ବିନା ଘୋଡ଼ଣିରେ ବିଷାକ୍ତ ପାଉଁଶ ପରିବହନ
ଯାଜପୁରରୋଡ଼,୩୧।୧(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ। ପରେ ସେଥିରୁ ବହୁ ପରିମାଣରେ ପାଉଁଶ ବାହାରିଥାଏ।। ସେହି ପାଉଁଶ କାରଖାନାର କୌଣସି କାମରେ ବ୍ୟବହୃତ ହୋଇ ନ ଥାଏ। ସେହି ବିଷାକ୍ତ ପାଉଁଶ…
ଆବର୍ଜନାରେ ଭର୍ତ୍ତି ବିଜିପୁର ପୋଖରୀ ତୁଠ
ବ୍ରହ୍ମପୁର,୩୧।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ଜଳାଶୟଗୁଡିକର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ଥିବା ୪୮ଟି ପୋଖରୀକୁ ଆମ ପୋଖରୀରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୩୧ଟି ପୋଖରୀର…
ଯିଏ ଉଚ୍ଛେଦ ଦାବି କରୁଥିଲେ, ସେ ଜବରଦଖଲକାରୀ
ତିହିଡ଼ି,୩୧।୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୁଆମାଳ ପଞ୍ଚାୟତର ଗଣ୍ଡପଡ଼ା ଗ୍ରାମରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମର ଖାତା ନଂ. ୧୪୨୮ ପ୍ଲଟ ନଂ. ୩୮୫୦ରେ ୧ ଡିସିମିଲ ସରକାରୀ ଜାଗାକୁ…
ଭାରତ ବିପକ୍ଷ ୨ୟ ଟେଷ୍ଟରେ ଏହି ପାକିସ୍ତାନୀଙ୍କୁ ଇଂଲଣ୍ଡର ପ୍ଲେ-୧୧ରେ ମିଳିବ ସ୍ଥାନ
ନୂଆଦିଲ୍ଲୀ,୩୧।୧: ହାଇଦ୍ରାବାଦରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୨୮ ରନ୍ରେ ପରାସ୍ତ କରିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ପ୍ରଥମ ଟେଷ୍ଟରେ ଜିତିବା ସତ୍ତ୍ୱେ ଇଂରାଜୀ ଦଳ ଗୋଟିଏ ପରିବର୍ତ୍ତନ…
ହନୁ ଶୁଣିଲା ହନୁମାନ ଚାଳିଶା
ଯୋଡ଼ା,୩।୧।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ମଙ୍ଗଳା ମନ୍ଦିରରେ ମଙ୍ଗଳବାର ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ସକାଳ ୮ଟାରେ ପୂଜକ ରଜନୀକାନ୍ତ ଦାସ ଆଳତି ପରେ ପୁଷ୍ପାଞ୍ଜଳି ଦେବା ସମୟରେ ଏକ ହନୁ ମାଙ୍କଡ଼ ମନ୍ଦିର ଭିତରକୁ ପଶି ଯାଇଥିଲା।…
ରାଉରକେଲାରୁ ବିମାନସେବା ଆରମ୍ଭ
ରାଉରକେଲା,୩୧।୧(ସଙ୍ଗୀତା ଜେନା): ରାଉରକେଲା-କୋଲକାତା ବିମାନ ସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରେ କୋଲକାତାରୁ ଉକ୍ତ ବିମାନ ଆସି ରାଉରକେଲାରେ ଅବତରଣ କରିଥିଲା। ଏଥିରେ ୩୩ଜଣ ଯାତ୍ରୀ ଆସିଥିଲେ। ଏହାପରେ ବିମାନଟି ଭୁବନେଶ୍ୱର ଯାଇଥିଲା। ସେଠାରୁ ପୁଣି ରାଉରକେଲା ଆସି କୋଲକାତା…
ଏସ୍ସିବିରେ ପ୍ରଥମଥର ହେମୋଫିଲିଆ ଅସ୍ତ୍ରୋପଚାର ସଫଳ
କଟକ,୩।୧।୧(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ପ୍ରଥମଥର ପାଇଁ ହେମୋଫିଲିଆ ରୋଗର ଅସ୍ତ୍ରୋପଚାର ସଫଳ ହୋଇଛି। ଫଳରେ ରୋଗୀ ଜଣଙ୍କ ସୁସ୍ଥ ହେବାରୁ ମଙ୍ଗଳବାର ଏସ୍ସିବିରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ବାଲେଶ୍ୱର ଜିଲା ହଳଦିଆପଡା ଅଞ୍ଚଳର ଚନ୍ଦନ ମହାଲିକ…
ନକଲି ଶିକ୍ଷକଙ୍କ ତଥ୍ୟ ଦିଅ
ଭୁବନେଶ୍ୱର, ୩୧।୧(ଅସମାପିକା ସାହୁ): ନକଲି ଶିକ୍ଷକଙ୍କ ତଥ୍ୟ ଦେଇନାହାନ୍ତି ୧୧ ଜିଲା ଶିକ୍ଷାଧିକାରୀ। ଏହାକୁ ନେଇ ଗଣଶିକ୍ଷା ବିଭାଗ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ତଥ୍ୟ ଦେବା ପାଇଁ ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ…
ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମୀନାକ୍ଷୀ ବାହିନୀପତି
ଭୁବନେଶ୍ୱର, ୩୧।୧(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାବେଳେ କଂଗ୍ରେସ ରାଜ୍ୟରେ ନିଜର ସାଙ୍ଗଠନିକ ନିଯୁକ୍ତିରେ ବ୍ୟାପକ ପରିବର୍ତ୍ତନ ଆରମ୍ଭ କରିଦେଇଛି। ରାଜ୍ୟରେ କଂଗ୍ରେସ ଅଜୟ କୁମାରଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦେବା ପରେ ଦଳ ନିଜର…
ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା ଗୋରଖପୁର ହାଟିଆ ମୌର୍ଯ୍ୟ ଏକ୍ସପ୍ରେସ୍
ଭୁବନେଶ୍ୱର, ୩୧।୧(ସୁନିତ୍ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରେଳ ମନ୍ତ୍ରଣାଳୟ ‘ଗୋରଖପୁର ହଟିଆ -ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ’ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି। ଏହି ପଦକ୍ଷେପ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲାର…
ଛାତ୍ରୀଛାତ୍ରଙ୍କୁ ସଫଳତାର ବାଟ ବତାଇଲେ ପାଣ୍ଡିଆନ
ବ୍ରହ୍ମପୁର,୩୧।୧(ତନୁଶ୍ରୀ ନାହାକ)/ଭୁବନେଶ୍ୱର(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତକରି ଜିଲାର କଲେଜ ରୂପାନ୍ତରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ବିବେକ ବିହାରଠାରେ…
ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି
ଅଗରତାଲା,୩୧ା୧(ପି.ଟି.): ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ରହିଥିବା ମୟଙ୍କ କର୍ନାଟକ ରଣଜୀ ଟ୍ରଫି ଦଳର ଅଧିନାୟକ ରହିଛନ୍ତି। ସୋମବାର ତ୍ରିପୁରା ବିପକ୍ଷରେ କର୍ନାଟକକୁ ୨୯ ରନ୍ରେ ଜିତାଇଥିଲେ ମୟଙ୍କ। ଏହି ମ୍ୟାଚ୍…
Archives


