Home Left

ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ ଯୋଜନା ରହିଛି: ଆଇନ ମନ୍ତ୍ରୀ

ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ ଯୋଜନା ରହିଛି: ଆଇନ ମନ୍ତ୍ରୀ ପୁରୀ,୧୭।୮: ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲିବାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ସୂଚନା ଦେଇଛନ୍ତି। ଏପରିକି ଶ୍ରୀମନ୍ଦିର ନୀତିକାନ୍ତି, ବ୍ୟବସ୍ଥାବଳୀ ଏବଂ ଜଗନ୍ନାଥ…

ଲେବାନନ୍‌ ଉପରେ ଇସ୍ରାଏଲ୍‌ର ସବୁଠୁ ବଡ଼ ଆକ୍ରମଣ

ବେରୁଟ୍‌,୧୭ା୮: ଲେବାନନ୍‌ର ଦକ୍ଷିଣ ଭାଗରେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୨ ଶିଶୁ ରହିଛନ୍ତି। ଏହି ଏୟାରଷ୍ଟ୍ରାଇକ୍‌ରେ ଅନ୍ୟ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଜ୍ରପାତରେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ସହାୟତା

ଭୁବନେଶ୍ବର,୧୭।୮: ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ…

ଗୁଲାମ ନବୀ ଆଜାଦଙ୍କୁ ବଡ଼ ଝଟ୍‌କା, ନିର୍ବାଚନ ଘୋଷଣା ହେଉ ହେଉ ଦଳ ଛାଡିଲେ ବରିଷ୍ଠ ନେତା, ଏହି ଦଳରେ ହେବେ ସାମିଲ

ଶ୍ରୀନଗର,୧୭।୮: ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ହରିୟାଣା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ତେବେ ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ହଲଚଲ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ…

ନିର୍ବାଚନ ସରିବା ପରେ ପୁଣି ଆନ୍ଧ୍ର ନଜରରେ କୋଟିଆ, ବୁଲୁଛନ୍ତି ଟିଡିପ କର୍ମଚାରୀ

ପଟ୍ଟାଙ୍ଗି,୧୭ା୮(ଶରତ ଧଳ): କିଛି ଦିନର ନୀରବତା ପରେ ପୁଣି ଆନ୍ଧ୍ର ଓଡ଼ିଶା ସୀମାନ୍ତ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରିଛି। ନିର୍ବାଚନ ସରିବାର ୩ ମାସ ପରେ ଆନ୍ଧ୍ରରେ ନିର୍ବାଚିତ ନୂତନ ସରକାର ଟିଡିପିର କର୍ମଚାରୀମାନେ କୋଟିଆ…

ବନ୍ୟାଜଳରେ ଧୋଇଗଲା ପୋଲ

କୋକସରା,୧୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଓ ବରାଡ଼ଙ୍ଗା ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ରହିଛି ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ। ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ଆମପାଣି ପଞ୍ଚାୟତର ଟର୍ଲିଆମ ଓ ବରାଡ଼ଙ୍ଗା ପଞ୍ଚାୟତର ଗାଈବନ୍ଧା,…

ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୯ ଓଏଏସଙ୍କୁ ବଦଳି

ଭୁବନେଶ୍ୱର,୧୭।୮: OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୨୯ ଜଣ ଓଏଏସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ବ ବିଭାଗରେ ଏହି ବଡ଼ ଧରଣର ଅଦଳବଦଳ…

କଳା ବ୍ୟାଜ ବାନ୍ଧି ଡାକ୍ତରଙ୍କ ପ୍ରତିବାଦ

ରାଇକିଆ,୧୭।୮(ପ୍ରଦୀପ ବେହେରା): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଲକାତା ଆର୍‌.ଜି କର ମେଡିକାଲ କଲେଜରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ…

ଡବ୍ଲୁଓଡିସି ଅଧ୍ୟକ୍ଷ ପଦରୁ ଅସିତ ତ୍ରିପାଠୀଙ୍କ ଇସ୍ତଫା

ଭୁବନେଶ୍ୱର,୧୭।୮: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅସିତ ତ୍ରିପାଠୀ । ସେ ୨୦୨୦ରୁ ଏହି ଦାୟିତ୍ୱରେ ଥିଲେ । ହେଲେ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା…

ରାଖିପୂର୍ଣ୍ଣିମାରେ ବିରଳ ଘଟଣା, ବଦଳିଯିବ ଜହ୍ନ

ନୂଆଦିଲ୍ଲୀ,୧୭।୮:ରାଖିପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ। ମହାକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କାରଣ ଅଗଷ୍ଟ ୧୯ରେ ଆକାଶରେ ଜହ୍ନ ବଦଳିଯିବ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ…

କାଳ ସାଜିଲା ବଜ୍ରପାତ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏପରିକି ବଜ୍ରପାତରେ ୮ଗାଈଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା…

ଜେଲ୍‌ରେ ରହିବି ପଛେ ସ୍ତ୍ରୀଙ୍କ ପାଖକୁ ଯିବିନି, ନିଖୋଜ ସ୍ବାମୀଙ୍କ ଅଜବ କଥା ଶୁଣି ପୋଲିସ ତାଜୁବ

ବେଙ୍ଗାଲୁରୁ,୧୭।୮: ଅଗଷ୍ଟ ୪ରେ ନିଖୋଜ ହୋଇ ଯାଇଥିଲେ। ଅଗଷ୍ଟ ୧୫ରେ ମିଳିଲା ପତ୍ତା। ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜି ପାଇଲା। ହେଲେ ଅପହରଣ ପରେ ବ୍ୟକ୍ତିଙ୍କ ଠାରୁ କିଛି ଏପରି ଶୁଣିବାକୁ ମିଳିଲା ଯାହାକୁ ଶୁଣି ଖୋଦ୍‌ ପୋଲିସ ତାଜୁବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri