ରାମ ନାମ ଲେଖି ଚର୍ଚ୍ଚାରେ ବ୍ରଜ କିଶୋରୀ
ଜୟପୁର,୨୧।୧(ପବନ ପାଣିଗ୍ରାହୀ)ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ନେଇ ସାରା ଦେଶ ଏବେ ଉତ୍ସବମୁଖର ହୋଇଉଠିଛି। ମନ୍ଦିର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। କୋରାପୁଟ…
ଇପିଏଫ୍ଓରେ ଯୋଡ଼ିହେଲେ ୧୩.୯୫ଲକ୍ଷ ସଦସ୍ୟ
ଭୁବନେଶ୍ୱର,୨୧।୧(ଅନୁରାଧା ମହାରଣା): ୨୦୨୩ ନଭେମ୍ବରରେ ପ୍ରାୟ ୧୩.୯୫ ଲକ୍ଷ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ରେ ଯୋଗଦେଇଛନ୍ତି। ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ୧୮-୨୫ ବର୍ଷ ବୟସର ଯୁବବର୍ଗସଂଖ୍ୟା ସର୍ବାଧିକ ୫୭.୩୦ ପ୍ରତିଶତ ରହିଛି। ଶନିବାର ଇପିଏଫ୍ଓ ପକ୍ଷରୁ ପ୍ରକାଶିତ…
ସିଡ୍ୟୁଲ-୨ ବନ୍ୟପ୍ରାଣୀ ବେପାରକୁ ଗ୍ରୀନ୍ ସିଗ୍ନାଲ
ଭୁବନେଶ୍ୱର, ୨୧।୧(ଅସମାପିକା ସାହୁ)ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣାବିକା କରି ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮ ତାରିଖରେ ଜାରି କରାଯାଇଥିବା ଗେଜେଟ ନଂ. ୪୦ରେ ଏଥିପାଇଁ ଲାଇସେନ୍ସ ପ୍ରଦାନ କରାଯିବା…
ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼ ଜରାଜୀର୍ଣ୍ଣ
ଖୋର୍ଦ୍ଧା,୨୧ା୧(ପ୍ରଭାତ ପାଣିଗ୍ରାହୀ)ପାଇକ ବିଦ୍ରୋହର ଐତିହାସିକ ସଂଗ୍ରାମ, ଗାରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡ଼ି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ବିଲୁପ୍ତ ଓ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ…
ଲାଲଚାନ୍ଦ୍ ଆଣିଲା ସ୍ବତନ୍ତ୍ର ରୁପା ମୁଦ୍ରା ‘ଶ୍ରୀରାମ ଦରବାର’
ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ତଥା ପୂର୍ବଭାରତର ସର୍ବାଧିକ ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍ ଜୁଏଲର୍ସ ପକ୍ଷରୁ ‘ଶ୍ରୀରାମ ଦରବାର’ ସ୍ବତନ୍ତ୍ର ସଂସ୍କରଣ ରୁପା ମୁଦ୍ରାର ଉନ୍ମୋଚନ ସହ ବିକ୍ରୟ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ନବନିର୍ମିତ…
୧୯ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ
କେନ୍ଦୁଝର,୨୧ା୧( ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାରେ ୧୯ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଉକ୍ତ ଗ୍ରାମକୁ ଯାତାୟାତ ସଂଯୋଗ ପାଇଁ ୬୧ କି.ମି ରାସ୍ତାର ଆବଶ୍ୟକତା ଥିବା ନେଇ ୨୦୨୦ ଜାନୁୟାରୀ ୨୪ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ…
ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ରାମମୟ
ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଦିନେ ବାକି ଥିବାବେଳେ ସାରା ସହର ଧର୍ମୀୟ ଭାବାବେଗରେ ତଲ୍ଲୀନ ହୋଇଯାଇଛି। ଚାରିଆଡ଼ ରାମମୟ ଦେଖିବାକୁ ମିଳିଛି। ଗୁରୁବାର ରାମପଥରେ ଖୋଲିଥିବା ଏକ ନୂଆ ବ୍ୟାଙ୍କ ଶାଖାର ନାଁ ରାମଜନ୍ମଭୂମି ବ୍ରାଞ୍ଚ୍…
୧୩ ନଥିପତ୍ର ଉଭାନ, ୮୬.୫ କୋଟିର ହିସାବ ମିଳୁନି
ଯାଜପୁର,୨୧ା୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ତଥା ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ସୁକିନ୍ଦା ବ୍ଲକରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି। ୨୦୨୧-୨୨ ବର୍ଷର ଲୋକାଲ ଫଣ୍ଡ ଅଡିଟ ରିପୋର୍ଟରେ ସୁକିନ୍ଦା ବ୍ଲକ ପ୍ରଶାସନର କାର୍ଯ୍ୟାଧାରାକୁ ଏକଚାଟିଆ…
୩୮ ଡାକ୍ତର ବଦଳରେ ୮
ପଟ୍ଟାମୁଣ୍ଡାଇ,୨୧ା୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି। ଫଳରେ ପଟ୍ଟାମୁଣ୍ଡାଇ ତା’ର ସତ୍ତା ହରାଇ ସବୁକ୍ଷେତ୍ରରେ ଅବହେଳିତ ହୋଇପଡିଥିବା ବେଳେ ସ୍ବାସ୍ଥ୍ୟସେବା…
ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ
କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ)କଟ୍ନୀ ଛଟ୍ନୀ ଓ ଅନ୍ୟ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲା କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲେ। ଖରିଫ ଧାନର ଅଭାବ ବିକ୍ରି ଠାରୁ ଆରମ୍ଭ କରି ଶସ୍ୟ ସଂରକ୍ଷଣ ସମସ୍ୟା ଉତ୍ଥାପନ କରି ଜିଲାପାଳଙ୍କୁ…
ସଜେଇ ହେଉଛି ଫତେଗଡ଼ ଶ୍ରୀରାମ ମନ୍ଦିର
ନୟାଗଡ଼/ଭାପୁର,୨୧।୧(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଅଯୋଧ୍ୟାରେ ରାମଲାଲା ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ଜାନୁଆରୀ ୨୨ରେ ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ଫତେଗଡ ଗିରି ଗୋବର୍ଦ୍ଧନ ପାହାଡ଼ର ଶୀର୍ଷରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ…
ସୋଏବଙ୍କ ତୃତୀୟ, ସନାଙ୍କ ଦ୍ୱିତୀୟ ବିବାହ, ଜାଣନ୍ତୁ ପ୍ରଥମେ କାହା ସହ ହୋଇଥିଲା ସୋଏବଙ୍କ ବିବାହ
କରାଚୀ,୨୦ା୧(ପି.ଟି.): ଭାରତୀୟ ଟେନିସ୍ ସୁପରଷ୍ଟାର ସାନିଆ ମିର୍ଜାଙ୍କ ସହ ୧୩ ବର୍ଷର ସମ୍ପର୍କ ଛିନ୍ନ କରି ତୃତୀୟ ଥର ବିବାହ କରିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମଲିକ। ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍ଙ୍କ ସହ ସୋଏବ ବିବାହର ଫଟୋ ନିଜ ସୋସିଆଲ…
Archives


