ଆକାଶରେ ଆତଙ୍କ

ବ୍ୟାଙ୍କକ୍‌,୨୨ା୫: ଲଣ୍ଡନରୁ ସିଙ୍ଗାପୁରକୁ ଉଡ଼ାଣ କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଯାତ୍ରାବେଳେ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଛି। ଏଥିରେ ବ୍ରିଟେନ୍‌ର ଜଣେ ୭୩ ବର୍ଷୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଏୟାରଲାଇନ୍ସ ବୋଇଂ ୭୭୭ ସୋମବାର ରାତି ୧୦ଟା ପରେ ଲଣ୍ଡନ ଛାଡ଼ି ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ୨୧୧ ଯାତ୍ରୀ ଓ ୧୮ କ୍ରିଉ ମେମ୍ବର ଥିଲେ। ଟେକ୍‌ଅପ୍‌ର ପ୍ରାୟ ଦେଢ଼ଘଣ୍ଟା ପରେ ବିମାନଟି ୩୦ ହଜାର ଫୁଟ୍‌ ଉଚ୍ଚରେ ଉଡ଼ାଣ କରି ଦକ୍ଷିଣ-ପୂର୍ବ ଏସୀୟ ଗନ୍ତବ୍ୟସ୍ଥଳ ଆଡ଼କୁ ଅଗ୍ରସର ହେଉଥିବାବେଳେ ଆକାଶରେ ଭୟଙ୍କର ଟର୍ବୁଲାନ୍ସକୁ ସାମ୍ନା କରିଥିଲା। ବିମାନ ଖୁବ୍‌ ଜୋର୍‌ରେ ଥରିବାରେ ଲାଗିଲା। ଫଳରେ ପାଇଲଟ୍‌ ଏହାକୁ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସ୍ଥାନୀୟ ସମୟ ୩ଟା ୪୫ରେ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ଫ୍ଲାଇଟ୍‌ ଏସ୍‌କ୍ୟୁ୩୨୧ର ଆହତ ଯାତ୍ରୀଙ୍କ ମଧ୍ୟରୁ ୧୮ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସିଙ୍ଗାପୁର ଏୟାରଲାଇନ୍ସ ସ୍ପଷ୍ଟ କରିଛି। ଅନ୍ୟ ୧୨ ଜଣଙ୍କୁ ମଧ୍ୟ କେତେକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅବଶିଷ୍ଟ ଯାତ୍ରୀ ଓ କ୍ରିଉମାନଙ୍କୁ ସୁବର୍ଣ୍ଣଭୂମି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଚିକିତ୍ସା କରାଯାଉଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ସୁବର୍ଣ୍ଣଭୂମି ଏୟାରପୋର୍ଟ ଡାଇରେକ୍ଟର କିଟ୍ଟିପୋଙ୍ଗ୍‌ କିଟ୍ଟିକାଚୋର୍ନ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୭୩ ବର୍ଷୀୟ ବ୍ରିଟିଶ୍‌ ଜଣକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ୭ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏୟାର ଟ୍ରାକ୍ରିଂ ସର୍ଭିସ୍‌ ଫ୍ଲାଇଟ୍‌ ରାଡାର ୨୪ର ଜଣେ ମୁଖପାତ୍ର କହିଛନ୍ତି, ପ୍ରାୟ ୭.୪୯ ଜିଏମ୍‌ଟିରେ ପ୍ଲେନ୍‌ରେ ଅସ୍ଥିରତା ଦେଖାଦେଇଥିଲା। ସେହି ସମୟର ଡେଟାକୁ ବିଶ୍ଳେଷଣ କରାଯାଉଛି। ବିମାନରେ ଯାତ୍ରା କରୁଥିବା ୨୮ ବର୍ଷୀୟ ଛାତ୍ର ଡିଜଫ୍ରାନ୍‌ ଆଜମିର ମଧ୍ୟ ନିଜ ଅନୁଭୂତି ବଖାଣିଛନ୍ତି। ବିମାନ ହଠାତ୍‌ ହଲିବାରେ ଲାଗିଥିଲା। କେତେଜଣ ଯାତ୍ରୀଙ୍କ ମୁଣ୍ଡରେ ସେମାନଙ୍କ ବ୍ୟାଗେଜ୍‌ କ୍ୟାବିନ୍‌ ବାଜିଥିଲା। ସମସ୍ତେ ଆତଙ୍କିତ ହୋଇଯାଇଥିଲେ। ବିଶେଷଜ୍ଞଙ୍କ ମତରେ ସିଟ୍‌ବେଲ୍ଟ ପିନ୍ଧି ନ ଥିବା ଯାତ୍ରୀମାନେ ଅଧିକ ଆହତ ହୋଇଥାନ୍ତି। ଏପରି କି ପାଇଲଟ୍‌ ମଧ୍ୟ ଯାତ୍ରୀମାନଙ୍କୁ ସତର୍କ କରାଇବାକୁ ସକ୍ଷମ ହୋଇନାହାନ୍ତି। ପ୍ରକାଶ ଯେ, ଗତବର୍ଷ ମେ’ରେ ଟର୍ବୁଲାନ୍ସ ଯୋଗୁ ଏକ ଦିଲ୍ଲୀ-ସିଡ୍‌ନୀ ଏୟାର ଇଣ୍ଡିଆ ବିମାନର ଅନେକ ଯାତ୍ରୀ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?