Home Left

ସର୍ଫରାଜ ଖାନ୍‌ଙ୍କ ଅଧିନାୟକତ଼୍ବରେ ଖେଳିବେ ଶ୍ରେୟାସ ଆୟାର ଏବଂ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ, ୧୪।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ ନାହିଁ । ଏହି କାରଣରୁ ଟିମ୍‌ର ସମସ୍ତ ବରିଷ୍ଠ ଖେଳାଳି ଘରୋଇ ମ୍ୟାଚ୍‌ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି…

ବଙ୍ଗୀୟ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ସାତବେଣ୍ଟିଆ କଲେ ଓଡ଼ିଶାଲୋକ

ପାରାଦୀପ,୧୪।୮(ଶରତ ରାଉତ): ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ବାଲିଡିଆ ଗ୍ରାମରେ ଗାଁ ମନ୍ଦିର ପୂଜାସାମଗ୍ରୀ ଚୋରି ଘଟଣାକୁ ନେଇ ମଙ୍ଗଳବାର ବିବାଦ ହୋଇଛି। ଜଣେ ବଙ୍ଗୀୟ ଲୋକ ଏଭଳି ଚୋରି କରୁଥିବା ଗାଁ ଲୋକେ ଜାଣିବା ପରେ ତାଙ୍କୁ ସାତବେଣ୍ଟିଆ କରି…

ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା

ଯାଜପୁରରୋଡ଼,୧୪।୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ସ୍ଥାନରେ ଏମାନେ କବାଡ଼ିଆ ଓ ଫେରିବାଲା ଆଳରେ ସରକାରୀ ଜାଗାରେ ଜବରଦଖଲ କରି ବସତି ସ୍ଥାପନ କରିଛନ୍ତି। ବିଶେଷ କରି ବ୍ୟାସନଗର ସହର ଏବଂ…

ବାଂଲାଦେଶରୁ ଫେରି ଲୋମଟାଙ୍କୁରା କଥା କହିଲେ ଓଡ଼ିଆ ପୁଅ

ଧରାକୋଟ,୧୪।୮ (ବିଷ୍ଣୁକେଶରୀ ଆଚାର୍ଯ୍ୟ):ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଗତ ଆରମ୍ଭ ହେଇଥିବା ହିଂସା ଥମିବାର ନାଁ ନେଉନାହିଁ। ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ନିର୍ଯାତନା, ଆକ୍ରମଣ ଓ ହତ୍ୟା ପରି ଘଟଣା ବଢ଼ିଚାଲିଛି। ବାଂଲାଦେଶରେ ଥିବା ଭାରତୀୟ ହିନ୍ଦୁମାନେ ଭୟ ଓ…

ନୀରଜ ଚୋପ୍ରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମନୁ ଭାକର, ଫ୍ୟୁଚର ପ୍ଲାନିଙ୍ଗ୍‌ ବିଷୟରେ କହିଲେ…

ନୂଆଦିଲ୍ଲୀ,୧୪।୮: ମନୁ ଭାକର ଏବଂ ନୀରଜ ଚୋପ୍ରାଙ୍କ ଗୁଜବକୁ ଷ୍ଟାର୍‌ ଶୁଟର ଶେଷ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଥିବା ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ବାର୍ତ୍ତାଳାପର ଭିଡିଓ ପ୍ରକାଶ ପାଇବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଡା: ଆଉ ନିର୍ବାଚନ ଲଢିବେନି

ଟୋକିଓ,୧୪।୮: ଜାପାନର ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଫୁମିଓ କିଶିଡା କହିଛନ୍ତି, ସେ ସେପ୍ଟେମ୍ବରରେ ଇସ୍ତଫା ଦେବେ। ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବ। ସେପ୍ଟେମ୍ବରରେ ହେବାକୁ ଥିବା ଦଳର ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମନା…

ଭୟରେ ଓଡ଼ିଶାରେ ରହୁଥିବା ବାଂଲାଦେଶୀ, ରାତାରାତି ଛାଡ଼ୁଛନ୍ତି…

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ପାଟଣା(ବୀରକିଶୋର ଦାଶ), ୧୪।୮: ବାଂଲାଦେଶରେ ହିଂସା ଏବଂ ସେଠାରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣା ପରେ କେନ୍ଦୁଝର ଜିଲାରେ ବାହାରୁ ଆସି ବିଭିନ୍ନ କାମ, ବ୍ୟବସାୟ କରୁଥିବା ବଙ୍ଗାଳିଙ୍କ ଉପରେ ଆକ୍ରମଣ ବଢ଼ୁଛି। ଏ ନେଇ…

ରାସ୍ତା ମଝିରେ ଭାଜପା ନେତାଙ୍କୁ ହତ୍ୟା

ପାଟନା,୧୪।୮: ବିହାରରେ ରାଜଧାନୀ ପାଟନାରେ ଭାଜପା ନେତାଙ୍କୁ ହତ୍ୟା କରାଯାଇଛି। ଦୁଗ୍ଧ ବୁଥ ଅପରେଟର ତାଙ୍କୁ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆଲାମଗଞ୍ଜ ପୋଲିସ ଷ୍ଟେଶନ ପରିସରର ବଜରଙ୍ଗପୁରୀ କେନାଲ ନିକଟ…

ଘର୍‌ ଘର୍‌ ତ୍ରିରଙ୍ଗା

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛ। ଏହି କ୍ରମରେ ବରଗଡ଼ ଜିଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଗାନ୍ଧୀଛକରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା।…

ଏମିତି କ‘ଣ ହେଲା? ରାତାରାତି ଗାଇସିଲେଟରୁ ପଳେଇଲେ ବାଂଲାଦେଶୀ

ଗାଇସିଲେଟ,୧୪।୮(ଦୁର୍ଗାପ୍ରସାଦ ତ୍ରିବେଦୀ): ଗାଇସିଲେଟ ଅଞ୍ଚଳରେ ୪୦୦ରୁ ଅଧିକ ବାଙ୍ଗଲାଦେଶୀ (ରୋହିଙ୍ଗ୍ୟା) ଦୀର୍ଘବର୍ଷ ଧରି ରାଜମିସ୍ତ୍ରୀ ଭାବେ କାମ କରିଆସୁଛନ୍ତି। ନିକଟରେ ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାର ପ୍ରତିବାଦରେ ଓ କାୟାବିସ୍ତାର କରିବା ଆଶଙ୍କାରେ ଗାଇସିଲେଟ ସଚେତନ ନାଗରିକ ୟୁଥ କ୍ଲବ…

ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ବରଗଡ଼ରେ ରହିଥିବା ବାଙ୍ଗଲାଦେଶୀମାନଙ୍କୁ ବାହାର କରିବାକୁ…

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଛି। ସେଠାରେ ରହିଥିବା ହିନ୍ଦୁମାନଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏହି ଦାବି ନେଇ ମଙ୍ଗଳବାର ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ବରଗଡ଼ ଜିଲା…

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି: ଆଗରେ ରହିଛି ଏହି ଆଇପିଏସ୍‌ଙ୍କ ନାଁ

ନୂଆଦିଲ୍ଲୀ, ୧୪।୮: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) କିଏ ହେବେ ତାହାକୁ ନେଇ କସରତ ଆରମ୍ଭ ହୋଇଯାରଇଛି। ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ୱାଇବି ଖୁରାନିଆ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଖୁରାନିଆଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri