କପି କରି ନୟନତାରା ହଟହଟା

ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍‌ ପ୍ରାଇଭେଟ ଲିମିଟେଡ୍‌’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ତାମିଲ ଚଳଚ୍ଚିତ୍ର ‘ନାନୁମ୍‌ ରୋଡି ଧାନ୍‌’ର କିଛି ଭିଜୁଆଲକୁ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମ ‘ନୟନତାରା: ବିୟଣ୍ଡ ଦି ଫେୟରି ଟେଲ୍‌’ରେ ୩ ସେକେଣ୍ଡ ପାଇଁ ବ୍ୟବହାର କରିଥିଲେ। ତେଣୁ ଧନୁଷ୍‌ ନୟନତାରାଙ୍କ କମ୍ପାନୀ ‘ରାଉଡି ପିକ୍ଚର୍ସ ଲିମିଟେଡ୍‌’ ଏବଂ ତାଙ୍କ ସ୍ବାମୀ ଭିଗ୍ନେଶ ଶିବନ୍‌ଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ପିଟିଶନ ଦାଖଲ କରିଛନ୍ତି।
ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି, ନୟନତାରା ବିନା ଅନୁମତିରେ ନିଜ ନେଟ୍‌ଫ୍ଲିକ୍ସ ଡକ୍ୟୁମେଣ୍ଟାରି ଫିଲ୍ମ ‘ନୟନତାରା: ବିୟଣ୍ଡ ଦି ଫେୟରି ଟେଲ୍‌’ରେ ‘ନାନୁମ୍‌ ରୋଡି ଧାନ୍‌’ର କିଛି ଦୃଶ୍ୟକୁ ବ୍ୟବହାର କରିଛନ୍ତି। ବୁଧବାର ହୋଇଥିବା ଶୁଣାଣିରେ ହାଇକୋର୍ଟ ଉଭୟ ପକ୍ଷର ପ୍ରାଥମିକ ଯୁକ୍ତି ଶୁଣିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଧନୁଷ୍‌ଙ୍କ ପିଟିଶନର ଜବାବ ରଖିବାକୁ ହାଇକୋର୍ଟ ନୟନତାରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଏହି ବିବାଦ ନେଇ ନୟନତାରା ସୋସିଆଲ ମିଡିଆରେ ମୁହଁ ଖୋଲିଥିଲେ। ସେ ନିଜ ଡକ୍ୟୁମେଣ୍ଟାରି ଫିଲ୍ମରେ ‘ନାନୁମ୍‌ ରୋଡି ଧାନ୍‌’ ଫିଲ୍ମର କିଛି ଫୁଟେଜ ବ୍ୟବହାର କରିବାକୁ ଧନୁଷ୍‌ଙ୍କଠାରୁ ଅନୁମତି ମାଗିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ଧନୁଷ୍‌ଙ୍କଠାରୁ ଏହି ଅନୁମତି ମିଳି ନ ଥିଲା। ତେଣୁ ସେ ବାଧ୍ୟ ହୋଇ ତାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମରେ ୩ ସେକେଣ୍ଡର ଏକ ବିହାଇଣ୍ଡ ଦି ସିନ୍‌(ବିଟିଏସ୍‌) ଫୁଟେଜର ବ୍ୟବହାର କରିଥିଲେ। ତେଣୁ ଧନୁଷ୍‌ ତାଙ୍କୁ ୧୦ କୋଟି ଟଙ୍କାର ଏକ ଆଇନଗତ ନୋଟିସ ପଠାଇଥିଲେ ବୋଲି ନୟନତାରା କହିଥିଲେ। ପ୍ରକାଶ ଯେ, ୨୦୧୫ରେ ରିଲିଜ୍‌ ହୋଇଥିବା ତାମିଲ ଚଳଚ୍ଚିତ୍ର ‘ନାନୁମ୍‌ ରୋଡି ଧାନ୍‌’ରେ ନୟନତାରା ଏବଂ ଧନୁଷ୍‌ ମୁଖ୍ୟ ଭୂମିକାରେ ଥିଲେ। ନୟନତାରାଙ୍କ ସ୍ବାମୀ ଭିଗ୍ନେଶ ଏହି ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଥିଲେ। ଫିଲ୍ମଟି ଧନୁଷ୍‌ଙ୍କ ୱଣ୍ଡରବାର ଫିଲ୍ମସ୍‌ ଦ୍ୱାରା ନିର୍ମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri