ଠିକଣା ବଦଳିବ

କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଶେଷରେ ପ୍ରଭାବୀ ଢଙ୍ଗରେ କାମ କରୁଛି। ପ୍ରମୁଖ ସରକାରୀ ମନ୍ତ୍ରଣାଳୟଗୁଡ଼ିକୁ ବ୍ୟୟବହୁଳ, ଆଧୁନିକ ତଥା ଉଚ୍ଚବୈଷୟିକ ସମ୍ପନ୍ନ କାର୍ଯ୍ୟାଳୟରେ ପରିଣତ କରିବା ସହ ନର୍ଥ ଓ ସାଉଥ୍‌ ବ୍ଲକ୍‌କୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଯାଉଛି ବୋଲି ଗୁଞ୍ଜରଣ ସୃଷ୍ଟି ହୋଇଛି। ସୂତ୍ରରୁ ଜଣାପଡ଼ିଛି, ପ୍ରଥମ ପର୍ଯ୍ୟାୟରେ ଏକ ଡଜନରୁ ଅଧିକ ମନ୍ତ୍ରଣାଳୟ ସହିତ ଅର୍ଥ ମନ୍ତ୍ରଣାଳୟ ନର୍ଥ ବ୍ଲକ୍‌ରୁ ନୂତନ ସାଧାରଣ କେନ୍ଦ୍ରୀୟ ସଚିବାଳୟ (ସିସିଏସ୍‌) କମ୍ପ୍ଲେକ୍ସକୁ ଯିବ। ମାର୍ଚ୍ଚ ୨୦୨୫ ସୁଦ୍ଧା ଧୀରେ ଧୀରେ ପରିବର୍ତ୍ତନ ହେବ, ଅର୍ଥାତ୍‌ ବାବୁମାନେ ସେମାନଙ୍କ ଫାଇଲଗୁଡ଼ିକୁ ତରବରିଆ ଭାବେ ପ୍ୟାକ୍‌ କରିବାକୁ ପଡ଼ିବ। ସମସ୍ତଙ୍କ ନଜର ଏହି କାର୍ଯ୍ୟ ଉପରେ ରହିଥିବାବେଳେ, ସେଠାରେ ଆଉ ଏକ ପ୍ରୋଜେକ୍ଟ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତାହା ହେଉଛି ଯୁଗେ ଯୁଗିନ ଭରତ ମ୍ୟୁଜିୟମ୍‌(ଓ୍ବାଇଓ୍ବାଇବିଏମ୍‌) । ଏହି ସଂଗ୍ରହାଳୟ ଐତିହ୍ୟ-ସମୃଦ୍ଧ ନର୍ଥ ଏବଂ ସାଉଥ୍‌ ବ୍ଲକ୍‌ରେ କରାଯିବାକୁ ସ୍ଥିର ହୋଇଛି। କିନ୍ତୁ ଏଥିରେ ଏକ ଅସୁବିଧା ଅଛି। ସଂଗ୍ରହାଳୟ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍କୃତି ମନ୍ତ୍ରଣାଳୟ ଏହି ବ୍ଲକ୍‌ଗୁଡ଼ିକର ହସ୍ତାନ୍ତରକୁ ଅପେକ୍ଷା କରିଛି, ଯାହା ୨୦୨୫ ମଧ୍ୟଭାଗରେ ହୋଇପାରିବ ବୋଲି ଆଶା କରାଯାଏ। କାରଣ, ଅକ୍ଟୋବର ୨୦୧୯ର ଏକ ଆକଳନ ଅନୁଯାୟୀ ମାର୍ଚ୍ଚ ୨୦୨୪ରେ ସିସିଏସ୍‌ ବିଲ୍ଡିଂ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହାର ସମୟସୀମା ଚାଲିଗଲାଣି ଓ ଶେଷ ହୋଇପାରୁନାହିଁ। ନିକଟରେ ଅନୁଷ୍ଠିତ ଏକ ବୈଠକରୁ ଜଣାପଡୁଛି ଯେ, ଅଧିକାରୀମାନେ ଏହି ଗତି ବଢ଼ାଇବାକୁ ଚେଷ୍ଟା କରିଛନ୍ତି। ତେବେ ସିସିଏସ୍‌ ବିଲ୍ଡିଂ ଜାନୁଆରୀରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ନର୍ଥ ଏବଂ ସାଉଥ୍‌ ବ୍ଲକ ହସ୍ତାନ୍ତର ପାଇଁ ଜୁନ୍‌ ୨୦୨୪ ଥିଲା ସମୟସୀମା। ୨୦୨୯ ନିର୍ବାଚନ ବର୍ଷକୁ ଦୃଷ୍ଟିରେ ରଖି ଏହି ସବୁ କାର୍ଯ୍ୟ ଖୁବ୍‌ଶୀଘ୍ର କରିବାକୁ ପଡ଼ିବ। ସେଥିପାଇଁ କେନ୍ଦ୍ର ଭିସ୍ତାର ରୂପାନ୍ତରଣ ଶେଷ କରିବାକୁ କେନ୍ଦ୍ର ଅଣ୍ଟା ଭିଡ଼ିଛି।
ଉତ୍ତରଦାୟିତ୍ୱର ଅଧିକାର
ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ଉପରେ ଅନୁଶାସନାମତ୍କ ବା ଶୃଙ୍ଖଳାଗତ ଅଧିକାରକୁ ନେଇ କେନ୍ଦ୍ରର ଏବକାର ଆଭିମୁଖ୍ୟ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହା କେନ୍ଦ୍ର-ରାଜ୍ୟ ଗତିଶୀଳତା ଉପରେ କିଛି ଗମ୍ଭୀର ପ୍ରଭାବ ପକାଇପାରେ। ନିଜ ନ୍ୟାୟିକ ସୀମା ମଧ୍ୟରେ କାର୍ଯ୍ୟରତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର କ୍ଷମତା ନାହିଁ ବୋଲି ନିକଟରେ କଲିକତା ହାଇକୋର୍ଟରେ କେନ୍ଦ୍ର ସ୍ପଷ୍ଟ କରିଛି। କୋଲକାତା ପୂର୍ବତନ ପୋଲିସ କମିଶନର ବିନିତ୍‌ ଗୋୟଲଙ୍କ ବିରୋଧରେ ହୋଇଥିବା ଏକ ପିଟିଶନର ଉତ୍ତରରେ ଏହି ବିବୃତି ଦିଆଯାଇଛି। ବିନିତ୍‌ ଏକ ଉଚ୍ଚ ପ୍ରୋଫାଇଲ ମାମଲାରେ ପୀଡ଼ିତଙ୍କ ନାମ ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା। ଗତ ମାସରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଚିଠି ଅନୁଯାୟୀ ଅତିରିକ୍ତ ସଲିସିଟର ଜେନେରାଲ ଖଣ୍ଡପୀଠକୁ ସୂଚନା ଦେଇଛନ୍ତି, କୌଣସି ଅସଦାଚରଣ ପାଇଁ ଆଇଏଏସ୍‌, ଆଇପିଏସ୍‌ କିମ୍ବା ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଉତ୍ତରଦାୟୀ କରିବାକୁ ରାଜ୍ୟଗୁଡ଼ିକର ଅଧିକାର ରହିଛି। ଏହି ସ୍ପଷ୍ଟୀକରଣ ବିଶେଷକରି କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଉତ୍ତରଦାୟିତ୍ୱକୁ ସୂଚିତ କରେ। ଏହି ସ୍ପଷ୍ଟୀକରଣକୁ ଦାୟିତ୍ୱ ହସ୍ତାନ୍ତର ଏକ ପଦକ୍ଷେପ ବୋଲି କେତେକେ ବିଚାର କରନ୍ତିି। କିନ୍ତୁ ଏହା କେବଳ ଜଣେ ଅଧିକାରୀ କିମ୍ବା ଗୋଟିଏ ମାମଲାର ବିଷୟ ନୁହେଁ। ଏହା ଏକ ବ୍ୟାପକ ଧାରାର ପ୍ରତିଫଳନ। ଏହି ନୂତନ ସ୍ଥିତିରେ ଅଧିକ ଦାୟିତ୍ୱ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଆମନ୍ତ୍ରଣ କରୁଥିବା ପରି ମନେହୁଏ। ସମ୍ଭବତଃ ସମଗ୍ର ଭାରତରେ ଲାଗୁ ହୋଇଥିବା ଅମଲାତାନ୍ତ୍ରିକ ଶୃଙ୍ଖଳାରେ ଥିବା ଏକ ବିଭାଜିତ ଦୃଷ୍ଟିକୋଣକୁ ଦେଖି ଏହା କରାଯାଉ ଥାଇପାରେ। ସତ କହିବାକୁ ଗଲେ, ଏହା ମଧ୍ୟ ରାଜ୍ୟଗୁଡ଼ିକ ପାଇଁ ଅଧିକ ରାଜନୈତିକ ସୁଯୋଗର ଦ୍ୱାର ଖୋଲିଥାଏ । କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ କ୍ଷମତା ବା ଅଧିକାର ଉପରେ ଏଭଳି ନାଟକ ଜାରି ରଖିବାରୁ ଗୋଟିଏ କଥା ନିଶ୍ଚିତ ଯେ, କେନ୍ଦ୍ର-ରାଜ୍ୟ ସମ୍ପର୍କର ମୂଳ ନିୟମ ସମ୍ପୂର୍ଣ୍ଣ ଭାବେ ପୁନଃ ଲିଖନ କରାଯାଉଛି । ଏହା ଅଧିକ ସହଯୋଗକୁ ପ୍ରତିପାଦିତ କରିବ ନା ଅଧିକ କଳହ ସୃଷ୍ଟି କରିବ ତାହା ଦେଖିବାକୁ ବାକି ରହିଲା।
ଆକସ୍ମିକ ଅପସାରଣ
ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ କ୍ରମେ ଜୁନ୍‌ ୨୦୨୧ ପରଠାରୁ ସମ୍ମାନଜନକ ପଦବୀରେ ଅବସ୍ଥାପିତ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅବସର ଗ୍ରହଣ କରିବାର ଏକ ମାସ ପୂର୍ବରୁ ହଠାତ୍‌ ଅଣଦେଖା କରାଯାଇଥିଲା। ପ୍ରକଳ୍ପ ବିଳମ୍ବ ଯୋଗୁ ତାଙ୍କୁ ଅପସାରଣ କରାଯାଇଥିବା ସରକାରୀ ଭାବେ ଦର୍ଶାଯାଇଥିଲା, କିନ୍ତୁ ଯେଉଁ ସମୟରେ ଏହି ଅମଲାତାନ୍ତ୍ରିକ ପରିବର୍ତ୍ତନ କରାଗଲା ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଅଧିକାରୀଙ୍କ ସହ ଅନ୍ୟ ନଅ ଜଣକୁ ପୁନଃନିଯୁକ୍ତ କରାଯାଇଥିବା ଦେଖିବାକୁ ମିଳିଲା। ତେବେ ଏଭଳିି ପରିବର୍ତ୍ତନ ପଛରେ ପ୍ରକୃତରେ କ’ଣ ରହିଛି ସେ ବିଷୟରେ କଳ୍ପନା ଜଳ୍ପନା ଲାଗିରହିଛି। କୌତୂହଳର ବିଷୟ ହେଉଛି, ମୁଖ୍ୟ ଅଧିକାରୀ ଯିଏ ଏହି ନିଷ୍ପତ୍ତି ଉପରେ ପ୍ରଭାବ ପକାଇ ପାରିଥାନ୍ତେ ସେ ଘଟଣା ଘଟିବା ଦିନ ଅନୁପସ୍ଥିତ ଥିଲେ । ଅନେକେ ବିଶ୍ୱାସ କରନ୍ତି ଯେ ଯଦି ଏହି ବ୍ୟକ୍ତି ସେଦିନ ସେଇଠି ଥାଆନ୍ତେ, ତେବେ ବୋଧହୁଏ ଫଳାଫଳ ଭିନ୍ନ ହୋଇଥାନ୍ତା । ଅବସର ପୂର୍ବରୁ ଅଧିକାରୀଙ୍କ ଆକସ୍ମିକ ଅପସାରଣ ସହିତ ତାଙ୍କର ଜଣେ ପ୍ରଭାବଶାଳୀ ସାଥୀଙ୍କ ଅନୁପସ୍ଥିତି ଏହି କାହାଣୀରେ ଆହୁରି କିଛି ଅଛି ବୋଲି ସୂଚିତ କରେ। ଅମଲାତନ୍ତ୍ର ପାଇଁ ସମୟ ଏବଂ ସମ୍ପର୍କ ବଡ଼ କଥା ନୁହେଁ ବରଂ ଏହା ଯୋଗ୍ୟତାକୁ ଗୁରୁତ୍ୱ ଦିଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri