ଗୋଲରାହାଟ-ସବଳଙ୍ଗ ୯ନଂ. କେନାଲ ବନ୍ଧ ରାସ୍ତା ମରଣଯନ୍ତା

ଡେରାବିଶ, ୧ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଡେରାବିଶ ବ୍ଲ୍ଳକ ଅଧୀନ ଗୋଲରାହାଟଠାରୁ ସବଳଙ୍ଗ ଯାଏ ଯାଇଥିବା ୯ ନଂ. କେନାଲବନ୍ଧ ରାସ୍ତାଟି ଦୀର୍ଘଦିନ ହେବ ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ବ୍ଲକ ଅଞ୍ଚଳର ମୁଖ୍ୟ ରାସ୍ତା। ଏହି ରାସ୍ତା ଦେଇ ଦୈନିକ ଶତାଧିକ ସଂଖ୍ୟାରେ ଯାନବାହନ ଚଳାଚଳ ସହ ଡେରାବିଶ ମହାବିଦ୍ୟାଳୟ, ବିଦ୍ୟାଳୟ ସମେତ କେନ୍ଦ୍ରାପଡ଼ା ଜିଲାର ଚାନ୍ଦୋଳ ବଜାର ଓ ଡେରାବିଶ ବଜାରକୁ ସଂଯୋଗ କରିଛି। ଦୀର୍ଘଦିନ ଧରି ମରଣଯନ୍ତା ପାଲଟିଥିବାରୁ ଏହି ରାସ୍ତା ଉପରେ ନିର୍ଭରଶୀଳ ଛାତ୍ରୀଛାତ୍ର, ବ୍ୟବସାୟୀ ଓ ସାଧାରଣ ଲୋକମାନେ ଅସୁବିଧା ଭୋଗୁଛନ୍ତି ା ଏହି ରାସ୍ତା ନିର୍ମାଣ ପାଇଁ ବ୍ଲକ ଅଧୀନ ଗୋଲରାହାଟ, ବାଲିଆ, ପଲେଇ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ସମେତ କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନ କୁରୁଜଙ୍ଗା ପଞ୍ଚାୟତର ଜନସାଧାରଣ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଏହି ଅଞ୍ଚଳରେ ଜୁନ ୧ ତାରିଖରେ ନିର୍ବାଚନ ଥିବାବେଳେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରୁଛି। ଏଥିପ୍ରତି ମଧ୍ୟ ଜିଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗୋଲରାହାଟ ଗ୍ରାମର ସାହାଜାନ୍‌ ଖଁା କହିଛନ୍ତି। ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ପଲେଇ ପଞ୍ଚାୟତର ସାମାଜିକ କର୍ମୀ ଚିତ୍ତରଞ୍ଜନ ରାଉତ, ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାକୁ ଅନ୍ତର୍ଭୁକ୍ତ କରାଯାଇ ୧୬୦.୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୋଲରାହାଟଠାରୁ ଜାଗୁଳାଇପଡା ପର୍ଯ୍ୟନ୍ତ ୩.୫୬୦ କିଲୋମିଟର ରାସ୍ତା କାର୍ଯ୍ୟ ୨୦୨୦-୨୧ ମସିହାରେ କରାଯାଇଥିଲା। ମାତ୍ର ଠିକା ସଂସ୍ଥାନର ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ନିର୍ମାଣ ହେବାର ଅଳ୍ପଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହୋଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଶୈଳେନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରେ ନିର୍ମାଣ କରିଥିବା ଠିକା ସଂସ୍ଥା ରାସ୍ତାର ରକ୍ଷଣାବେକ୍ଷଣର ୫ ବର୍ଷ ପାଇଁ ଚୁକ୍ତିନାମା କରିଛନ୍ତି। ରାସ୍ତାର ତୁରନ୍ତ ମରାମତି କରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଠିକା ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ତୁରନ୍ତ ଏହି ରାସ୍ତା ମରାମତି ନ କଲେ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯନ୍ତ୍ରୀ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri