ଟାଟା ମୋଟର୍ସ ଗ୍ରୁପ୍‌ ସହ ବଜାଜ୍‌ ଫାଇନାନ୍ସର ବୁଝାମଣା

ଭୁବନେଶ୍ୱର,୨୨।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସବ୍‌ସିଡିଆରି କମ୍ପାନୀ ଟାଟା ମୋଟର୍ସ ପାସେଞ୍ଜର ଭେହିକଲ୍ସ (ଟିଏମ୍‌ପିଭି) ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି (ଟିପିଇଏମ୍‌୍‌) ସହ ବଜାଜ୍‌ ଫାଇନାନ୍ସର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷ କରି କମ୍ପାନୀର ଡିଲରମାନଙ୍କ ପାଇଁ ବିକଳ୍ପ ଏବଂ ଆର୍ଥିକ ସହଜତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣା ହୋଇଥିବା ଟାଟା ମୋଟର୍ସ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି କମ୍ପାନୀର ଯାତ୍ରୀ ଏବଂ ବୈଦ୍ୟୁତିକ ଯାନ ଡିଲରମାନଙ୍କୁ ଆବଶ୍ୟକ ଯୋଗାଣ ଶୃଙ୍ଖଳା ଅର୍ଥ ସମାଧାନ ବିସ୍ତାର କରିବାକୁ ଏହି ବୁଝାମଣା ହୋଇଛି। ଏପରିକି ଆର୍ଥିକ ସେବା ଗୋଷ୍ଠୀ ମାଧ୍ୟମରେ ଏହି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ସହ ଅଂଶଗ୍ରହଣକାରୀ କମ୍ପାନୀଗୁଡ଼ିକ ବଜାଜ୍‌ ଫାଇନାନ୍ସର ଲେଭରେଜ ପାଇଁ ଏକାଠି ହେବା ସହ ସର୍ବନିମ୍ନ ବନ୍ଧକ ସହିତ ଟିଏମ୍‌ପିଭି ଏବଂ ଟିପିଇଏମ୍‌ର ଡିଲରମାନଙ୍କୁ ସହାୟତା ପାଣ୍ଠି ଯୋଗାଇବାରେ ବ୍ୟାପକ ପ୍ରସାରଓ ସହାୟକ ଯୋଗାଇଦେବ।
ଏହି ପରିପ୍ରେକ୍ଷୀରେ ଟିପିଇଏମ୍‌ର ସିଏଫ୍‌ଓ ଏବଂ ଟିଏମ୍‌ପିଭିର ନିର୍ଦ୍ଦେଶକ ଧିମାନ ଗୁପ୍ତା ଏବଂ ବଜାଜ୍‌ ଫାଇନାନ୍ସର ସିବିଓ ସିଦ୍ଧାର୍ଥ ଭଟ୍ଟଙ୍କ ଦ୍ୱାରା ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।
ଏ ସମ୍ପର୍କରେ ଟିପିଇଏମ୍‌ର ସିଏଫ୍‌ଓ ଏବଂ ଟିଏମ୍‌ପିଭିର ନିର୍ଦ୍ଦେଶକ ଧିମାନ ଗୁପ୍ତା କହିଛନ୍ତି, ବ୍ରାଣ୍ଡ୍‌ର ଡିଲର ଅଂଶୀଦାରମାନେ ଆମର ବ୍ୟବସାୟ ପାଇଁ ଅବିଚ୍ଛେଦ୍ୟ ହୋଇଥିବାବେଳେ ଆମେ ମଧ୍ୟ ବ୍ୟବସାୟ କରିବାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆବଶ୍ୟକ ସମାଧାନ ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରି ଖୁସି ଅଛୁ। ସେହିଭଳି ବଜାଜ୍‌ ଫାଇନାନ୍ସ ଲିମିଟେଡ୍‌ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଅନୁପ ସାହା କହିଛନ୍ତି, ବଜାଜ୍‌ ଫାଇନାନ୍ସରେ ସଶକ୍ତୀକରଣ ପାଇଁ ଆର୍ଥିକ ସହାୟତା ସହ ଇଣ୍ଡିଆ ଷ୍ଟାକ୍‌ ବ୍ୟବହାର କରି ଆମେ ସର୍ବଦା ଶ୍ରେଷ୍ଠ-ଶ୍ରେଣୀ ପ୍ରକ୍ରିୟା ପ୍ରଦାନ କରିବାକୁ ଚେଷ୍ଟା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri