ଆହୁରି ୪ଦିନ ବର୍ଷିବ: ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୩ା୭(ଅସମାପିକା ସାହୁ):ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ସୋମବାର ପୁରୀରେ ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଅଧିକାଂଶ ଜିଲାରେ ପ୍ରବଳ ବର୍ଷିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ। ଦୁଇଦିନ କିଛି…
ଖାଦ୍ୟ ପାଇଁ ସୈନ୍ୟଙ୍କୁ ଦେହଦାନ କରୁଛନ୍ତି ସୁଦାନ ମହିଳା
ନୂଆଦିଲ୍ଲୀ,୨୩ା୭:ଯୁଦ୍ଧ କ୍ଷତିଗ୍ରସ୍ତ ସୁଦାନର ଜନସାଧାରଣ ଉତ୍କଟ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ସେଠାର ମହିଳାମାନେ ପରିବାର ସଦସ୍ୟଙ୍କୁ ଖାଦ୍ୟ ଯୋଗାଇବାକୁ ଯାଇ ସୈନ୍ୟମାନଙ୍କୁ ଦେହଦାନ କରିବାକୁ ବାଧ୍ୟ ହେଉଥିବା ଏକ ରିପୋର୍ଟ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ବହୁସଂଖ୍ୟାରେ ମହିଳା ସେମାନଙ୍କ ଦୁତ୍ଃଖ…
ପ୍ରେରଣା ଓ ପ୍ରତାରଣା
ସମାଜରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି ପାଇ ସମାଜକୁ ବିଶୃଙ୍ଖଳିତ କରିଦେଉଛି। ମଣିଷର ଭକ୍ତି ଓ କୃତି ମଧ୍ୟରେ ଭୟଙ୍କର ବ୍ୟବଧାନ। ଗତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ବ୍ୟକ୍ତିର ବ୍ୟକ୍ତିତ୍ୱ ମହନୀୟତାରେ ଉଦ୍ଭାସିତ ଥିଲା। ସମ୍ପ୍ରତି ବ୍ୟକ୍ତିର ବ୍ୟକ୍ତିତ୍ୱରେ ଦେଖାଦେଇଛି କାଳବୈଶାଖୀର…
ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ସମ୍ମାନ
ନୂଆଦିଲ୍ଲୀ, ୨୩ା: ଅଲିମ୍ପିକ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଭାରତୀୟ ଶୁଟିଂ କିମ୍ବଦନ୍ତୀ ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ପୁରସ୍କାରରେ ସମ୍ମାନିତ କରିବ। ଅଲିମ୍ପିକ୍ସ ଉଦ୍ଯାପନୀ ଉତ୍ସବର ଦିନେ ପୂର୍ବରୁ ଅଗଷ୍ଟ ୧୦ରେ ପ୍ୟାରିସରେ ୧୪୨ତମ…
ଆଜି ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ବଜେଟ
ନୂଆଦିଲ୍ଲୀ,୨୩ା୭:କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଲୋକ ସଭାରେ ୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହା ନିର୍ମଳାଙ୍କର କ୍ରମାଗତ ସପ୍ତମ ବଜେଟ ହୋଇଥିବାବେଳେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ବଜେଟ। ଏନ୍ଡିଏ…
ପର ପାଇଁ ଜିଇବାର ସୁଖ
ଆମେ ସଭିଏଁ ନିଜ ପାଇଁ ଜିଇବାରେ ଏତେ ବ୍ୟସ୍ତ ଓ ଅଭ୍ୟସ୍ତ ଯେ ଆମ ଜୀବନ ପରିସର ବାହାରେ ଅନ୍ୟ କାହା ଜୀବନର ଦୁଃଖଯନ୍ତ୍ରଣା ବୁଝିବାକୁ ନା ଥାଏ ସମୟ ନା ସ୍ପୁହା। ନିଜ ପାଇଁ ବୋଇଲେ ସ୍ବୟଂ ନିଜେ ଓ…
ମୋଦିଙ୍କ ନେତୃତ୍ୱକୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୩। ୭(ସୁନିତ୍ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଇନୋଭେଶନକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଟଳ ଇନୋଭେଶନ ମିଶନ ଏବଂ ୱିପୋ(ୱାଲର୍ଡ୍ ଇଣ୍ଟେଲେକ୍ଚ୍ୟୁଆଲ୍ ପ୍ରପର୍ଟି ଅର୍ଗାନାଇଜେଶନ) ମଧ୍ୟରେ ଏକ…
କଂଗ୍ରେସ ବିଧାୟକ ଦଳ ବୈଠକରେ ତାରାଙ୍କ ଅନୁପସ୍ଥିତି ନେଇ ଚର୍ଚ୍ଚା
ଭୁବନେଶ୍ୱର, ୨୩। ୭(ସୁନିତ୍ ମିଶ୍ର): କଂଗ୍ରେସ ବିଧାୟକ ଦଳ ବୈଠକ ସୋମବାର ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି। ନୂତନ ଭାବେ ନିଯୁକ୍ତ ହୋଇଥିବା ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ…
ନାମ ନୁହେଁ ମାନ
ଆସିଲା ବର୍ଷା ଏବଂ ମୁଖ୍ୟତଃ ଉତ୍ତରଭାରତରେ ଆରମ୍ଭ ହେଲା ବୋଲବମ୍ ଯାତ୍ରା। ଓଡ଼ିଶାରେ ଆମେ ଯାହାକୁ ବୋଲବମ୍ କହୁ ସେମାନଙ୍କୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ କାଉଡ଼ିଆ ଡାକନ୍ତି। ଏହି ଧାର୍ମିକ ଯାତ୍ରାରେ ସାଧାରଣତଃ ଗୋଟିଏ ନଦୀ କିମ୍ବା ପୋଖରୀରୁ ଜଳ…
ଆମେରିକାରୁ ପୁଣି ଖେଳିବେ ଗ୍ରିନର
ଫୋନିକ୍ସ (ୟୁଏସ),୨୩ା୭: ଦିନ ଥିଲା ବ୍ରିଟନୀ ଗ୍ରିନର ୟୁଏସ୍ଏ ବାସ୍କେଟବଲ୍ ଜର୍ସି ପୁଣି ପିନ୍ଧିବେ ଏକଥା ତାଙ୍କ କଳ୍ପନା ବାହାରେ ଥିଲା। ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପାଖରେ ଡ୍ରଗ୍ସ ରଖିବା ଓ ସ୍ମଗଲିଂ କରିବା ଅଭିଯୋଗରେ ୨୦୨୨ରେ ରୁଷିଆର…
ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ
ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଏହିଦିନ ଭାରତୀୟ ପ୍ରସାରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି…
ଶ୍ରୀଲଙ୍କା ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡରଙ୍କର ହେଲା ଏନଗେଜମେଣ୍ଟ
ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳ ସୋମବାର ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଏହି ସମୟରେ କ୍ରିକେଟର ଲଲିତ ଯାଦବଙ୍କର ଏନଗେଜମେଣ୍ଟ ହୋଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ତାଙ୍କ ଫିୟାଂସିଙ୍କୁ ଫିଲ୍ମ…
Archives


