ଗିରଫ ହେଲେ କୋଟିପତି ଖଣି ଅଧିକାରୀ

କେନ୍ଦୁଝର,୨୮ା୧୧: କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି। ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ଘର ଏବଂ ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା। ବିଭିନ୍ନ ସ୍ଥାନରେ ଥିବା କୋଠା, ଜମି ଠାବହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଥିଲା।
ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌, ଭୁବନେଶ୍ୱରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲା। ଟିମ୍‌ କେନ୍ଦୁଝରରେ ଥିବା ଅଫିସ ଓ ଭବାନୀପାଟଣା ହିଲ୍‌ ଟାଉନ୍‌ ଭଡ଼ାଘର, କେନ୍ଦୁଝର ସହର ଜଗନ୍ନାଥପୁରରେ ୧୦, ୦୦୦ ବର୍ଗ ଫୁଟ ଜମି ଉପରେ ନିର୍ମିତ ୨ ମହଲା କୋଠା, ଭୁବନେଶ୍ୱର କରୋଡକଣ୍ଟାରେ ଅବସ୍ଥିତ ପ୍ଲଟ୍‌(ନଂ ୨୨୨/୧୨୦୯)ରେ ଥିବା ୫୮୦୦ ବର୍ଗ ଫୁଟ ଉପରେ ଥିବା ୪ ମହଲା କୋଠା, କେନ୍ଦୁଝର ଘସିପୁରା ତହସିଲର ମଦନପୁରରେ ଅବସ୍ଥିତ ପ୍ଲଟ୍‌ (ନଂ. ୨୮୨୭/୪୨୩୦)ରେ ନିର୍ମିତ ୫ ଏକରର ଏକ ଫାର୍ମ ହାଉସ, କଟକ ପ୍ରତାପନଗରୀରେ ୨ ପ୍ଲଟ୍‌, ଭୁବନେଶ୍ୱର କରୋଡକଣ୍ଟା, ସୁନ୍ଦରପଦାରେ ଗୋଟିଏ ଲେଖା ପ୍ଲଟ୍‌ ଓ ଯାଜପୁର ଜିଲା ଦାନଗଦିଠାରେ ୧ଏକର ଜମି, ଦାନଗଦିରେ ୧ ଏକର ୧୬ ଡିସିସିଲରେ ଏକ ଜମିରେ ୯ଟି ପ୍ଲଟ୍‌, ଗୋଟିଏ ୪ ଚକିଆ ଯାନ, ୨ଟି ଦୁଇଚକିଆ ଯାନ ଠାବକରିଛି। ଏଥିସହ ବ୍ୟାଙ୍କ ଜମା, ଇନ୍ସ୍ୟୁରାନ୍ସ ଏବଂ ପୋଷ୍ଟାଲ ଜମାର ଖୋଳତାଡ ଚାଲିଛି। ଯାଜପୁରର ଜମାଦେଇପୁର ଶାସନରେ ଥିବା ପୈତୃକ ଘରେ ଏକ ମହଲା କୋଠା ଓ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଳରାମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ୭ ଜଣ ଡିଏସ୍‌ପି, ୫ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?