ଚାଷବାସ ଉଜାଡୁଛି ସମୁଦ୍ର ଜୁଆର

କେନ୍ଦ୍ରାପଡ଼ା, ୧ା୬ (ଜଗନ୍ନାଥ ଧଳ): ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା କରିବା କଥା। ଏ ନେଇ ୨୦୨୨ ଏପ୍ରିଲ ମାସରେ ମିଳିତ ପ୍ରଶାସନିକ ସର୍ଭେ ହୋଇଥିଲା। ୨୦୨୨- ୨୩ ଆର୍ଥିକ ବର୍ଷରେ ଏହି ତଟବନ୍ଧର ସର୍ଭେ ରିପୋର୍ଟରେ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଅଞ୍ଚଳର ବିଡିଓ, ତହସିଲଦାରଙ୍କଠାରୁ ଜିଲାପାଳ ପର୍ଯ୍ୟନ୍ତ ଦସ୍ତଖତ କରିଥିଲେ। ଏହାର ଅର୍ଥ ତଟବନ୍ଧର ଦୁର୍ବଳତା ସମ୍ପର୍କରେ ଜିଲାର ସମସ୍ତ ପ୍ରଶାସନିକ ଅଧିକାରୀ ଅବଗତ ଅଛନ୍ତି। ଏହା ସତ୍ତ୍ୱେ ଜିଲାର ରାଜନଗର ବ୍ଲକ ତାଳଚୁଆଠାରୁ ରାଜନଗର ଓ ମହାକାଳପଡ଼ାର ବତିଘର ପଞ୍ଚାୟତ ପର୍ଯ୍ୟନ୍ତ ଏହି ଜୁଆର ପାଣି ଚାଷ ଓ ବାସକୁ ନଷ୍ଟ କରୁଛି। ଯାତାୟାତ ପଥ ରୋକିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ରହିଛନ୍ତି। ଧନଜୀବନରେ ଅସୁରକ୍ଷିତ ଥିବା ତଟାଞ୍ଚଳବାସୀ ଗତ ୧୯ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟାଳୟରେ ପ୍ରକଳ୍ପ ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରିଛନ୍ତି ବୋଲି ମତ ଦେଇଛନ୍ତି।
ରାଜନଗରର ବସନ୍ତ କୁମାର ହାତୀ, ରାଜକନିକାର ଶୁଭାଶିଷ ଷଡଙ୍ଗୀ, ମହାକାଳପଡ଼ାର ସୁନୀଲ କୁମାର ଗନ୍ତାୟତ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଏହି ଡିଭିଜନ ୨୦୦୪ ଅକ୍ଟୋବର ମାସରୁ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ଆଳି ସବ୍‌ଡିଭିଜନର ୧୧୧.୫୩ କିଲୋମିଟର, ମହାକାଳପଡ଼ାର ୨୩୭.୬୨ କିଲୋମିଟର, ରାଜନଗରର ୩୦୨.୧୨ କିଲୋମିଟର ଓ ରାଜକନିକା ସବ୍‌ଡିଭିଜନର ୯୩.୨୦ କିଲୋମିଟର ତଟବନ୍ଧ ଅଛି। ବନ୍ୟା, ବାତ୍ୟାରେ ସ୍ଥାନୀୟ ଅଞ୍ଚଳରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବା ପାଇଁ ମିଳିତ ପ୍ରଶାସନିକ ଅଧିକାରୀ ସର୍ଭେ କରିଛନ୍ତି। ତେବେ ମହାକାଳପଡ଼ା ସବ୍‌ଡିଭିଜନର ଜମ୍ବୁ ଲୁଣା ଘେରି, ବତିଘର ଘେରି, ରାଜନଗର ସବ୍‌ଡିଭିଜନ ଅନ୍ତର୍ଗତ ଗଜରିଆ ତଟବନ୍ଧ, ଉତିକଣ ଲୁଣା ଘେରି, କେରଡ଼ାଗଡ଼, ପଦନୀ ପଦ୍ମନାଭପୁର, ଗୋପାଳପୁର, ରାଜଗଡ, ଗଦାଧରପୁର, ବାରଗଁା ଆଦି ଘେରିବନ୍ଧକୁ ଟପି କ୍ଷେତ ଓ ନିକଟସ୍ଥ ଗ୍ରାମକୁ ପଶିଛି। ଏହି ସବ୍‌ଡିଭିଜନ ଅନ୍ତର୍ଗତ ପେଣ୍ଠ ଜିଓ ଟ୍ୟୁବୱାଲକୁ ସମୁଦ୍ର ଜୁଆର ନଷ୍ଟ କରିବାକୁ ଆଶଙ୍କା ଥିବା ବେଳେ ୪୦୦ ମିଟର ପର୍ଯ୍ୟନ୍ତ ତଟବନ୍ଧରେ ସମୁଦ୍ର ଛୁଇଁଛି। ସେହିପରି ଜୁଆର ପ୍ରଭାବିତ ବ୍ରାହ୍ମଣୀ, ଖରସ୍ରୋତା, ଗୋବରୀ, ହଂସୁଆ ଆଦି ନଦୀ ବନ୍ଧ ଏକ ପ୍ରକାର ଅସୁରକ୍ଷିତ ହୋଇଛି। ଗତ ପୂର୍ଣ୍ଣିମାରେ ହୋଇଥିବା ଜୁଆର ପାଣି ପାଟ୍ଟଶାଳା ନଦୀକୁ ଉଛୁଳାଇ ଦେଇଥିଲା। ଏହି ଲୁଣି ଜୁଆର ପାଣି ରାଜନଗର ବ୍ଲକ ରଙ୍ଗଣୀର ପଟ୍ଟାପାରିଆ, ଭେକ୍ଟା ମୌଜାକୁ ମାଡି ଯାଇଥିଲା। ସେହିପରି ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତର ପାଞ୍ଚଗୋଛିଆ ବାଟ ଦେଇ କ୍ଷେତ ଜମିକୁ ମାଡ଼ି ଯାଇଥିବା ସହିତ ନିକଟସ୍ଥ ଗ୍ରାମରେ କେତେଜଣଙ୍କ ଘରକୁ ଏହି ଜଳ ପ୍ରବେଶ କରିଛି। ସମୁଦ୍ର ଉଛୁଳିଲେ ବତିଘର ଅଞ୍ଚଳର ବଡଟୁବି, ସାନଟୁବି, ମହାନଦୀ ସଂଲଗ୍ନ ଆଖଡାଶାଳି ଆଦି ଅଞ୍ଚଳରେ ଜୁଆର ପାଣି ମାଡି ଯାଉଛି। ଅଧିକାଂଶ ତଟାଞ୍ଚଳରେ ବନ୍ଧ ଆଦୌ ନିର୍ମାଣ କରାଯାଇନାହିଁ। ଏଠାରେ ମୌଳିକ ସୁବିଧା ବାଧାପ୍ରାପ୍ତ ହୋଇଛି। ସର୍ଭେ ସମୟରେ ଏହି ଦୁର୍ବଳତା ସତ୍ତ୍ୱେ ପ୍ରକଳ୍ପକୁ ଠିକ ଭାବେ କାର୍ଯ୍ୟକାରୀ ନ କରିବା, ପୂର୍ବ ପ୍ରକଳ୍ପରେ ଆସିଥିବା ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରି ନେଇଥିବାର ଏହାଠାରୁ ଅଧିକ ଉଦାହରଣ କ’ଣ ହୋଇଥାଇ ପାରେ ବୋଲି ସେମାନେ ଅଭିଯୋଗ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରେ ବିଶ୍ୱତାପନ ଫଳରେ ପରିବେଶ ବିଗିଡିଛି। ତଟବନ୍ଧର ବହୁ ସ୍ଥାନ ଏବେ ସମୁଦ୍ର ଜୁଆରଠାରୁ ୧ ମିଟର ଉଚ୍ଚାରେ ଅଛି। ଏହାକୁ ୪ରୁ ୬ ମିଟର ଉଚ୍ଚା ତଟବନ୍ଧ କରିବାକୁ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରାମୀ ନେତାଙ୍କୁ ଆଜି ବି ଝୁରେ ସାନଖେମୁଣ୍ଠି: ସେ ଥିଲେ କୃଷକ ଆନ୍ଦୋଳନର କର୍ଣ୍ଣଧାର

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସାଥୀ ଉଦୟ ଚନ୍ଦ୍ର ପାତ୍ରଙ୍କ ୨୫ ତମ ଶ୍ରାଦ୍ଧ...

୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ...

‘ଫ୍ଲେଶ୍‌’ର ସ୍ରଷ୍ଟା

ହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବମାନ୍ୟ ନୋବେଲ ପୁରସ୍କାର ପରେ ବୁକର୍‌ ପ୍ରାଇଜ୍‌ର ମର୍ଯ୍ୟାଦା ରହିଛି। ପ୍ରତିବର୍ଷ ଏହି ସମୟକୁ ସାହିତି୍ୟକ ଓ ସାହିତ୍ୟପ୍ରେମୀ ଅନାଇ ବସିଥାଆନ୍ତି...

ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି...

ନୂତନ ଭାରତର ସ୍ଥିତି

କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ,...

ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି...

ଜାତୀୟ ପ୍ରେସ୍‌ ଦିବସ: ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ...

ହେଲା କନଫର୍ମ… ଏହିଦିନ ଇସ୍ତଫା ଦେବେ ନୀତୀଶ! ଜାଣନ୍ତୁ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ପାଟନା,୧୫।୧୧: ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଫଳାଫଳ ପରେ, ଭାଜପା ଏବଂ ଏନଡିଏ ମେଣ୍ଟ ଏକ ବଡ଼...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri