ଭଙ୍ଗା ନଡ଼ାଛପର ଘରେ ୫ ପ୍ରାଣୀ କୁଟୁମ୍ବଙ୍କ ଜୀବନ
ରାଜକନିକା,୧୧।୧୨(ସଞ୍ଜୟ କୁମାର ଦାଶ): ସାଧାରଣ ଗରିବ ଶ୍ରେଣୀର ଲୋକମାନଙ୍କୁ ଆବାସ ଯୋଗାଇଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଯୋଜନା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଧୀନ ସିହୋପଡ଼ା ଗଁାର ସତ୍ୟବ୍ରତ ଜେନା (୪୩) ଭଙ୍ଗା ନଡ଼ା…
ଏଏମ୍ଏଫ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୧।୧୨: ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ର ନୂତନ ଉତ୍ପାଦ ‘ଆକ୍ସିସ ୟୁଏସ୍ ଟ୍ରେଜେରି ଡାଇନାମିକ୍ ବଣ୍ଡ୍ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍’କୁ ନିକଟରେ ଉନ୍ମୋଚନ କରାଯାଇଛି। ଆକ୍ସିସ୍ ଏଏମ୍ସିର ଏମ୍ଡି ଏବଂ ସିଇଓ ବି. ଗୋପ କୁମାର କହିଛନ୍ତି,ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ଦ୍ରୁତଗତିରେ…
୧୭ କୋଟିର ଅଳକା ଖନନ ଯୋଜନା ଦିଗହରା
ଜଗତ୍ସିଂହପୁର ଅଫିସ, ୧୨।୧୨: ଅତୀତରେ ଅଳକା ନଦୀ ସୁନାବ୍ୟା, ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ…
ପ୍ରତିବର୍ଷ ୪ କୋଟି ମହିଳା ପୀଡ଼ିତ
ନୂଆଦିଲ୍ଲୀ,୧୧ା୧୨: ପ୍ରତିବର୍ଷ ସନ୍ତାନ ପ୍ରସବ ପରେ ଅନୂ୍ୟନ ୪ କୋଟି ମହିଳା ବିଭିନ୍ନ ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଲାନ୍ସେଟ୍ ଗ୍ଲୋବାଲ ହେଲ୍ଥ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ସନ୍ତାନ ଜନ୍ମ ପରେ ୩୫…
କପ୍୨୮: ମତଭେଦ ବଢ଼ୁଛି
ଦୁବାଇ,୧୧ା୧୨: ଜାତିସଂଘ ଜଳବାୟୁ ଆଲୋଚନା (କପ୍୨୮) ଶେଷ ହେବାକୁ ଆଉ ୨ ଦିନ ବାକି ଥିବାବେଳେ ଜଳବାୟୁ ପରିବର୍ତ୍ତନର ମୁକିବିଲା ଦିଗରେ ଦେଶଗୁଡ଼ିକ ଆପଣାଇବାକୁ ଥିବା ଉଦ୍ୟମକୁ ମାର୍ଗଦର୍ଶନ ଦେବା ଏବଂ ସାମୂହିକ ପ୍ରଗତିର ଅନୁଧ୍ୟାନ ଲାଗି ଚିଠା ଚୁକ୍ତିନାମା ରବିବାର…
ନିଃଶବ୍ଦ ଘାତକ: ଉଚ୍ଚ ରକ୍ତଚାପ
କିପରି କରାଯାଏ ରୋଗ ନିର୍ଣ୍ଣୟ ଉଚ୍ଚ ରକ୍ତଚାପକୁ ନିର୍ଣ୍ଣୟ କରିବା ସବୁଠାରୁ ସହଜ। କାରଣ ରକ୍ତଚାପ ମାପିଦେଲେ ରୋଗ ଧରାପଡ଼ିଯାଏ। ତେବେ ଭିନ୍ନ ଭିନ୍ନ ସମୟରେ ବିଶ୍ରାମ କାଳରେ ରକ୍ତଚାପ ମାପି ଅନ୍ତତଃ ଦୁଇ ଥର ଚାପ ବଢ଼ିଥିବାର ଜଣାପଡ଼ିଲେ ଉଚ୍ଚ…
ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲୋଜିର ପ୍ରୟୋଗ
ଇତିମଧ୍ୟରେ ଉତ୍ତରକାଶୀର ସିଲ୍କ୍ୟାରା ସୁଡ଼ଙ୍ଗରେ ଅଟକି ରହିଥିବା ସମୁଦାୟ ୪୧ ଜଣ ନିର୍ମାଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ପାରିଛି। ଏହି ସଫଳତାର କାହାଣୀ ପଛରେ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଅବଦାନ ରହିଥିଲାବେଳେ ଏଥିରେ ମଧ୍ୟ ପ୍ରୟୋଗ କରାଯାଇଥିବା…
ଡାକ୍ତର ନାହାନ୍ତି, ରୋଗୀ ସେବା ବିପର୍ଯ୍ୟସ୍ତ
ବୁଗୁଡ଼ା,୧୧ା୧୨(କାଳି ଚରଣ ଦାଶ): ସରକାର ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବୁଗୁଡ଼ା ବ୍ଲକରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ବୁଗୁଡ଼ାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ କରଚୁଲି, ବାଲିପଦର ଓ ଏ.…
ଲିଚୁ, କାଜୁ ଚାଷ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ
ଖଜୁରିପଡ଼ା,୧୧ା୧୨(ବିଦୁର ବେହେରା): କୃଷି କଲେ ଉନ୍ନତ ସକଳ ଉନ୍ନତର ନାରା ଦେଇ ସରକାର ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାଲିମ ପ୍ରଦାନ କରୁଛନ୍ତି। ଏବଂ ଚାଷ କାର୍ଯ୍ୟ ପାଇଁ ସରକାର ଯୋଗାଇ ଦେଉଥିବା…
୪୮ଘଣ୍ଟା ଶୋଷରେ ରଖିଲା ଓ୍ବାଟ୍କୋ
ଭୁବନେଶ୍ୱର,୧୧।୧୨: (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣରେ ଫେଲ୍ ମାରିଲା ଓ୍ବାଟ୍କୋ। ବିକଳ୍ପ ବ୍ୟବସ୍ଥା ନ କରି ମରାମତି ପାଇଁ ପାଣି ଯୋଗାଣ ବନ୍ଦ କରିଦେବାରୁ ଅଧା ସହରବାସୀ ଶୁକ୍ରବାରଠାରୁ ନାନା ଦୁର୍ଦ୍ଦଶା ଭୋଗିଥିଲେ। ବିଭିନ୍ନ ସ୍ଥାନରେ ପାଣି…
ଥଣ୍ଡା ପବନ, ବଢ଼ିବ ଶୀତ
ଭୁବନେଶ୍ୱର,୧୧।୧୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ସପ୍ତାହ ସାରା ପାଗ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ। ବିଶେଷକରି ଉପକୂଳରେ ତାପମାତ୍ରା ସ୍ବାଭାବିକ…
ସବୁଜ ବିପ୍ଳବ ଆଣିବ ହାଇଡ୍ରୋପୋନିକ ପ୍ରଣାଳୀ ଚାଷ
କଟକ,୧୧ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ବିନା ମାଟିରେ ପରିବା ଓ ଫଳ ଉତ୍ପାଦନ ହୋଇପାରିବ। ହାଇଡ୍ରୋପୋନିକ ଚାଷ ମାଧ୍ୟମରେ ଏହା ସମ୍ଭବ। ଏହି ନିର୍ଦ୍ଦିଷ୍ଟ ପ୍ରଣାଳୀକୁ ଉପଯୋଗ କରି ଫସଲ ଉତ୍ପାଦନ ପାଇଁ ରେଭେନ୍ଶା ବିଶ୍ୱବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି।…
Archives


