ସୌରଜଗତର କ୍ଷୁଦ୍ର ଇତିହାସ

ଆଠଟି ଗ୍ରହ, ଗ୍ରହମାନଙ୍କର ଉପଗ୍ରହ, ବାମନଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ ଓ ଅଗଣିତ ପିଣ୍ଡକୁ ନେଇ ଆମ ସୌରଜଗତ ତିଆରି ହୋଇଛି। ଆଜି ଆମେ ବିନା ଦ୍ୱିଧା ଓ ବିନା ସନ୍ଦେହରେ ସୌରଜଗତର ପରିଚୟ ପ୍ରଦାନ କରିପାରୁଛୁ। ମାତ୍ର ଅଢ଼େଇ ହଜାର ବର୍ଷ ପୂର୍ବେ ଏହାର ଆଦିଅନ୍ତ ଜାଣିବା ଏତେ ସହଜ ନଥିଲା। କିଏ କହୁଥିଲା ପୃଥିବୀ ଚାରିପଟେ ସୂର୍ଯ୍ୟ ବୁଲୁଛି ତ ଆଉ କାହା ପାଇଁ ସୂର୍ଯ୍ୟ ଥିଲା ସମଗ୍ର ବିଶ୍ୱର କେନ୍ଦ୍ର। ଅନେକ ମତଭେଦ ପରେ ସୌରଜଗତର ପ୍ରକୃତ ପରିୟ ମିଳିପାରିଛି। ସୌରଜଗତ କଥା ଚିନ୍ତା କଲେ ଗ୍ରୀସ୍‌ ଦେଶର ମିଲେଟସ୍‌ ନିବାସୀ ଦାର୍ଶନିକ ଥାୟଲିସ୍‌ (ଖ୍ରୀଷ୍ଟପୂର୍ବ ୬୨୪-୫୩୭) ମନେପଡ଼ନ୍ତି। ସୂର୍ଯ୍ୟୋପରାଗ ଓ ପାଗ ଅନୁମାନ କରିବା କାମରେ ସେ ଧୂରନ୍ଦର ଥିଲେ ବୋଲି କୁହାଯାଏ। ସେ କହିଥିଲେ ଯେ ପୃଥିବୀଟା ଥାଳିପରି ଚଟକା ଓ ଏହା ପାଣିରେ ସୋଲପରି ଭାସୁଛି। କିନ୍ତୁ ଆରିଷ୍ଟାର୍କେସ୍‌ ଆଉ ଟିକିଏ ନୂଆ କଥା କହିଲେ। ଆରିଷ୍ଟାର୍କେସ୍‌ ହେଉଛନ୍ତି ଜଣେ ଜ୍ୟୋତିର୍ବିଜ୍ଞାନୀ, ଯିଏକି (ଖ୍ରୀଷ୍ଟପୂର୍ବ ୩୧୦-୨୩୦) ଗ୍ରୀକ୍‌ର ସାମିଓସ୍‌ ଅଞ୍ଚଳରେ ବାସ କରୁଥିଲେ। ସେ କହିଲେ ଯେ ସୂର୍ଯ୍ୟର ଆକାର ବିରାଟ ଓ ପୃଥିବୀ ଏକବର୍ଷରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସେ। ସେ କିନ୍ତୁ ତାଙ୍କ କଥାର ଉପଯୁକ୍ତ ପ୍ରମାଣ ଦେଇପାରି ନଥିଲେ। ପ୍ରମାଣ ଅଭାବରୁ ଆରିଷ୍ଟାର୍କେସ୍‌ଙ୍କର ଏହି ସତ୍ୟକୁ ଲୋକମାନେ ଗ୍ରହଣ କରି ନଥିଲେ।
ଆରବ ଦେଶର କ୍ଲୋଡିଅସ୍‌ ଟୋଲେମି (ଖ୍ରୀଷ୍ଟାବ୍ଦ ୦୧୫୦) ଆକାଶରେ ଦେଖାଯାଉଥିବା ପ୍ରାୟ ୧୦୨୨ ଗୋଟି ତାରାମାନଙ୍କର ଅବସ୍ଥିତି ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ସୌରଜଗତ ବିଷୟରେ ସେ କହିଥିଲେ ଯେ ପୃଥିବୀ ଚାରିପଟେ ସୂର୍ଯ୍ୟ ଓ ଅନ୍ୟାନ୍ୟ ଗ୍ରହମାନେ ବୁଲୁଛନ୍ତି। ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ତଥ୍ୟକୁ ଠିକ୍‌ ବୋଲି ଗ୍ରହଣ କରାଗଲା। ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପୋଲାଣ୍ଡ୍‌ ଜ୍ୟୋତିର୍ବିଜ୍ଞାନୀ ନିକୋଲାସ୍‌ କୋପରନିକସ୍‌ (୧୪୭୩-୧୫୪୩) ଟୋଲେମିଙ୍କ ତଥ୍ୟକୁ ମିଛ ବୋଲି ଦାବିକଲେ। ସେ ୧୫୩୦ ମସିହାରେ ପ୍ରକାଶିତ ତାଙ୍କର ‘ଡି ରିଭୋଲୁଟନିଭସ୍‌ ଅର୍ବିୟମ୍‌ ସେଲେଷ୍ଟିଅମ’ ପୁସ୍ତକରେ ଲେଖିଲେ ଯେ ପୃଥିବୀ ଓ ଅନ୍ୟ ଗ୍ରହମାନେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରନ୍ତି, ଯାହାକୁ ଆମେ କହୁ ସୌର-କୈନ୍ଦ୍ରୀୟ ବ୍ୟବସ୍ଥା। ମାତ୍ର ଟୋଲେମିଙ୍କ ପରି ସେ ମଧ୍ୟ ଭୁଲ୍‌ ଲେଖିଥିଲେ ଯେ ଗ୍ରହଗୁଡ଼ିକର କକ୍ଷପଥ ସଂପୂର୍ଣ୍ଣ ଗୋଲ ବା ବୃତ୍ତାକାର। ହେଲେ ତାଙ୍କର ସୌର-କୈନ୍ଦ୍ରୀୟ ତଥ୍ୟପାଇଁ ମାର୍ଟିନ୍‌ ଲୁଥର ଓ ଚର୍ଚ୍ଚଗୁଡ଼ିକର ସେ ଶତ୍ରୁ ହେଲେ, କାରଣ ପୃଥିବୀକୁ ସୌରଜଗତର କେନ୍ଦ୍ର ବୋଲି ସମସ୍ତେ ବିଶ୍ୱାସ କରୁଥିଲେ। ଏହାପରେ ଆସିଲେ ଡେନ୍‌ମାର୍କର ବୈଜ୍ଞାନିକ ଟାଇକୋ ବ୍ରାହୀ (୧୫୪୬-୧୬୦୧)। ଏକଥା ସତ, ସେ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ନଥିଲେ, କିନ୍ତୁ ତାଙ୍କର ମାପଯନ୍ତ୍ରଗୁଡ଼ିକ ସେ ସମୟରେ ଉତ୍କୃଷ୍ଟ ମାନର ଥିଲା। ୧୫୭୬ରୁ ୧୫୯୬ ମଧ୍ୟରେ ସେ ଗ୍ରହନକ୍ଷତ୍ରମାନଙ୍କର ଏକ ଠିକ୍‌ ଗତି-ଚିତ୍ର ଉପସ୍ଥାପନ କରିଥିଲେ। ସୌରଜଗତ ସମ୍ପର୍କରେ ତାଙ୍କର ମତାମତ କିନ୍ତୁ ସମ୍ପୂର୍ଣ୍ଣ ଠିକ୍‌ ନଥିଲା। ସେ କହିଥିଲେ ଯେ ସୂର୍ଯ୍ୟକୁ ଗ୍ରହମାନେ ପ୍ରଦକ୍ଷିଣ କରନ୍ତି, ମାତ୍ର ସୂର୍ଯ୍ୟ ପ୍ରଦକ୍ଷିଣ କରେ ପୃଥିବୀକୁ, ଯିଏ କି ସ୍ଥିର। ୧୬୦୧ ମସିହାରେ ବ୍ରାହୀଙ୍କର ହଠାତ୍‌ ମୃତ୍ୟୁ ପରେ ଲୋକଲୋଚନକୁ ଆସିଲେ ତାଙ୍କର ପ୍ରଧାନ ସହଯୋଗୀ ଜର୍ମାନୀର ଜୋହାନ୍‌ସ କେପ୍ଲାର୍‌ (୧୫୭୧-୧୬୩୦)। ଗ୍ରହଗୁଡ଼ିକର ଗତି ଉପରେ କେପ୍ଲାର୍‌ ୧୬୦୯ରେ ଦୁଇଟି ଓ ୧୬୧୮ରେ ଗୋଟିଏ ନିୟମ ପ୍ରଦାନ କଲେ। ପ୍ରଥମ ନିୟମ ଦୁଇଟିରେ ଅଣ୍ଡାକୃତି କକ୍ଷପଥ ବିଷୟରେ ଓ ତୃତୀୟଟିରେ ପରିକ୍ରମଣ କାଳ ବିଷୟରେ ଉଲ୍ଲେଖ କରିଥିଲେ। ଆଧୁନିକ ପଦାର୍ଥ ବିଜ୍ଞାନ ତଥା ମହାକାଶ ବିଜ୍ଞାନରେ ନିୟମ ତିନୋଟିର ଯଥେଷ୍ଟ ଗୁରୁତ୍ୱ ରହିଛି। ଏବେ ବି ସ୍କୁଲ ଓ କଲେଜରେ ତାଙ୍କର ସେହି ନିୟମଗୁଡ଼ିକ ପଢ଼ାଯାଉଛି।
ଗ୍ରହଉପଗ୍ରହ ଉପରେ ଇଟାଲୀର ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଗାଲିଲେଇ (୧୫୬୪-୧୬୪୨) ଉଲ୍ଲେଖଯୋଗ୍ୟ ଗବେଷଣା କରିଥିଲେ। କେପ୍ଲାର୍‌ ଓ ବ୍ରାହୀ ମଙ୍ଗଳଗ୍ରହକୁ ନେଇ ଗବେଷଣା କରିଥିଲେ, ମାତ୍ର ଗାଲିଲିଓ ଅଧିକ ମନୋନିବେଶ କରିଥିଲେ ବୃହସ୍ପତି ଗ୍ରହ ଉପରେ। ୧୬୦୮ ମସିହାରେ ସେ ପ୍ରଥମ ଦୂରବୀକ୍ଷଣ ଯନ୍ତ୍ର ଉଦ୍ଭାବନ କଲେ। ସୂର୍ଯ୍ୟକୁ ସୌରଜଗତର କେନ୍ଦ୍ର ବୋଲି ସେ ବିଶ୍ୱାସ କରୁଥିଲେ। ଗାଲିଲିଓ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପର୍ବତ, ଶୁକ୍ରର ବିଭିନ୍ନ ଅବସ୍ଥା, ସୌରକଳଙ୍କ ଓ ବୃହସ୍ପତିର ଚାରୋଟି ଉପଗ୍ରହର ସନ୍ଧାନ ଦେଲେ। କିନ୍ତୁ ୧୬୩୨ ମସିହା ପେବୃଆରୀ ମାସରେ ପ୍ରକାଶିତ ତାଙ୍କର ପୁସ୍ତକ ତାଙ୍କ ପାଇଁ କାଳ ହେଲା। ଏଥିରେ ସୂର୍ଯ୍ୟ ାରିପଟେ ପୃଥିବୀ ପରିକ୍ରମା କରେ ବୋଲି କୋପରନିକସ୍‌ଙ୍କ ମତକୁ ସେ ଠିକ୍‌ ମାନିଥିବାରୁ ରୋମ୍‌ର କ୍ୟାଥୋଲିକ୍‌ ଚର୍ଚ୍ଚଗୁଡ଼ିକ ତାଙ୍କୁ ଦୃଢ଼ ବିରୋଧ କଲେ। ଏଥିପାଇଁ ସେ ସର୍ବସମ୍ମୁଖରେ କ୍ଷମାଭିକ୍ଷା କଲେ ଓ ତାଙ୍କ ଜୀବନର ଶେଷ ଆଠବର୍ଷ ଜେଲ୍‌ ଭିତରେ ରହି ଛଟପଟ ହୋଇ ୧୬୪୨ରେ ପ୍ରାଣତ୍ୟାଗ କଲେ। ସେହିବର୍ଷ ଇଂଲଣ୍ଡରେ ଜନ୍ମଗ୍ରହଣ କଲେ ସାର୍‌ ଆଇଜାକ୍‌ ନିଉଟନ୍‌ (୧୬୪୨-୧୭୨୭)। ତାଙ୍କ ନିୟମଗୁଡ଼ିକ ପଦାର୍ଥ ବିଜ୍ଞାନ ପାଇଁ ଅପରିହାର୍ଯ୍ୟ। ସୂର୍ଯ୍ୟ ଓ ଗ୍ରହମାନଙ୍କ ଭିତରେ ମହାକର୍ଷଣ ବଳ ତଥା ପୃଥିବୀର ମାଧ୍ୟାକର୍ଷଣ ବଳ ରହିଛି ବୋଲି ସେଇ ମହାନ୍‌ ବୈଜ୍ଞାନିକ ଆବିଷ୍କାର କରିଥିଲେ। ସୌରଜଗତକୁ ବୁଝିବା ପାଇଁ ପ୍ରକୃତରେ ନିଉଟନ୍‌ ଓ କେପ୍ଲାରଙ୍କର ଅବଦାନ ଅତୁଳନୀୟ।
ପୃଥିବୀ ସୃଷ୍ଟି ହେଲା ଦିନରୁ ସୌରଜଗତ ରହିଛି। ହେଲେ ଆମେ ଧୀରେ ଧୀରେ ସେଇ ଜଗତକୁ ଜାଣୁଛୁ। ଆଜି ସୌରଜଗତ ବିଷୟରେ ଯାହା ବି ଜଣାପଡ଼ିଛି, ସେଥିପାଇଁ ୫୦୦୦ ବର୍ଷ ଲାଗିଛି। ତଥାପି ସବୁ କଥା ଜଣାପଡ଼ିନାହିଁ। ଆଜି ଅଧିକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ପୃଥିବୀଠାରୁ ବହୁ ଦୂରରେ ଥିବା ପିଣ୍ଡଗୁଡ଼ିକୁ ଆବିଷ୍କାର କରାଯାଉଛି। ସୌରଜଗତ ବାହାରେ ଥିବା ପରିବେଶ ଉପରେ ଅଧିକ ଗବେଷଣା ଚାଲିଛି। ତେଣୁ ଆମ ସୌରଜଗତର ଆହୁରି ସ୍ପଷ୍ଟ ପରିଚୟ ମିଳିପାରୁଛି।

ତୁଷ୍ଟିତା ଜେନା
-ପଦାର୍ଥ ବିଜ୍ଞାନ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ତେଜସ୍ବିନୀ ହିଲ୍‌, ପେରିୟା, କଶରଗଡ଼, କେରଳ-୧୬


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri