ଚାଷବାସ ଉଜାଡୁଛି ସମୁଦ୍ର ଜୁଆର

କେନ୍ଦ୍ରାପଡ଼ା, ୧ା୬ (ଜଗନ୍ନାଥ ଧଳ): ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା କରିବା କଥା। ଏ ନେଇ ୨୦୨୨ ଏପ୍ରିଲ ମାସରେ ମିଳିତ ପ୍ରଶାସନିକ ସର୍ଭେ ହୋଇଥିଲା। ୨୦୨୨- ୨୩ ଆର୍ଥିକ ବର୍ଷରେ ଏହି ତଟବନ୍ଧର ସର୍ଭେ ରିପୋର୍ଟରେ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଅଞ୍ଚଳର ବିଡିଓ, ତହସିଲଦାରଙ୍କଠାରୁ ଜିଲାପାଳ ପର୍ଯ୍ୟନ୍ତ ଦସ୍ତଖତ କରିଥିଲେ। ଏହାର ଅର୍ଥ ତଟବନ୍ଧର ଦୁର୍ବଳତା ସମ୍ପର୍କରେ ଜିଲାର ସମସ୍ତ ପ୍ରଶାସନିକ ଅଧିକାରୀ ଅବଗତ ଅଛନ୍ତି। ଏହା ସତ୍ତ୍ୱେ ଜିଲାର ରାଜନଗର ବ୍ଲକ ତାଳଚୁଆଠାରୁ ରାଜନଗର ଓ ମହାକାଳପଡ଼ାର ବତିଘର ପଞ୍ଚାୟତ ପର୍ଯ୍ୟନ୍ତ ଏହି ଜୁଆର ପାଣି ଚାଷ ଓ ବାସକୁ ନଷ୍ଟ କରୁଛି। ଯାତାୟାତ ପଥ ରୋକିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ରହିଛନ୍ତି। ଧନଜୀବନରେ ଅସୁରକ୍ଷିତ ଥିବା ତଟାଞ୍ଚଳବାସୀ ଗତ ୧୯ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟାଳୟରେ ପ୍ରକଳ୍ପ ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରିଛନ୍ତି ବୋଲି ମତ ଦେଇଛନ୍ତି।
ରାଜନଗରର ବସନ୍ତ କୁମାର ହାତୀ, ରାଜକନିକାର ଶୁଭାଶିଷ ଷଡଙ୍ଗୀ, ମହାକାଳପଡ଼ାର ସୁନୀଲ କୁମାର ଗନ୍ତାୟତ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଏହି ଡିଭିଜନ ୨୦୦୪ ଅକ୍ଟୋବର ମାସରୁ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ଆଳି ସବ୍‌ଡିଭିଜନର ୧୧୧.୫୩ କିଲୋମିଟର, ମହାକାଳପଡ଼ାର ୨୩୭.୬୨ କିଲୋମିଟର, ରାଜନଗରର ୩୦୨.୧୨ କିଲୋମିଟର ଓ ରାଜକନିକା ସବ୍‌ଡିଭିଜନର ୯୩.୨୦ କିଲୋମିଟର ତଟବନ୍ଧ ଅଛି। ବନ୍ୟା, ବାତ୍ୟାରେ ସ୍ଥାନୀୟ ଅଞ୍ଚଳରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବା ପାଇଁ ମିଳିତ ପ୍ରଶାସନିକ ଅଧିକାରୀ ସର୍ଭେ କରିଛନ୍ତି। ତେବେ ମହାକାଳପଡ଼ା ସବ୍‌ଡିଭିଜନର ଜମ୍ବୁ ଲୁଣା ଘେରି, ବତିଘର ଘେରି, ରାଜନଗର ସବ୍‌ଡିଭିଜନ ଅନ୍ତର୍ଗତ ଗଜରିଆ ତଟବନ୍ଧ, ଉତିକଣ ଲୁଣା ଘେରି, କେରଡ଼ାଗଡ଼, ପଦନୀ ପଦ୍ମନାଭପୁର, ଗୋପାଳପୁର, ରାଜଗଡ, ଗଦାଧରପୁର, ବାରଗଁା ଆଦି ଘେରିବନ୍ଧକୁ ଟପି କ୍ଷେତ ଓ ନିକଟସ୍ଥ ଗ୍ରାମକୁ ପଶିଛି। ଏହି ସବ୍‌ଡିଭିଜନ ଅନ୍ତର୍ଗତ ପେଣ୍ଠ ଜିଓ ଟ୍ୟୁବୱାଲକୁ ସମୁଦ୍ର ଜୁଆର ନଷ୍ଟ କରିବାକୁ ଆଶଙ୍କା ଥିବା ବେଳେ ୪୦୦ ମିଟର ପର୍ଯ୍ୟନ୍ତ ତଟବନ୍ଧରେ ସମୁଦ୍ର ଛୁଇଁଛି। ସେହିପରି ଜୁଆର ପ୍ରଭାବିତ ବ୍ରାହ୍ମଣୀ, ଖରସ୍ରୋତା, ଗୋବରୀ, ହଂସୁଆ ଆଦି ନଦୀ ବନ୍ଧ ଏକ ପ୍ରକାର ଅସୁରକ୍ଷିତ ହୋଇଛି। ଗତ ପୂର୍ଣ୍ଣିମାରେ ହୋଇଥିବା ଜୁଆର ପାଣି ପାଟ୍ଟଶାଳା ନଦୀକୁ ଉଛୁଳାଇ ଦେଇଥିଲା। ଏହି ଲୁଣି ଜୁଆର ପାଣି ରାଜନଗର ବ୍ଲକ ରଙ୍ଗଣୀର ପଟ୍ଟାପାରିଆ, ଭେକ୍ଟା ମୌଜାକୁ ମାଡି ଯାଇଥିଲା। ସେହିପରି ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତର ପାଞ୍ଚଗୋଛିଆ ବାଟ ଦେଇ କ୍ଷେତ ଜମିକୁ ମାଡ଼ି ଯାଇଥିବା ସହିତ ନିକଟସ୍ଥ ଗ୍ରାମରେ କେତେଜଣଙ୍କ ଘରକୁ ଏହି ଜଳ ପ୍ରବେଶ କରିଛି। ସମୁଦ୍ର ଉଛୁଳିଲେ ବତିଘର ଅଞ୍ଚଳର ବଡଟୁବି, ସାନଟୁବି, ମହାନଦୀ ସଂଲଗ୍ନ ଆଖଡାଶାଳି ଆଦି ଅଞ୍ଚଳରେ ଜୁଆର ପାଣି ମାଡି ଯାଉଛି। ଅଧିକାଂଶ ତଟାଞ୍ଚଳରେ ବନ୍ଧ ଆଦୌ ନିର୍ମାଣ କରାଯାଇନାହିଁ। ଏଠାରେ ମୌଳିକ ସୁବିଧା ବାଧାପ୍ରାପ୍ତ ହୋଇଛି। ସର୍ଭେ ସମୟରେ ଏହି ଦୁର୍ବଳତା ସତ୍ତ୍ୱେ ପ୍ରକଳ୍ପକୁ ଠିକ ଭାବେ କାର୍ଯ୍ୟକାରୀ ନ କରିବା, ପୂର୍ବ ପ୍ରକଳ୍ପରେ ଆସିଥିବା ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରି ନେଇଥିବାର ଏହାଠାରୁ ଅଧିକ ଉଦାହରଣ କ’ଣ ହୋଇଥାଇ ପାରେ ବୋଲି ସେମାନେ ଅଭିଯୋଗ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରେ ବିଶ୍ୱତାପନ ଫଳରେ ପରିବେଶ ବିଗିଡିଛି। ତଟବନ୍ଧର ବହୁ ସ୍ଥାନ ଏବେ ସମୁଦ୍ର ଜୁଆରଠାରୁ ୧ ମିଟର ଉଚ୍ଚାରେ ଅଛି। ଏହାକୁ ୪ରୁ ୬ ମିଟର ଉଚ୍ଚା ତଟବନ୍ଧ କରିବାକୁ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?