ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା
ନୂଆଦିଲ୍ଲୀ,୧।୨: ଫେବୃଆରୀ ୨ ତାରିଖରୁ ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେ-୧୧ ଘୋଷଣା କରିଛି। ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଦଳରେ ପ୍ରତ୍ୟାବର୍ତ୍ତନ…
ଏହି ୫ ଦେଶର ଲୋକେ ଈଶ୍ୱରଙ୍କୁ କରନ୍ତିନି ବିଶ୍ୱାସ, ପ୍ରଥମରେ ରହିଛି…
କଥାରେ ଅଛି ଈଶ୍ୱରଙ୍କ ବିନା ଗଛର ପତ୍ର ମଧ୍ୟ ହଲି ନ ଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ରହିଛନ୍ତି, ଯେଉଁଠି ଲୋକମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ। ଯଦି ଆମେ ଅତ୍ୟଧିକ ନାସ୍ତିକ ଦେଶ ବିଷୟରେ କହିବା, ତେବେ…
ଇଡିର ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ସୋରେନ
ନୂଆଦିଲ୍ଲୀ,୧।୨: ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ବୁଧବାର ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁଖୀ ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଇଡିର ଗିରଫଦାରୀ ବିରୋଧରେ ସୋରେନ ସୁପ୍ରିମକୋର୍ଟରେ…
ଇଣ୍ଡିଆ ସିମେଣ୍ଟ ଅଫିସ୍ରେ ଇଡି ଚଢାଉ
ଚେନ୍ନାଇ,୧।୨: ଚେନ୍ନାଇରେ ଅବସ୍ଥିତ ଇଣ୍ଡିଆ ସିମେଣ୍ଟ ଅଫିସ୍ ପରିସରରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ ଚଢାଉ କରିଛି। ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନ ଇଣ୍ଡିଆ ସିମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଏବଂ ଉପାଧ୍ୟକ୍ଷ ଅଟନ୍ତି। ଇଣ୍ଡିଆ ସିମେଣ୍ଟ ଦେଶର…
ଜାଣନ୍ତୁ ଏଥର ବଜେଟ୍ରେ ଯୁବକ, ମହିଳା, କୃଷକଙ୍କ ପାଇଁ କଣ ରହିଛି
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସକାଳ ୧୧ଟାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ସରକାରଙ୍କ ସଫଳତାକୁ ଅର୍ଥମନ୍ତ୍ରୀ ବଜେଟରେ ଗଣନା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଯୁବକ, କୃଷକ ଏବଂ ମହିଳା ଏବଂ ସାଧାରଣ ଜନତାଙ୍କ ପାଇଁ ନିରନ୍ତର କାର୍ଯ୍ୟ…
ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଗଲା କଳାଜିରା ଚାଉଳ
କୋରାପୁଟ,୧।୨(ଅମିତାଭ ବେହେରା): ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଲିମଟେଡ୍ ତରଫରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ କଳାଜିରା ଚାଉଳ ପଠାଯାଇଛି। ଗୁରୁବାର ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଚାଷୀମାନେ ପତାକା ଦେଖାଇ ଯାତ୍ରାର…
ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା
ରାୟପୁର,୧।୨: ବୁଧବାର ଛତିଶଗଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ‘ମହତାରୀ ବନ୍ଦନ ଯୋଜନା’କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟରେ ବିବାହିତ ମହିଳାଙ୍କୁ ମାସକୁ ୧୦୦୦ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଆପଣଙ୍କୁ କହିରଖୁଛୁ ଯେ, ବିଧାନସଭା ନର୍ବାଚନ ସମୟରେ ଭାଜପା…
ଆୟକରରେ ହେବନାହିଁ କୌଣସି ପରିବର୍ତ୍ତନ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆୟକର ହାରରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଘୋଷଣା କରିଛନ୍ତି। ଆମଦାନି କର ସମେତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ପାଇଁ ସମାନ ଟିକସ ହାର…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଲାକ୍ଷାଦ୍ଵୀପରେ ହେବ ବିପୁଳ ନିବେଶ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: ଦେଶର ପର୍ଯ୍ୟଟନ କ୍ଷେତ୍ରରେ ସରକାର ଯଥେଷ୍ଟ ବିନିଯୋଗ କରିବେ ବୋଲି ଗୁରୁବାର ଅନ୍ତରୀଣ ବଜେଟ୍ ୨୦୨୪ ଭାଷଣରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର କେନ୍ଦ୍ରଶାସିତ ଅଞ୍ଚଳ…
ଭାରତକୁ ପୁଣି ବଡ଼ ଧୋକା ଦେଲା ଆମେରିକା
ଓ୍ବାଶିଂଟନ,୧।୨: ଆମେରିକା ପୁଣି ଥରେ ନିଜର ପ୍ରକୃତ ରଙ୍ଗ ଦେଖାଇଛି। ଦ ୱାୟାର ରିପୋର୍ଟ ଅନୁଯାୟୀ, ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରକୁ ନେଇ ଆମେରିକା ବର୍ତ୍ତମାନ ଭାରତକୁ ୩ ବିଲିୟନ ଡଲାରରେ ବିକ୍ରି କରିବାକୁ ଥିବା ୩୧…
ଆସନ୍ତା ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ୨ କୋଟି ଘର: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିକାଶର ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି। ଯାହା ସର୍ବଦଳୀୟ,…
ବସ୍ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍, ବେଶ ନିଆରା ତାଙ୍କ ପ୍ରେମକାହାଣୀ
ବମ୍ବେ: ବଲିଉଡ୍ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି।…
Archives


