ଜାତୀୟ ଶିକ୍ଷାନୀତିରେ ଉଚ୍ଚଶିକ୍ଷା

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟରେ ପାଠପଢ଼ା ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ହେଉଛି ଆମ ଦେଶରେ ତୃତୀୟ ଜାତୀୟ ଶିକ୍ଷାନୀତି, ଯାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ପୂର୍ବ ପ୍ରଚଳିତ ୧୯୮୬ ଶିକ୍ଷା ନୀତିର ଅବସାନ ଘଟିବ। ଏହି ନୀତି ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ସହାୟକ ହେବା ସହ ଏକବିଂଶ ଶତାବ୍ଦୀର ଜନ ଆକାଂକ୍ଷାକୁ ପ୍ରତିଫଳିତ କରିବ ବୋଲି ଅନେକେ ମତପୋଷଣ କରୁଛନ୍ତି। ନୂତନ ଶିକ୍ଷା ନୀତିରେ ଉଭୟ ପ୍ରାଥମିକ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ବିସ୍ତୃତ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଶିକ୍ଷା ବ୍ୟବସ୍ଥାରେ ଥିବା ବିଭିନ୍ନ ନିୟମାବଳୀର ସଂଶୋଧନ ଏବଂ ନବୀକରଣ କରାଯାଇଅଛି। ଏହି ନୀତିର ପ୍ରଥମ ସ୍ତମ୍ଭ ହେଉଛି ସର୍ବାଙ୍ଗୀନ ବିକାଶ ଏବଂ ବହୁମୁଖୀ ଶିକ୍ଷା। ପାଠ୍ୟକ୍ରମ ଏବଂ ଶିକ୍ଷା ଗ୍ରହଣର ଲକ୍ଷ୍ୟ କେବଳ ଜ୍ଞାନଗତ ବିକାଶର ବୃଦ୍ଧି ନୁହେଁ ବରଂ ଉତ୍ତମ ଚରିତ୍ର ଗଠନ ସହିତ ଏକବିଂଶ ଶତାବ୍ଦୀର ଉନ୍ନତ ଜ୍ଞାନକୌଶଳ ହାସଲ ସହିତ ଏକ ସୁଦୃଢ଼ ବ୍ୟକ୍ତିବିଶେଷ ତିଆରି କରିବା ଏହାର ଲକ୍ଷ୍ୟ। ଏହି ବ୍ୟବସ୍ଥାରେ ଅତ୍ୟାବଶ୍ୟକ ଶିକ୍ଷଣ, ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା, ଆଲୋଚନା-ଆଧାରିତ ଏବଂ ବିଶ୍ଳେଷଣ-ଆଧାରିତ ଶିକ୍ଷଣକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ କରାଯାଇଅଛି।
ଏହି ନୂତନ ବ୍ୟବସ୍ଥାରେ ସ୍ନାତକ ଡିଗ୍ରୀର ଅବଧି ତିନି ବା ଚାରି ବର୍ଷ ହେବ। ଏହି ଅବଧି ମଧ୍ୟରେ ଏକ କୋର୍ସରୁ ଅନ୍ୟ କୋର୍ସକୁ ପ୍ରସ୍ଥାନ କରିବାର ଏକାଧିକ ବିକଳ୍ପ ଉପାୟ ରହିବ ଏବଂ ସେମାନଙ୍କୁ ସେହି ଅନୁରୂପ ସାର୍ଟିଫିକେଟ ପ୍ରଦାନ କରିବାର ପ୍ରାବଧାନ ରହିଛି। ଅର୍ଥାତ ନୂତନ ବ୍ୟବସ୍ଥାରେ ଛାତ୍ରୀଛାତ୍ରମାନଙ୍କୁ ମୁକ୍ତ ଭାବେ ବିଷୟ ଚୟନ କରିବାରେ ସୁଯୋଗ ପ୍ରଦାନ କରାଯାଇଛି। ଯଦି ଜଣେ ଛାତ୍ର ସମ୍ପୂର୍ଣ୍ଣ ଚାରି ବର୍ଷ ସମାପ୍ତ କରେ ତେବେ ସେ କୌଣସି ବିଷୟରେ ସମ୍ମାନ ବା ଗବେଷଣା ସହିତ ସମ୍ମାନ ରଖି ସ୍ନାତକ ଡିଗ୍ରୀ ହାସଲ କରିପାରିବ। ଅର୍ଥାତ ଗବେଷଣା ସହିତ ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିବାକୁ ହେଲେ ଜଣେ ଛାତ୍ରକୁ ପ୍ରଥମ ଛଅ ଗୋଟି ସେମିଷ୍ଟର ପରୀକ୍ଷାରେ ୭୫% ରୁ ଅଧିକ ନମ୍ବର ହାସଲ କରିବା ସହ ତା’ର ଚତୁର୍ଥ ବର୍ଷରେ ଗବେଷଣାତ୍ମକ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ। ଯଦି କେହି ତିନି ବର୍ଷର ଶିକ୍ଷା ଗ୍ରହଣ ପରେ ବିଶ୍ୱବିଦ୍ୟାଳୟ ପ୍ରସ୍ଥାନ କରିବାକୁ ଚାହେଁ ତେବେ ସେହି କ୍ଷେତ୍ରରେ ତାକୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ। ୩ ବର୍ଷିଆ ସ୍ନାତକ ଡିଗ୍ରୀ କରିଥିବା ଛାତ୍ରମାନଙ୍କ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମର ଅବଧି ୨ ବର୍ଷ ରହିବ, ଯେଉଁଠି ଦ୍ୱିତୀୟ ବର୍ଷଟି ଗବେଷଣାଭିତ୍ତିକ ହେବ। ୪ ବର୍ଷିଆ ସ୍ନାତକ କରିଥିବା ଛାତ୍ରଙ୍କ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମର ଅବଧି ୧ ବର୍ଷ ରହିବ। ପିଏଚ.ଡି. ପାଠ୍ୟକ୍ରମରେ ଭର୍ତ୍ତି ହେବା ପାଇଁ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ଗବେଷଣା ସହିତ ସମ୍ମାନରେ ୪ ବର୍ଷିଆ ସ୍ନାତକ କରିଥିବା ଡିଗ୍ରୀର ଆବଶ୍ୟକତା ରହିଛି ବୋଲି କୁହାଯାଇଅଛି। ଅର୍ଥାତ ଏହି ବ୍ୟବସ୍ଥାରେ ସ୍ନାତକ ସ୍ତରରୁ ଗବେଷଣାକୁ ଗୁରୁତ୍ୱ ପ୍ରଦାନ ସହିତ ବହୁମୁଖୀ ବିଷୟର ଶିକ୍ଷାକୁ ଯଥେଷ୍ଟପ୍ରୋଧାନ୍ୟ ଦିଆଯାଇଛି। ମାତ୍ର ଆମ ଦେଶରେ ମହାବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟଗଡ଼ିକରେ ଗବେଷଣାର ମାନ ଅତ୍ୟନ୍ତ ଦୁର୍ବଳ। ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବାରୁ ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସ ଅନୁଯାୟୀ ଭାରତରେ ଗବେଷଣା କ୍ଷେତ୍ରକୁ ଏକ ନୂତନ ରଣନୀତିକ ଦିଗ ପ୍ରଦାନ କରିବାକୁ ଅନୁସନ୍ଧାନ ନ୍ୟାଶନାଲ ରିସର୍ଚ୍ଚ ଫାଉଣ୍ଡେଶନ ପ୍ରତିଷ୍ଠା କରାଯାଇଅଛି। ଏହା ଆମ ଦେଶରେ ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ସହିତ ଗବେଷଣା କ୍ଷେତ୍ରକୁ ଅଧିକ ପ୍ରଭାବୀ କରିପାରିବ।
ଏହି ବ୍ୟବସ୍ଥାରେ ବିଷୟଗୁଡ଼ିକୁ ମେଜର (ମୁଖ୍ୟ ବିଷୟ), ମାଇନର (ସହଯୋଗୀ ବିଷୟ), ମଲ୍ଟି ଡିସିପ୍ଲିନାରୀ (ବହୁମୁଖୀ ବିଷୟ), ସ୍କିଲ୍‌ ଏନହାନ୍ସମେଣ୍ଟ (ଦକ୍ଷତା ବୃଦ୍ଧି), ଆବିଲିଟି ଏନହାନ୍ସମେଣ୍ଟ (ବାଧ୍ୟତାମୂଳକ ବିଷୟ), ମୂଲ୍ୟବୋଧ ଯୋଗରେ ବିଭକ୍ତ କରାଯାଇଛି। ଜଣେ ଛାତ୍ରକୁ ଚାରି ବର୍ଷିଆ ସ୍ନାତକ ଗବେଷଣା ସହିତ ସମ୍ମାନରେ ହାସଲ କରିବାକୁ ହେଲେ ସମୁଦାୟ ସର୍ବନିମ୍ନ ୧୬୦ କ୍ରେଡିଟ ହାସଲ କରିବା ପାଇଁ ପଡ଼ିବ। ଅର୍ଥାତ ମୁଖ୍ୟ ବିଷୟରେ ୮୦, ସହଯୋଗୀ ବିଷୟରେ ୩୨, ବହୁମୁଖୀ ବିଷୟରେ ୯, ଦକ୍ଷତା ବୃଦ୍ଧିରେ ୯, ବାଧ୍ୟତାମୂଳକ ବିଷୟରେ ୮, ଇଣ୍ଟର୍ନଶିପରେ ୪, ମୂଲ୍ୟବୋଧ ଯୋଗ ବିଷୟରେ ୬, ଗବେଷଣାତ୍ମକ ପ୍ରକଳ୍ପରେ ୧୨ କ୍ରେଡିଟ ହାସଲ କରିବାକୁ ପଡ଼ିବ। ଏହିଭଳି ୩ ବର୍ଷିଆ ସ୍ନାତକ ପ୍ରାପ୍ତ କରିବାକୁ ହେଲେ ସମୁଦାୟ ସର୍ବନିମ୍ନ ୧୨୦ କ୍ରେଡିଟ ହାସଲ କରିବା ପାଇଁ ପଡ଼ିବ। ଏହି ବ୍ୟବସ୍ଥାରେ ଏକ କ୍ରେଡିଟର ଅର୍ଥ ହେଉଛି ଏକ ୟୁନିଟ୍‌, ଯାହାଦ୍ୱାରା ଶିକ୍ଷାଦାନ ସମୟ ମାପ କରାଯାଇ ଥାଏ। ଏକ ସେମିଷ୍ଟରରେ ୩ କ୍ରେଡିଟ ପାଠ୍ୟକ୍ରମର ଅର୍ଥ ହେଉଛି ସପ୍ତାହରେ ୩ ଘଣ୍ଟା ଶିକ୍ଷାଦାନ ସମୟ। କିନ୍ତୁ ପ୍ରାକ୍‌ଟିକାଲ ବା ଗବେଷଣା ପ୍ରକଳ୍ପ ଭଳି ଅନ୍ୟ ବିଷୟରେ ଏକ ସେମିଷ୍ଟରରେ ୨ କ୍ରେଡିଟ ଲେକ୍ଚର୍‌ ପାଠ୍ୟକ୍ରମର ଅର୍ଥ ହେଉଛି ସପ୍ତାହରେ ୪ ଘଣ୍ଟା ଅଧ୍ୟାପନା। ଏହି ବ୍ୟବସ୍ଥାରେ ଏକ ଏକାଡେମିକ ବ୍ୟାଙ୍କ ଅଫ୍‌ କ୍ରେଡିଟ ପ୍ରତିଷ୍ଠା କରାଯାଇଛି ଯାହା ବିଭିନ୍ନ ସ୍ବୀକୃତିପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରୁ ଅର୍ଜିତ ଏକାଡେମିକ କ୍ରେଡିଟକୁ ଡିଜିଟାଲ ଗଚ୍ଛିତ କରିପାରିବ, ଯାହା ଫଳରେ ଏହି ପ୍ରାପ୍ତ କ୍ରେଡିଟକୁ ଆଧାର କରି ଶିକ୍ଷାନୁଷ୍ଠାନଗୁଡ଼ିକ ଡିଗ୍ରୀ ପ୍ରଦାନ କରିପାରିବେ। ଏହି ବ୍ୟବସ୍ଥାରେ କାରିଗରି ବିଦ୍ୟା ବା ଧନ୍ଦାମୂଳକ ଶିକ୍ଷାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ଜଣେ ଛାତ୍ର କୌଣସି ବିଷୟରେ ଭର୍ତ୍ତି ହେବାପରେ ଯଦି ସ୍ନାତକ ଶିକ୍ଷା ହାସଲ କରିବାକୁ ଆଗ୍ରହୀ ହୁଏ ନାହିଁ ତେବେ ଏକ ବର୍ଷ ବା ଦୁଇ ବର୍ଷର ଶିକ୍ଷା ସମାପ୍ତ କରିବା ପରେ କୌଣସି କାରିଗରି ବିଦ୍ୟାରେ କୁଶଳତା ହାସଲ କରି ସେହି ଅନୁସାରେ ଶିକ୍ଷାନୁଷ୍ଠାନ ପ୍ରସ୍ଥାନ କରିବାର ପ୍ରାବଧାନ ମଧ୍ୟ ରହିଛି। ଏହି ବ୍ୟବସ୍ଥାରେ ଯଦି ଜଣେ ଛାତ୍ର ୨ ବର୍ଷ ଅଧ୍ୟୟନ କରିବା ପରେ ଶିକ୍ଷାନୁଷ୍ଠାନ ଛାଡ଼ିବା ପାଇଁ ମନେ କରେ ତେବେ ସେହି ଛାତ୍ରକୁ ସମୁଦାୟ ୪୪ କ୍ରେଡିଟ ହାସଲ କରିବା ପାଇଁ ପଡ଼ିବ। ନିଜକୁ କୁଶଳୀ କରି ଜୀବିକା ନିର୍ବାହ କରିବା ପାଇଁ ଚତୁର୍ଥ ସେମିଷ୍ଟରର ଖରା ଛୁଟିରେ ବାଧ୍ୟତାମୂଳକ ଭାବେ କୌଣସି କାରିଗରି ବିଦ୍ୟା ବା ଧନ୍ଦାମୂଳକ ଶିକ୍ଷା (ଇଲେକ୍ଟ୍ରିସିଆନ, ଫିଟର) ରେ ୪ କ୍ରେଡିଟ ମାର୍କ ହାସଲ କରିବା ପାଇଁ ପଡ଼ିବ। ୧ ବା ୨ ବର୍ଷ ପରେ ପାଠ ଛାଡ଼ିଥିବା ବିଦ୍ୟାର୍ଥୀ ପରବର୍ତ୍ତୀ ସମୟରେ ପାଠପଢ଼ିବା ପାଇଁ କୌଣସି ଶିକ୍ଷାନୁଷ୍ଠାନରେ ଭର୍ତ୍ତି ହୋଇପାରିବ ଏବଂ ସାତ ବର୍ଷ ଭିତରେ ଏହି ସ୍ନାତକ ଶିକ୍ଷାକୁ ସମାପ୍ତ କରିବାର ସୁଯୋଗ ପାଇପାରିବ।
ବାସ୍ତବରେ ଏହି ଶିକ୍ଷାନୀତି ଠିକ୍‌ କାର୍ଯ୍ୟକାରୀ ହୋଇପାରିଲେ ଓଡ଼ିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥା ଅଧିକ ଗୁଣାତ୍ମକ, ଗବେଷଣା ଆଧାରିତ, ସ୍ବାୟତ୍ତ ଓ ହୋଇପାରିବ ବୋଲି ଆଶା। ମାତ୍ର ଆମ ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଗବେଷଣା ପାଇଁ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଓ ଶିକ୍ଷକ ପଦବୀର ଶୂନ୍ୟସ୍ଥାନ ସହିତ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବାରୁ ଏହା କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ତାହା ଏକ ଚିନ୍ତାର ବିଷୟ।
ସହକାରୀ ପ୍ରାଧ୍ୟାପକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକ
ମୋ: ୭୮୯୦୫୬୧୭୯୮


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri