୀର ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗୀରର ୬…
ଧରାପଡ଼ିଲେ ରଶ୍ମିକାଙ୍କ ‘ଡିପ୍ଫେକ୍’ ଭିଡିଓ କରିଥିବା ଅଭିଯୁକ୍ତ
ବମ୍ବେ: ସୋସିଆଲ ମିଡିଆର ବହୁଳ ବ୍ୟବହାର ସହ ‘ଡିପ୍ଫେକ୍’ ମାମଲା ବଢ଼ିବାରେ ଲାଗିଛି। ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଭିଡିଓ ଭାଇରାଲ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଶ୍ଳିଳ ଭିଡିଓ…
ରାମ ନାମ ଜପୁଥିଲେ ମହିଳା, ଧାଇଁଆସି ଆଲିଙ୍ଗନ କଲା ଏକ ମାଙ୍କଡ଼; ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ…
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଚାରିଆଡେ ରାମ ନାମ ଜପ ସହ ଭଜନ ସମାରୋହ ଅନୁଷ୍ଠିତ ହେଉଛି। ଏହାର ଅନେକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରୁ କିଛି…
Archives


