ନିଆଁ ଲିଭାଇବାର ବେଳ

ନଭେମ୍ବର ୨୪ ରେ ଖବରକାଗଜ ଧରିତ୍ରୀ ତା’ର ୫୧ତମ ସ୍ବନକ୍ଷତ୍ର ପାଳନ ଅବସରରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଏକ ଯୁବ ସମାବେଶ ଆୟୋଜନ କରିଥିଲା। ଏହା ଖୁବ୍‌ ପ୍ରେରଣାଦାୟୀ ଥିଲା। ବାସ୍ତବରେ ଜଳବାୟୁ ପରିବର୍ତ୍ତନ ବିଶ୍ୱକୁ ଚିନ୍ତିତ କରିଛି। କଥା ଉଠେ ଘରେ ଯେତେବେଳେ ନିଆଁ ଲାଗିଯାଏ ଘରର ସମସ୍ତ ସଦସ୍ୟ ନିଜ ନିଜ ସକ୍ଷମ ଅନୁସାରେ ପାଣି ଢାଳି ଘରର ନିଆଁ ଲିଭେଇଥାଆନ୍ତି। ଆଜି ଜଳବାୟୁ ପ୍ରଦୂଷଣର ରୂପ ନେଇ ପୃଥିବୀ ଘରେ ନିଆଁ ଲାଗିଛି। ତେଣୁ ପୃଥିବୀରେ ବାସ କରୁଥିବା ପ୍ରତ୍ୟେକଟି ମାନବ ନିଜ ସକ୍ଷମ ଅନୁସାରେ ପୃଥିବୀର ନିଆଁ ଲିଭେଇବା ପାଇଁ ପ୍ରୟାସ କରିବା ଏକାନ୍ତ ଆବଶ୍ୟକ। ଆମେ ଯଦି ୨୦ ବର୍ଷ ତଳକୁ ଫେରିଯିବା ଆମ ଜଳବାୟୁ ଛଅଟି ଋତୁଚକ୍ରକୁ ନେଇ ଖୁବ୍‌ ସୁନ୍ଦର ଥିଲା। ପ୍ରତ୍ୟେକ ଋତୁ ସମପରିମାଣରେ ପୃଥିବୀକୁ ଆସୁଥିଲେ। ଆଜି କିନ୍ତୁ ଭାରତରେ କେବଳ ଗୋଟିଏ ଋତୁ ତାହା ହେଲା ଗ୍ରୀଷ୍ମ। କାଁ ଭାଁ ବର୍ଷା ତଥା ସାମାନ୍ୟ ଶୀତ କେବେକେବେ ନିଜକୁ ପ୍ରକାଶ କରିବାରେ ସମର୍ଥ କେବେ ପୁଣି ଅସମର୍ଥ। ଏଭଳି ପରିସ୍ଥିତିରେ ଭାରତର ଜଳବାୟୁ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ପରିସ୍ଥିତି ଯଦି ଏହିଭଳି ଗତିକରେ ଆମ ଜୀବଜଗତ ଆଉ ମାତ୍ର କୋଡିଏ ପଚିଶ ବର୍ଷ ଭିତରେ ବଞ୍ଚିବା ପାଇଁ ସଂଘର୍ଷ କରିବ।
ପୃଥିବୀ ଏକ ସୁନ୍ଦର ପରିବେଶ ନେଇ ସୃଷ୍ଟି ହୋଇଛି। ସେହି ପରିବେଶକୁ ସୁରକ୍ଷା କରି ମାନବଜୀବନ ସୁନ୍ଦର ହୋଇପାରିବ ଏହି ଉପଦେଶ ଶାସ୍ତ୍ରରେ ଦିଆଯାଇଛି। ତେଣୁ ଋଗ୍‌ ବେଦରେ ଜଳବାୟୁ ସୁରକ୍ଷାକୁ ନେଇ ଏକ ମନ୍ତ୍ର ରହିଛି ଓଁ ଦ୍ୟୌଃ ଶାନ୍ତିଃ ଅନ୍ତରୀକ୍ଷଃ ଶାନ୍ତିଃ ପୃଥୀବି ଶାନ୍ତିଃ ଆପଃ ଶାନ୍ତିଃ ଓଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ବିଶ୍ୱେଦେବାଃ ଶାନ୍ତିଃ ବ୍ରହ୍ମ ଶାନ୍ତିଃ ସାମା ଶାନ୍ତିରେଧି। ଏହି ମନ୍ତ୍ରରେ ଦ୍ୟୌ, ଆକାଶ, ପୃଥିବୀ, ଜଳ, ବୃକ୍ଷଲତା, ବିଶ୍ୱର ଦେବତା ଏବଂ ବ୍ରହ୍ମାଣ୍ଡର ଶାନ୍ତି ପାଇଁ ବୈଦିକ ଋଷି ମାର୍ଗଦର୍ଶନ କରିଛନ୍ତି। ପୃଥିବୀ, ଆକାଶ, ବାୟୁ, ଜଳ ଏବଂ ବୃକ୍ଷଲତାର ସମ୍ମାନ ଏବଂ ସୁରକ୍ଷା ହେଲେ ସେମାନେ ଶାନ୍ତି ହେବେ। ଏଠି ଶାନ୍ତିର ଅର୍ଥ ହେଉଛି ସେମାନଙ୍କର ସୁରକ୍ଷା ହେଲେ ସେମାନେ ଆମକୁ ସୁରକ୍ଷା ଦେବେ। ପୃଥିବୀର ସୁରକ୍ଷା କହିଲେ ବିଶେଷତଃ ମାଟି ଏବଂ ପାହାଡର ସୁରକ୍ଷା। ଖଣି, ବହୁତଳ ଅଟ୍ଟାଳିକା, ପକ୍କା ରାସ୍ତା ଇତ୍ୟାଦି ମାଟି ଏବଂ ପାହାଡ ଉପରେ ପ୍ରଭାବ ପକାଉଛି। କଳକାରଖାନା, ଯାନବାହନ, ଫ୍ରିଜ୍‌, ଏସି ଇତ୍ୟାଦିର ବହୁଳ ପ୍ରୟୋଗ ବାୟୁ ପ୍ରଦୂଷଣ କରି ଆକାଶକୁ ପ୍ରଦୂଷିତ କରୁଛି। ଅରଣ୍ୟର ପଶୁପକ୍ଷୀ ଏବଂ ଜଳକୁ ଆଶ୍ରୟ କରି ରହୁଥିବା ପ୍ରାଣୀ ଦିନକୁ ଦିନ ବିଲୁପ୍ତ ହେଉଛନ୍ତି। ଏସବୁ ପାଇଁ ମାନବୀୟ ଚଳଣି ଖୁବ୍‌ ଗୁରୁତ୍ୱ ବହନକରେ। ମାନବର ଜୀବନ ପରିଚର୍ଯ୍ୟା ଯଦି ପରିବେଶ ଅନୁକୂଳ ହେବ ତେବେ ଋତୁଚକ୍ର ନିୟମିତ ହୋଇପାରିବ। ଏହା ବିଶ୍ୱରେ ଏକ ସୁନ୍ଦର ପରିବେଶକୁ ପୁନଃ ପ୍ରତିଷ୍ଠାପିତ କରିପାରିବ। ପରିବେଶ ସୁନ୍ଦର ହେଲେ ବିଶ୍ୱର ସ୍ବାସ୍ଥ୍ୟ ଭଲ ରହିବ। ତା’ପରେ ଯାଇ ସୁନ୍ଦର ବିଶ୍ୱର ପୁନଃ ପରିକଳ୍ପନା ସମ୍ଭବ ହେବ।
ଆଜି ଘରର ପ୍ରାୟ ପ୍ରତି ସଦସ୍ୟ ବିଭିନ୍ନ ରୋଗରେ ପୀଡିତ। ମାନସିକ ବ୍ୟାଧି ଛୋଟ ପିଲାଙ୍କଠାରେ ଦେଖାଯାଉଛି, ଯାହା ଅତ୍ୟନ୍ତ ଗମ୍ଭୀର ବିଷୟ। ବ୍ୟକ୍ତି ଧୀରେ ଧୀରେ ନିଜ ସୁଖକୁ ହିଁ ସୁଖ ବୋଲି ନିଶ୍ଚିତ କରିସାରିଲାଣି, ସମାଜ ସୁଖକୁ ନଷ୍ଟ କରିବାର ସଂକଳ୍ପ ମଧ୍ୟ ନେଇଛି। ଭାରତୀୟ ବସୁଧୈବ କୁଟୁମ୍ବକମ୍‌ ଚିନ୍ତାଧାରାରୁ ଦୂରେଇ ଯାଉଥିବା ମାନବ କେତେଦିନ ବା ନିଜ ସ୍ବାର୍ଥକୁ ନେଇ ବଞ୍ଚିରହିବ। ମହାକବି କାଳିଦାସ ତାଙ୍କର ବିଶ୍ୱପ୍ରସିଦ୍ଧ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ନାଟକର ମଙ୍ଗଳାଚରଣରେ ଜଳବାୟୁ ସୁରକ୍ଷାକୁ ନେଇ ଖୁବ୍‌ ସୁନ୍ଦର ମତ ଦେଇଛନ୍ତି। ଯାହା ସାମ୍ପ୍ରତିକ ସମୟରେ ପ୍ରାସଙ୍ଗିକତା ମନେହୁଏ। ତନ୍ମଧ୍ୟରେ ଆଠଗୋଟି ତତ୍ତ୍ୱକୁ ସୁରକ୍ଷା ଦେବା ପାଇଁ କାଳିଦାସ ଉପଦେଶ ଦେଇଛନ୍ତି। ଯେଉଁ ଆଠଗୋଟି ତତ୍ତ୍ୱ ମହାଦେବଙ୍କର ଆଠଗୋଟି ଅଙ୍ଗ ବୋଲି ବିବେଚନା କରାଯାଇଛି। ତନ୍ମଧ୍ୟରେ ଜଳ, ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ବାୟୁ ଏବଂ ପୃଥିବୀ ଏହି ଛଅଗୋଟି ଉପାଦାନ ଜଳବାୟୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ବିଶ୍ୱରେ ଅନେକ ସାହିତ୍ୟ ସୃଷ୍ଟି ହୋଇଛି, ଯାହା କେବଳ ଜଳବାୟୁ ପାଇଁ ହିଁ ଉଦ୍ଦିଷ୍ଟ। ସଦ୍ୟ ଓଡ଼ିଶା ‘ଦାନା’ ନାମକ ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହେଲା। କିନ୍ତୁ ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁଲା ସେ ସ୍ଥାନରେ ହେନ୍ତାଳ ବଣ ଥିବାରୁ କ୍ଷୟକ୍ଷତି ବିଶେଷ ଭାବରେ ହେଲାନାହିଁ ଏବଂ ଓଡ଼ିଶା ସୁରକ୍ଷିତ ରହିଲା। ଏହା ସତ୍ୟ ଯେ, ବିଶାଳ ବୃକ୍ଷ ତଥା ଜଙ୍ଗଲ ବିବିଧ ବିପର୍ଯ୍ୟୟରୁ ବିଶ୍ୱକୁ ରକ୍ଷାକରୁଛି। କିନ୍ତୁ ଭବିଷ୍ୟତରେ ଜଙ୍ଗଲ ଅଭାବରୁ ବିଶ୍ୱର ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ କରିବା ନିଶ୍ଚୟ କଷ୍ଟସାଧ୍ୟ ହେବ। ସିଂହ, ବାଘ ଭଳି ଦୁଇଟି ଜଙ୍ଗଲୀ ପ୍ରାଣୀ କେବଳ ଅଭୟାରଣ୍ୟକୁ ଛାଡି ଅନ୍ୟ ସ୍ଥାନରୁ ବିଲୁପ୍ତ ହୋଇଗଲେ। ସେହି ସମାନ ଅବସ୍ଥାରେ ହାତୀ ମଧ୍ୟ ବିଲୁପ୍ତ ହେବାକୁ ବସିଛି। ହରିଣ ଇତ୍ୟାଦି ଜୀବମାନେ ମାନବର ପାଶବିକ ଅତ୍ୟାଚାର ଏବଂ ଜିହ୍ବା ଲାଳସାରୁ ବଞ୍ଚିପାରୁ ନାହାନ୍ତି।
କାଠ ମାଫିଆ ଏବଂ ଖଣି ମାଫିଆ ଜଙ୍ଗଲକୁ ନିଜ ଅକ୍ତିଆରରେ ରଖିଲେଣି। ଏପଟେ ମାନବ ନିଜ କାର୍ଯ୍ୟରେ ବ୍ୟସ୍ତ। ବ୍ୟସ୍ତ ନ ହେବ କେମିତି, କେହି ଦି’ଓଳି ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛି ତ ଅନ୍ୟ କେହି ବିଭିନ୍ନ ଅସାଧୁ ଉପାୟରେ ସମ୍ପତ୍ତି ଏବଂ ପ୍ରତିପତ୍ତି ବୃଦ୍ଧିରେ ବ୍ୟସ୍ତ। ତେଣୁ ଜଳବାୟୁ କଥା ସମସ୍ତେ ବୁଝିବା ଅସମ୍ଭବ। ଆଉ କିଛି ଜଳବାୟୁ ସୁରକ୍ଷା ଚିନ୍ତନରେ ରହିଯାଉଛନ୍ତି, କିନ୍ତୁ କିଛି କରିବା ପାଇଁ ସମର୍ଥ ହେଉନାହାନ୍ତି। ଅନ୍ୟ କେହି ସପ୍ତାହରେ କିମ୍ବା ମାସରେ କିଛି ସମୟ ଜଳବାୟୁ ସୁରକ୍ଷା ପାଇଁ ଦେଇପାରୁଛନ୍ତି। ଅତି ଅଳ୍ପ ସଂଖ୍ୟକ ବ୍ୟକ୍ତି ଏବଂ ସଂସ୍ଥା ଜଳବାୟୁ ପାଇଁ ପୂର୍ଣ୍ଣ ସମର୍ପିତ। ତନ୍ମଧ୍ୟରୁ ଅର୍ଦ୍ଧାଧିକ ଆର୍ଥିକ ସ୍ବଚ୍ଛଳ ନୁହନ୍ତି। ଅନ୍ୟପଟେ ଜଳବାୟୁକୁ ନେଇ ସରକାରୀ ଯୋଜନା ବିଷୟ ନ କହିବା ଭଲ। ଏଭଳି ପରିସ୍ଥିତିରେ ଜଳବାୟୁ ସୁରକ୍ଷା ଏକ ପ୍ରଶ୍ନବାଚୀ ହୋଇ ଉଭା ହୋଇଛି। କିନ୍ତୁ ଏହି ପୃଥିବୀ ସେତେବେଳେ ସୁନ୍ଦର ହୋଇପାରିବ ଯେତେବେଳେ ଜଳବାୟୁ ସୁରକ୍ଷା ଏକ ପ୍ରଶ୍ନ ନ ହୋଇ ପ୍ରତିଟି ମାନବ ପାଖରେ ଉତ୍ତର ରୂପରେ ନିଜର କର୍ତ୍ତବ୍ୟରେ ଦେଖାଦେବ।
ଉପ ନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?