ନିଆଁ ଲିଭାଇବାର ବେଳ

ନଭେମ୍ବର ୨୪ ରେ ଖବରକାଗଜ ଧରିତ୍ରୀ ତା’ର ୫୧ତମ ସ୍ବନକ୍ଷତ୍ର ପାଳନ ଅବସରରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଏକ ଯୁବ ସମାବେଶ ଆୟୋଜନ କରିଥିଲା। ଏହା ଖୁବ୍‌ ପ୍ରେରଣାଦାୟୀ ଥିଲା। ବାସ୍ତବରେ ଜଳବାୟୁ ପରିବର୍ତ୍ତନ ବିଶ୍ୱକୁ ଚିନ୍ତିତ କରିଛି। କଥା ଉଠେ ଘରେ ଯେତେବେଳେ ନିଆଁ ଲାଗିଯାଏ ଘରର ସମସ୍ତ ସଦସ୍ୟ ନିଜ ନିଜ ସକ୍ଷମ ଅନୁସାରେ ପାଣି ଢାଳି ଘରର ନିଆଁ ଲିଭେଇଥାଆନ୍ତି। ଆଜି ଜଳବାୟୁ ପ୍ରଦୂଷଣର ରୂପ ନେଇ ପୃଥିବୀ ଘରେ ନିଆଁ ଲାଗିଛି। ତେଣୁ ପୃଥିବୀରେ ବାସ କରୁଥିବା ପ୍ରତ୍ୟେକଟି ମାନବ ନିଜ ସକ୍ଷମ ଅନୁସାରେ ପୃଥିବୀର ନିଆଁ ଲିଭେଇବା ପାଇଁ ପ୍ରୟାସ କରିବା ଏକାନ୍ତ ଆବଶ୍ୟକ। ଆମେ ଯଦି ୨୦ ବର୍ଷ ତଳକୁ ଫେରିଯିବା ଆମ ଜଳବାୟୁ ଛଅଟି ଋତୁଚକ୍ରକୁ ନେଇ ଖୁବ୍‌ ସୁନ୍ଦର ଥିଲା। ପ୍ରତ୍ୟେକ ଋତୁ ସମପରିମାଣରେ ପୃଥିବୀକୁ ଆସୁଥିଲେ। ଆଜି କିନ୍ତୁ ଭାରତରେ କେବଳ ଗୋଟିଏ ଋତୁ ତାହା ହେଲା ଗ୍ରୀଷ୍ମ। କାଁ ଭାଁ ବର୍ଷା ତଥା ସାମାନ୍ୟ ଶୀତ କେବେକେବେ ନିଜକୁ ପ୍ରକାଶ କରିବାରେ ସମର୍ଥ କେବେ ପୁଣି ଅସମର୍ଥ। ଏଭଳି ପରିସ୍ଥିତିରେ ଭାରତର ଜଳବାୟୁ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ପରିସ୍ଥିତି ଯଦି ଏହିଭଳି ଗତିକରେ ଆମ ଜୀବଜଗତ ଆଉ ମାତ୍ର କୋଡିଏ ପଚିଶ ବର୍ଷ ଭିତରେ ବଞ୍ଚିବା ପାଇଁ ସଂଘର୍ଷ କରିବ।
ପୃଥିବୀ ଏକ ସୁନ୍ଦର ପରିବେଶ ନେଇ ସୃଷ୍ଟି ହୋଇଛି। ସେହି ପରିବେଶକୁ ସୁରକ୍ଷା କରି ମାନବଜୀବନ ସୁନ୍ଦର ହୋଇପାରିବ ଏହି ଉପଦେଶ ଶାସ୍ତ୍ରରେ ଦିଆଯାଇଛି। ତେଣୁ ଋଗ୍‌ ବେଦରେ ଜଳବାୟୁ ସୁରକ୍ଷାକୁ ନେଇ ଏକ ମନ୍ତ୍ର ରହିଛି ଓଁ ଦ୍ୟୌଃ ଶାନ୍ତିଃ ଅନ୍ତରୀକ୍ଷଃ ଶାନ୍ତିଃ ପୃଥୀବି ଶାନ୍ତିଃ ଆପଃ ଶାନ୍ତିଃ ଓଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ବିଶ୍ୱେଦେବାଃ ଶାନ୍ତିଃ ବ୍ରହ୍ମ ଶାନ୍ତିଃ ସାମା ଶାନ୍ତିରେଧି। ଏହି ମନ୍ତ୍ରରେ ଦ୍ୟୌ, ଆକାଶ, ପୃଥିବୀ, ଜଳ, ବୃକ୍ଷଲତା, ବିଶ୍ୱର ଦେବତା ଏବଂ ବ୍ରହ୍ମାଣ୍ଡର ଶାନ୍ତି ପାଇଁ ବୈଦିକ ଋଷି ମାର୍ଗଦର୍ଶନ କରିଛନ୍ତି। ପୃଥିବୀ, ଆକାଶ, ବାୟୁ, ଜଳ ଏବଂ ବୃକ୍ଷଲତାର ସମ୍ମାନ ଏବଂ ସୁରକ୍ଷା ହେଲେ ସେମାନେ ଶାନ୍ତି ହେବେ। ଏଠି ଶାନ୍ତିର ଅର୍ଥ ହେଉଛି ସେମାନଙ୍କର ସୁରକ୍ଷା ହେଲେ ସେମାନେ ଆମକୁ ସୁରକ୍ଷା ଦେବେ। ପୃଥିବୀର ସୁରକ୍ଷା କହିଲେ ବିଶେଷତଃ ମାଟି ଏବଂ ପାହାଡର ସୁରକ୍ଷା। ଖଣି, ବହୁତଳ ଅଟ୍ଟାଳିକା, ପକ୍କା ରାସ୍ତା ଇତ୍ୟାଦି ମାଟି ଏବଂ ପାହାଡ ଉପରେ ପ୍ରଭାବ ପକାଉଛି। କଳକାରଖାନା, ଯାନବାହନ, ଫ୍ରିଜ୍‌, ଏସି ଇତ୍ୟାଦିର ବହୁଳ ପ୍ରୟୋଗ ବାୟୁ ପ୍ରଦୂଷଣ କରି ଆକାଶକୁ ପ୍ରଦୂଷିତ କରୁଛି। ଅରଣ୍ୟର ପଶୁପକ୍ଷୀ ଏବଂ ଜଳକୁ ଆଶ୍ରୟ କରି ରହୁଥିବା ପ୍ରାଣୀ ଦିନକୁ ଦିନ ବିଲୁପ୍ତ ହେଉଛନ୍ତି। ଏସବୁ ପାଇଁ ମାନବୀୟ ଚଳଣି ଖୁବ୍‌ ଗୁରୁତ୍ୱ ବହନକରେ। ମାନବର ଜୀବନ ପରିଚର୍ଯ୍ୟା ଯଦି ପରିବେଶ ଅନୁକୂଳ ହେବ ତେବେ ଋତୁଚକ୍ର ନିୟମିତ ହୋଇପାରିବ। ଏହା ବିଶ୍ୱରେ ଏକ ସୁନ୍ଦର ପରିବେଶକୁ ପୁନଃ ପ୍ରତିଷ୍ଠାପିତ କରିପାରିବ। ପରିବେଶ ସୁନ୍ଦର ହେଲେ ବିଶ୍ୱର ସ୍ବାସ୍ଥ୍ୟ ଭଲ ରହିବ। ତା’ପରେ ଯାଇ ସୁନ୍ଦର ବିଶ୍ୱର ପୁନଃ ପରିକଳ୍ପନା ସମ୍ଭବ ହେବ।
ଆଜି ଘରର ପ୍ରାୟ ପ୍ରତି ସଦସ୍ୟ ବିଭିନ୍ନ ରୋଗରେ ପୀଡିତ। ମାନସିକ ବ୍ୟାଧି ଛୋଟ ପିଲାଙ୍କଠାରେ ଦେଖାଯାଉଛି, ଯାହା ଅତ୍ୟନ୍ତ ଗମ୍ଭୀର ବିଷୟ। ବ୍ୟକ୍ତି ଧୀରେ ଧୀରେ ନିଜ ସୁଖକୁ ହିଁ ସୁଖ ବୋଲି ନିଶ୍ଚିତ କରିସାରିଲାଣି, ସମାଜ ସୁଖକୁ ନଷ୍ଟ କରିବାର ସଂକଳ୍ପ ମଧ୍ୟ ନେଇଛି। ଭାରତୀୟ ବସୁଧୈବ କୁଟୁମ୍ବକମ୍‌ ଚିନ୍ତାଧାରାରୁ ଦୂରେଇ ଯାଉଥିବା ମାନବ କେତେଦିନ ବା ନିଜ ସ୍ବାର୍ଥକୁ ନେଇ ବଞ୍ଚିରହିବ। ମହାକବି କାଳିଦାସ ତାଙ୍କର ବିଶ୍ୱପ୍ରସିଦ୍ଧ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ନାଟକର ମଙ୍ଗଳାଚରଣରେ ଜଳବାୟୁ ସୁରକ୍ଷାକୁ ନେଇ ଖୁବ୍‌ ସୁନ୍ଦର ମତ ଦେଇଛନ୍ତି। ଯାହା ସାମ୍ପ୍ରତିକ ସମୟରେ ପ୍ରାସଙ୍ଗିକତା ମନେହୁଏ। ତନ୍ମଧ୍ୟରେ ଆଠଗୋଟି ତତ୍ତ୍ୱକୁ ସୁରକ୍ଷା ଦେବା ପାଇଁ କାଳିଦାସ ଉପଦେଶ ଦେଇଛନ୍ତି। ଯେଉଁ ଆଠଗୋଟି ତତ୍ତ୍ୱ ମହାଦେବଙ୍କର ଆଠଗୋଟି ଅଙ୍ଗ ବୋଲି ବିବେଚନା କରାଯାଇଛି। ତନ୍ମଧ୍ୟରେ ଜଳ, ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ବାୟୁ ଏବଂ ପୃଥିବୀ ଏହି ଛଅଗୋଟି ଉପାଦାନ ଜଳବାୟୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ବିଶ୍ୱରେ ଅନେକ ସାହିତ୍ୟ ସୃଷ୍ଟି ହୋଇଛି, ଯାହା କେବଳ ଜଳବାୟୁ ପାଇଁ ହିଁ ଉଦ୍ଦିଷ୍ଟ। ସଦ୍ୟ ଓଡ଼ିଶା ‘ଦାନା’ ନାମକ ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହେଲା। କିନ୍ତୁ ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁଲା ସେ ସ୍ଥାନରେ ହେନ୍ତାଳ ବଣ ଥିବାରୁ କ୍ଷୟକ୍ଷତି ବିଶେଷ ଭାବରେ ହେଲାନାହିଁ ଏବଂ ଓଡ଼ିଶା ସୁରକ୍ଷିତ ରହିଲା। ଏହା ସତ୍ୟ ଯେ, ବିଶାଳ ବୃକ୍ଷ ତଥା ଜଙ୍ଗଲ ବିବିଧ ବିପର୍ଯ୍ୟୟରୁ ବିଶ୍ୱକୁ ରକ୍ଷାକରୁଛି। କିନ୍ତୁ ଭବିଷ୍ୟତରେ ଜଙ୍ଗଲ ଅଭାବରୁ ବିଶ୍ୱର ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ କରିବା ନିଶ୍ଚୟ କଷ୍ଟସାଧ୍ୟ ହେବ। ସିଂହ, ବାଘ ଭଳି ଦୁଇଟି ଜଙ୍ଗଲୀ ପ୍ରାଣୀ କେବଳ ଅଭୟାରଣ୍ୟକୁ ଛାଡି ଅନ୍ୟ ସ୍ଥାନରୁ ବିଲୁପ୍ତ ହୋଇଗଲେ। ସେହି ସମାନ ଅବସ୍ଥାରେ ହାତୀ ମଧ୍ୟ ବିଲୁପ୍ତ ହେବାକୁ ବସିଛି। ହରିଣ ଇତ୍ୟାଦି ଜୀବମାନେ ମାନବର ପାଶବିକ ଅତ୍ୟାଚାର ଏବଂ ଜିହ୍ବା ଲାଳସାରୁ ବଞ୍ଚିପାରୁ ନାହାନ୍ତି।
କାଠ ମାଫିଆ ଏବଂ ଖଣି ମାଫିଆ ଜଙ୍ଗଲକୁ ନିଜ ଅକ୍ତିଆରରେ ରଖିଲେଣି। ଏପଟେ ମାନବ ନିଜ କାର୍ଯ୍ୟରେ ବ୍ୟସ୍ତ। ବ୍ୟସ୍ତ ନ ହେବ କେମିତି, କେହି ଦି’ଓଳି ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛି ତ ଅନ୍ୟ କେହି ବିଭିନ୍ନ ଅସାଧୁ ଉପାୟରେ ସମ୍ପତ୍ତି ଏବଂ ପ୍ରତିପତ୍ତି ବୃଦ୍ଧିରେ ବ୍ୟସ୍ତ। ତେଣୁ ଜଳବାୟୁ କଥା ସମସ୍ତେ ବୁଝିବା ଅସମ୍ଭବ। ଆଉ କିଛି ଜଳବାୟୁ ସୁରକ୍ଷା ଚିନ୍ତନରେ ରହିଯାଉଛନ୍ତି, କିନ୍ତୁ କିଛି କରିବା ପାଇଁ ସମର୍ଥ ହେଉନାହାନ୍ତି। ଅନ୍ୟ କେହି ସପ୍ତାହରେ କିମ୍ବା ମାସରେ କିଛି ସମୟ ଜଳବାୟୁ ସୁରକ୍ଷା ପାଇଁ ଦେଇପାରୁଛନ୍ତି। ଅତି ଅଳ୍ପ ସଂଖ୍ୟକ ବ୍ୟକ୍ତି ଏବଂ ସଂସ୍ଥା ଜଳବାୟୁ ପାଇଁ ପୂର୍ଣ୍ଣ ସମର୍ପିତ। ତନ୍ମଧ୍ୟରୁ ଅର୍ଦ୍ଧାଧିକ ଆର୍ଥିକ ସ୍ବଚ୍ଛଳ ନୁହନ୍ତି। ଅନ୍ୟପଟେ ଜଳବାୟୁକୁ ନେଇ ସରକାରୀ ଯୋଜନା ବିଷୟ ନ କହିବା ଭଲ। ଏଭଳି ପରିସ୍ଥିତିରେ ଜଳବାୟୁ ସୁରକ୍ଷା ଏକ ପ୍ରଶ୍ନବାଚୀ ହୋଇ ଉଭା ହୋଇଛି। କିନ୍ତୁ ଏହି ପୃଥିବୀ ସେତେବେଳେ ସୁନ୍ଦର ହୋଇପାରିବ ଯେତେବେଳେ ଜଳବାୟୁ ସୁରକ୍ଷା ଏକ ପ୍ରଶ୍ନ ନ ହୋଇ ପ୍ରତିଟି ମାନବ ପାଖରେ ଉତ୍ତର ରୂପରେ ନିଜର କର୍ତ୍ତବ୍ୟରେ ଦେଖାଦେବ।
ଉପ ନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri