ରାଜ୍ୟରେ ମାଡି ଚାଲିଛି ଡେଙ୍ଗୁ: ରୋଗୀ ସଂଖ୍ୟା ୨୪ ଶହ ଟପିଲା

ଭୁବନେଶ୍ୱର,୨୩।୮: ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି। ଗୁରୁବାର ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ଶହ ଟପିଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତ ବର୍ଷଠାରୁ କମ୍‌ ରହିଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

ବର୍ତ୍ତମାନ ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବଧିକ ରହିଛି। ରାଉରକେଲା ଏବଂ ଭୁବନେଶ୍ୱର ଡେଙ୍ଗୁର ହଟସ୍ପଟ ପାଲଟିଛି। ଗତ କାଲି ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମୋଟ ୨ ହଜାର ୪୭୧ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ଜଣ ରୋଗୀ ଏଯାଏଁ ଚିହ୍ନଟ ହୋଇଛନ୍ତି। କଟକ, ବଲାଙ୍ଗୀର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସ୍ପେଶାଲ ଡ୍ରାଇଭ ମୋଡ଼ରେ ଅଛନ୍ତି ସରକାର। ଅନ୍ୟପକ୍ଷେ ଟେଷ୍ଟିଂକୁ ବଢାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ରାଜଧାନୀରେ ଡେଙ୍ଗୁ ସ୍ଥିତି ପାଇଁ ବିଏମ୍‌ସିକୁ ଦାୟୀ କରି ସରକାରୀସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତେବେ ମେୟରଙ୍କ କହିବା କଥା ଗତବର୍ଷଠୁ ରାଜଧାନୀରେ ଏଥର ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ତଥାପି ସ୍ଥିତି ଉପରେ ନଜର ରଖି ସବୁ ପ୍ରକାର ପଦକ୍ଷେପ ନେଉଛୁ ବୋଲି ମେୟର ପ୍ରକାଶ କରିଛନ୍ତି।

ଗତବର୍ଷ ପରି ଏଥର ବି ରାଜ୍ୟର ସବୁ ଜିଲାକୁ ମାଡ଼ି ଗଲାଣି ଡେଙ୍ଗୁ । ଗତବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧାରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୮ ଥିବା ବେଳେ ଏଥର ୧୯ ଶହ ୨୨ ରହିଛି । ସବୁଠୁ ବଡ଼ କଥା, ଗତବର୍ଷ ଭଳି ଏଥର ବି ସର୍ବାଧିକ ଡେଙ୍ଗୁ ରୋଗୀ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?