Home Left

ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ: ଚାଲିଗଲା ୨ ଯୁବକଙ୍କ ଜୀବନ

ସୁନ୍ଦରଗଡ଼,୨୧।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ମନ୍ଦିରା ଡ୍ୟାମରେ ରବିବାର ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଝାରବେଡା ଗାଁର, ୫ଜଣ ସାଙ୍ଗହୋଇ ମାଛ ଧରିବାକୁ ମନ୍ଦିରା ଡ୍ୟାମକୁ…

ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନ

ରାଇକିଆ,୨୧ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମଣ୍ଡାସରଠାରୁ ୫ କିମି ଦୂର ମଣ୍ଡକୁଟି ପାହାଡ଼ ଉପରୁ ଖସିପଡ଼ି ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣକ ହେଲେ ରାଇକିଆ ବଡ଼ାପଟା ସାହିର ବନ୍ଦନ ପ୍ରଧାନ। ସାଙ୍ଗମାନଙ୍କ ସହ ବୁଲିବା ପାଇଁ…

ସୂର୍ଯ୍ୟକୁମାର ଯାଦବ ନୁହେଁ, ଶୁବମନ ଗିଲ ଟିମ୍‌ ଇଣ୍ଡିଆର ଭବିଷ୍ୟତ

ନୂଆଦିଲ୍ଲୀ,୨୧।୭: ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ଟି-୨୦ ଦଳର ଅଧିନାୟକ କରାଯାଇଛି। ସେ ଶ୍ରୀଲଙ୍କା ଗସ୍ତରେ ଦଳର ଅଧିନାୟକ ହେବେ। ରୋହିତ ଶର୍ମା ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପରେ ଜଣାପଡୁଛି ଯେ…

ଭାରତୀୟ ଆଥଲେଟ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହା

ନୂଆଦିଲ୍ଲୀ,୨୧ା୭: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟ୍‌ଙ୍କ ଉଦ୍ଦେଶ୍ୟରେ ରବିବାର ୮.୫ କୋଟି ଟଙ୍କାର ଆର୍ଥିକ ସହୟତା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେବ। ବିସିସିଆଇ ସମ୍ପାଦକ…

ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର

ମୋରଡ଼ା,୨୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଜନସାଧାରଣ ପ୍ରାୟତଃ ପଶୁ ସମ୍ପଦ ଓ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଅଧିକାଂଶ ଲୋକ ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ପାଳନ କରନ୍ତି। ସେହିପରି ଗୋରୁଙ୍କୁ ଚାଷକାର୍ଯ୍ୟରେ ନିୟୋଜିତ କରିବା…

କଳାହାଣ୍ଡିରେ ଝାଡ଼ାବାନ୍ତି: ଗାଁରେ ଡେରା ପକାଇଲା ମେଡ଼ିକାଲ ଟିମ୍‌

କୋକସରା,୨୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଝାଡ଼ାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ ଖବର ମିଳିବା…

ଗଛ ଉପୁଡ଼ି ମୁଖ୍ୟରାସ୍ତାରେ ପଡ଼ିଲା, ଯାତାୟାତ ବାଧାପ୍ରାପ୍ତ

ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମୁଖ୍ୟ ରାସ୍ତା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲା ମାଥିଲି ବ୍ଲକଠାରୁ କିଆଙ୍ଗ ଓ ଛତିଶଗଡ଼କୁ ସଂଯୋଗ କରୁଥିବା କୋରାପଲ୍ଲୀ ଗଁା ନିକଟରେ ମୁଖ୍ୟ ରାସ୍ତାରେ ଏକ ବିରାଟକାୟ ତେନ୍ତୁଳିଗଛ ରାସ୍ତା ମଝିରେ ଉପୁଡ଼ି ପଡ଼ିବାରୁ ଯାତାୟାତ…

ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ

ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପାରାଦୀପଗଡ଼ ଗାଁରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କାକାଙ୍କ ମୃତ୍ୟୁର ୧୩ ଦିନ ପରେ ପୁତୁରାଙ୍କ…

୫୬ ବର୍ଷରେ ବାପା ହେବେ ଅକ୍ଷୟ କୁମାର

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ଅଭିନେତା ତଥା ଖିଲାଡ଼ି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ଅଭିନେତ୍ରୀ ତଥା ଲେଖିକା ସ୍ତ୍ରୀ ଟ୍ବିଙ୍କଲ୍‌ ଖାନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଟ୍ବିଙ୍କଲ୍‌…

ରାଜପଥରେ ଓଲଟିଲା କଣ୍ଟେନର

ଛତ୍ରପୁର,୨୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପେଟ୍ରୋଲ ପମ୍ପ୍‌ ନିକଟ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ କଣ୍ଟେନର ଓଲଟି ପଡ଼ିଛି। ଫଳରେ ଡ୍ରାଇଭର ଜଣକ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟିଜି ୦୭ ୦୧୦୯…

୨୦୩୪ ସୁଦ୍ଧା ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: ବିକାଶ ଦିବ୍ୟକିର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଶିକ୍ଷକ, ଲେଖକ ତଥା ଦୃଷ୍ଟି ଆଇଏଏସର ପ୍ରତିଷ୍ଠାତା ବିକାଶ ଦିବ୍ୟକିର୍ତ୍ତୀ ନ୍ୟୁଜ ଏଜେନ୍ସି ଏଏନଆଇର ପୋଡକାଷ୍ଟରେ ଶିକ୍ଷା, ନିଟ ପେପର ଲିକ, ସଂରକ୍ଷଣ ସମେତ ବହୁ ପ୍ରସଙ୍ଗ ଉପରେ ଖୋଲାଖୋଲି କଥା ହୋଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ୍‌ ମିଲ୍‌ ଗୋଦାମ ଘର

ନବରଙ୍ଗପୁର,୨୧।୭: ଲଘୁଚାପ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରାଇସ ମିଲ୍‌ ଓ ଗୋଦାମ ଘର ରବିବାର ଭୁଶୁଡ଼ି ପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri