ଓଡ଼ିଶା ସୀମାନ୍ତ ଗାଁରେ ଆନ୍ଧ୍ରର ଗ୍ରାମସଭା

ପଟ୍ଟାଙ୍ଗି,୨୩ା୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଥିବା କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ଯଥା ଏମ୍‌ଜିଏନ୍‌ଆରଇଜିଏସ୍‌ ନିମନ୍ତେ ରାଜ୍ୟର ୨୯ଟି ଗ୍ରାମରେ ଆନ୍ଧ୍ର ପ୍ରଦେଶ ଟିଡିପି ସରକାର ଶୁକ୍ରବାର ଗ୍ରାମସଭା କରିଥିଲା।

ଏହା ସହିତ ଓଡିଶାର ଧୂଳିପଦର, ନେରିଡିବାଲସା, ତଳ ଗଞ୍ଜେଇ ପଦର, ଫଗୁଣସିନେରି ଏବଂ ଫାଟୁସିନେରି ଆଦି ଗ୍ରାମରେ ମଧ୍ୟ ଗ୍ରାମସଭା ସହ ସ୍ବାସ୍ଥ୍ୟମେଳା କରି ସୀମାନ୍ତବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରିଛି।

ଏହି ସମୟରେ ଆନ୍ଧ୍ରର ଉକ୍ତ ଗ୍ରାମସଭାରେ ଓଡ଼ିଶାର ଉପରୋକ୍ତ ୫ ଗ୍ରାମର ଲୋକେ ନିଜ ନିଜ ଅଞ୍ଚଳରେ ରାସ୍ତା ଘାଟଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ, ଶିକ୍ଷା ଓ ବିଦ୍ୟୁତ୍‌ ସେବା ସମସ୍ୟା ସମ୍ପର୍କରେ ଦରଖାସ୍ତ ଦେଇ ଥିଲେ। ଏପରିକି ଟିଡିପି ସରକାର କିପରି ସମସ୍ୟା ସମାଧାନ କରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଲୁର ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନ୍ୟପକ୍ଷରେ ଆନ୍ଧ୍ରର ସରକାରୀ କର୍ମଚାରୀ ଏହିପରି କାର୍ଯ୍ୟକ୍ରମ କରି ଲୋକଙ୍କଠାରୁ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଦରଖାସ୍ତ ଗ୍ରହଣ କରୁଥିବା ବେଳେ ଓଡ଼ିଶାର ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଳ ଗଞ୍ଜେଇ ପଦରେ ଜଙ୍ଗଲ ଗ୍ରାମକୁ କିପରି ରେଭିନ୍ୟୁ ଗ୍ରାମ କରାଯାଇପାରିବ ସେନେଇ ସ୍ବତନ୍ତ୍ର ଗ୍ରାମସଭା କରାଯାଇଥିଲା।

ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପଶି ଏପରି କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ତହସିଲ କର୍ମଚାରୀଙ୍କ ଦୃଷ୍ଟିକୁ ଆସି ପାରିନଥିଲା। ଏହି ସମ୍ପର୍କରେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଆନ୍ଧ୍ରର ଗ୍ରାମସଭା କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବାରୁ ଆମେ ତଳ ଗଞ୍ଜେଇ ପଦର ଗ୍ରାମରେ ସ୍ବତନ୍ତ୍ର ଗ୍ରାମସଭା କରିବା ସମୟରେ ଆନ୍ଧ୍ରର କେହି ନ ଥିଲେ। କିନ୍ତୁ ଆମେ ଫେରି ଆସିବା ପରେ ସେମାନେ ତାଙ୍କ କାର୍ଯ୍ୟକ୍ରମ କରିଥାଇ ପାରନ୍ତି ବୋଲି ସେ କହିବା ସହ ଆନ୍ଧ୍ରର ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସରିବା ପରେ ଆନ୍ଧ୍ରର ଟିଡିପି ସରକାରଙ୍କ ଅଧିକାରୀ ବା କର୍ମଚାରୀ ଓଡ଼ିଶାର କୋଟିଆ ପଞ୍ଚାୟତରେ ଏହା ଦ୍ୱିତୀୟ ଥର ଅନୁପ୍ରବେଶ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାକ୍‌ଙ୍କ କବଳରେ ରୋଗୀ

ମହାକାଳପଡ଼ା,୧୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ପ୍ରଭାବ ବଢ଼ି ଚାଲିଛି। ରାଜ୍ୟ ବାହାରୁ ଆସୁଥିବା...

ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ

ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ...

ସରକାରଙ୍କୁ ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ,୧୨ା୯(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଛନ୍ତି। ଏହି ନୂଆ ଆଇନର ପ୍ରାବଧାନ ଅନୁଯାୟୀ, ଏଣିକି ସମୁଦ୍ର ବେଳାଭୂମି ଓ...

ବିଜେଡିରେ ବଢ଼ୁଛି କନ୍ଦଳ

ପାରାଦୀପ/ କୁଜଙ୍ଗ, (ଶରତ ରାଉତ/ମନୋଜ ପ୍ରଧାନ),୧୨ା୯: ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟକୁ ଅନେକେ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି। ଗତ...

ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ନବୀନ

ଭୁବନେଶ୍ୱର,୧୨।୯(ଅନିଲ ଦାସ)ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ସାଙ୍ଗଠନିକ ସମ୍ମିଳନୀ ବୁଧବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ଉଦ୍‌ଘାଟନ କରି ବିଜେଡି ସଭାପତି ତଥା...

ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱମାନର ଶିକ୍ଷା ଦେବା ଆମ ପ୍ରତିବଦ୍ଧତା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨।୯(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୃଥକ୍‌ ଭାବେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ମୁଙ୍ଗ୍‌ ଚିଆଙ୍ଗ, ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନ୍‌ଡ୍ରିଲର ସିଇଓ...

ସ୍କ୍ରବ୍‌ ଟାଇଫସ୍‌: ବରଗଡ଼ରେ ୩ ମୃତ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ଜିଲାର ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ...

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି: ପୁଣି ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ

ପୁରୀ ୧୧ା୯( ଅଜିତ୍ କୁମାର ମହାନ୍ତି):ବୁଧବାର ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri