Home Left

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ଏସିଜେଏମ୍‌ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ସୁନିତା ପଟ୍ଟନାୟକ ମାମଲାର…

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଏଥି ପାଇଁ ବନବିଭାଗ, ଦମକଳ ବାହିନୀ ଓ…

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି, ମେୟର ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର ଏପର୍ଯ୍ୟନ୍ତ ନିଯୁକ୍ତ ହୋଇନାହାଁନ୍ତି। ଯେଉଁଠାରେ…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଭାଜପାରୁ ଓମ୍‌ ବିର୍ଲା ଏବଂ ହେମା ମାଳିନୀଙ୍କ ସମେତ ୧,୨୦୨…

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ ହୋଇଥିଲା । ରିପୋର୍ଟ ଆସିବା ପରେ ଯେଉଁମାନେ ଅଣ୍ଡା ଏବଂ ଚିକେନ ଖାଉଛନ୍ତି ସେମାନଙ୍କୁ…

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନା କରାଯାଇଛି।…

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି ଘଟଣା ଘଟିଛି। ଶିକ୍ଷକ ଗଜେନ୍ଦ୍ର ପ୍ରସାଦ ବେହେରାଙ୍କ ଘରୁ ଚୋରି ହୋଇଛି। ସେ ତାଙ୍କ…

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯଦିଓ ତାଙ୍କୁ ନିର୍ବାଚନ ରାଲିରେ ଦେଖିବାକୁ ମିଳିଥିଲା,…

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା ପରେ ନିଜର ପ୍ରଦର୍ଶନ ବଳରେ ଋଷଭ ପନ୍ତ ପ୍ରଥମ ୱିକେଟ୍ କିପର ଭାବେ ଏକ…

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା ସାଙ୍ଗକୁ ଦଳୀୟ ଉତ୍ତରୀୟ ଦେଇ ଭବ୍ୟ ସ୍ବାଗତ କରିଥିଲେ। ଅନ୍ୟପକ୍ଷେ ଟିକେଟ କଟିବା ପରେ…

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ବିଏସପି ତିନି ଜଣ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି। ରାଏବରେଲି, ଆମ୍ବେଡକରନଗର ଏବଂ…

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ ଯୋଗୁ ଦେଖାଯାଉଥିବା ଅଂଶୁଘାତ ତଥା ଅନ୍ୟାନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri