ଆକାଶରେ ଆତଙ୍କ

ବ୍ୟାଙ୍କକ୍‌,୨୨ା୫: ଲଣ୍ଡନରୁ ସିଙ୍ଗାପୁରକୁ ଉଡ଼ାଣ କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଯାତ୍ରାବେଳେ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଛି। ଏଥିରେ ବ୍ରିଟେନ୍‌ର ଜଣେ ୭୩ ବର୍ଷୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଏୟାରଲାଇନ୍ସ ବୋଇଂ ୭୭୭ ସୋମବାର ରାତି ୧୦ଟା ପରେ ଲଣ୍ଡନ ଛାଡ଼ି ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ୨୧୧ ଯାତ୍ରୀ ଓ ୧୮ କ୍ରିଉ ମେମ୍ବର ଥିଲେ। ଟେକ୍‌ଅପ୍‌ର ପ୍ରାୟ ଦେଢ଼ଘଣ୍ଟା ପରେ ବିମାନଟି ୩୦ ହଜାର ଫୁଟ୍‌ ଉଚ୍ଚରେ ଉଡ଼ାଣ କରି ଦକ୍ଷିଣ-ପୂର୍ବ ଏସୀୟ ଗନ୍ତବ୍ୟସ୍ଥଳ ଆଡ଼କୁ ଅଗ୍ରସର ହେଉଥିବାବେଳେ ଆକାଶରେ ଭୟଙ୍କର ଟର୍ବୁଲାନ୍ସକୁ ସାମ୍ନା କରିଥିଲା। ବିମାନ ଖୁବ୍‌ ଜୋର୍‌ରେ ଥରିବାରେ ଲାଗିଲା। ଫଳରେ ପାଇଲଟ୍‌ ଏହାକୁ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସ୍ଥାନୀୟ ସମୟ ୩ଟା ୪୫ରେ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ଫ୍ଲାଇଟ୍‌ ଏସ୍‌କ୍ୟୁ୩୨୧ର ଆହତ ଯାତ୍ରୀଙ୍କ ମଧ୍ୟରୁ ୧୮ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସିଙ୍ଗାପୁର ଏୟାରଲାଇନ୍ସ ସ୍ପଷ୍ଟ କରିଛି। ଅନ୍ୟ ୧୨ ଜଣଙ୍କୁ ମଧ୍ୟ କେତେକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅବଶିଷ୍ଟ ଯାତ୍ରୀ ଓ କ୍ରିଉମାନଙ୍କୁ ସୁବର୍ଣ୍ଣଭୂମି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଚିକିତ୍ସା କରାଯାଉଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ସୁବର୍ଣ୍ଣଭୂମି ଏୟାରପୋର୍ଟ ଡାଇରେକ୍ଟର କିଟ୍ଟିପୋଙ୍ଗ୍‌ କିଟ୍ଟିକାଚୋର୍ନ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୭୩ ବର୍ଷୀୟ ବ୍ରିଟିଶ୍‌ ଜଣକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ୭ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏୟାର ଟ୍ରାକ୍ରିଂ ସର୍ଭିସ୍‌ ଫ୍ଲାଇଟ୍‌ ରାଡାର ୨୪ର ଜଣେ ମୁଖପାତ୍ର କହିଛନ୍ତି, ପ୍ରାୟ ୭.୪୯ ଜିଏମ୍‌ଟିରେ ପ୍ଲେନ୍‌ରେ ଅସ୍ଥିରତା ଦେଖାଦେଇଥିଲା। ସେହି ସମୟର ଡେଟାକୁ ବିଶ୍ଳେଷଣ କରାଯାଉଛି। ବିମାନରେ ଯାତ୍ରା କରୁଥିବା ୨୮ ବର୍ଷୀୟ ଛାତ୍ର ଡିଜଫ୍ରାନ୍‌ ଆଜମିର ମଧ୍ୟ ନିଜ ଅନୁଭୂତି ବଖାଣିଛନ୍ତି। ବିମାନ ହଠାତ୍‌ ହଲିବାରେ ଲାଗିଥିଲା। କେତେଜଣ ଯାତ୍ରୀଙ୍କ ମୁଣ୍ଡରେ ସେମାନଙ୍କ ବ୍ୟାଗେଜ୍‌ କ୍ୟାବିନ୍‌ ବାଜିଥିଲା। ସମସ୍ତେ ଆତଙ୍କିତ ହୋଇଯାଇଥିଲେ। ବିଶେଷଜ୍ଞଙ୍କ ମତରେ ସିଟ୍‌ବେଲ୍ଟ ପିନ୍ଧି ନ ଥିବା ଯାତ୍ରୀମାନେ ଅଧିକ ଆହତ ହୋଇଥାନ୍ତି। ଏପରି କି ପାଇଲଟ୍‌ ମଧ୍ୟ ଯାତ୍ରୀମାନଙ୍କୁ ସତର୍କ କରାଇବାକୁ ସକ୍ଷମ ହୋଇନାହାନ୍ତି। ପ୍ରକାଶ ଯେ, ଗତବର୍ଷ ମେ’ରେ ଟର୍ବୁଲାନ୍ସ ଯୋଗୁ ଏକ ଦିଲ୍ଲୀ-ସିଡ୍‌ନୀ ଏୟାର ଇଣ୍ଡିଆ ବିମାନର ଅନେକ ଯାତ୍ରୀ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଏହି କାମ କରିବାକୁ ଶପଥ ନେଲେ କମଲା ହାରିସ

ଓ୍ବାଶିଂଟନ,୨୬।୭: ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି। ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା...

ପୁଅ ପାଇଁ କନ୍ୟା ଦେଖିବାକୁ ଯାଇଥିଲେ ବାପା: ଘରକୁ ଆସି ଦେଖିଲାବେଳକୁ ପାଦ ତଳୁ ଖସିଗଲା ମାଟି

ଢାକା,୨୫।୭: ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାତ୍ମକ ପ୍ରତିବାଦରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କିଛି ଲୋକ ଅଛନ୍ତି, ଯାହାଙ୍କ ମୃତଦେହକୁ ଚିହ୍ନିବା କଷ୍ଟକର।...

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ...

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri