Posted inଜାତୀୟ

ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼ ବିରୋଧ କରିବା ସହ କୂଟନୈତିକ ଚ୍ୟାନେଲ ଜରିଆରେ ବେଜିଂ ନିକଟରେ ପ୍ରତିବାଦ ଜଣାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି।

ଉତ୍ତରପଶ୍ଚିମ ଚାଇନାର ଜିନ୍‌ଜିଆଙ୍ଗ ଉଇଗୁର ସ୍ବୟଂଶାସିତ ଅଞ୍ଚଳ ସରକାର ଦୁଇଟି ନୂଆ ହେଆନ୍‌ କାଉଣ୍ଟି ଏବଂ ହେକାଙ୍ଗ କାଉଣ୍ଟି ନିର୍ମାଣ କରିଥିବା ଗତ ୨୭ ତାରିଖରେ ଘୋଷଣା କରିଥିଲେ। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନାର କେନ୍ଦ୍ରୀୟ କମିଟି ଏବଂ ରାଜ୍ୟ ପରିଷଦ ନୂଆ କାଉଣ୍ଟିଗୁଡ଼ିକୁ ଅନୁମୋଦନ କରିଛି।

ତଥାକଥିତ କାଉଣ୍ଟିର କେତେକ ଅଂଶ ଲଦାଖ ମଧ୍ୟରେ ଆସୁଥିବାରୁ ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନାର ବେଆଇନ ଦଖଲକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। କାଉଣ୍ଟି ନିର୍ମାଣ ଦ୍ୱାରା ଏହି କ୍ଷେତ୍ର ଉପରେ ଭାରତର ସାର୍ବଭୌମତ୍ୱ ସମ୍ବନ୍ଧୀୟ ଦୀର୍ଘକାଳୀନ ତଥା ସୁସଙ୍ଗତ ସ୍ଥିତି ଉପରେ ନା କୌଣସି ପ୍ରଭାବ ପଡ଼ିବ ନା ଏଥିରୁ ଚାଇନାକୁ ବେଆଇନ ଏବଂ ବଳପୂର୍ବକ କବ୍‌ଜା କରିବାର ବୈଧତା ମିଳିବ। କୂଟନୈତିକ ଚ୍ୟାନେଲ ଜରିଆରେ ଆମେ ଚାଇନା ନିକଟରେ ପ୍ରତିବାଦ ଜଣାଇଛୁ ବୋଲି ଜୟସ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

Pakistan: ପାକିସ୍ତାନରେ କାହା ପାଖରେ ଅଛି ପରମାଣୁ ଅସ୍ତ୍ରର ରିମୋଟ୍‌? ନାଁ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ଘରଡିହ, ସ୍ଥାୟୀ ପଟ୍ଟା ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୯ା୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ବସବାସ କରୁଥିବା ଭୂମିହୀନଙ୍କୁ ଘରଡିହ, ଦଖଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡାକଡି...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

ନାଳ ଭିତରକୁ ପଶିଗଲା ଲକ୍ଷ୍ମୀ ବସ୍‌

ଜୟପୁର,୨୯।୪(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକ ଗଡପଦର ନିକଟରେ ମଙ୍ଗଳବାର ଏକ ଲକ୍ଷ୍ମୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ୍‌ ଗାଡି ଚାଳକଙ୍କ ସ୍ବାସ୍ଥ୍ୟ ଖରାପ...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାହାଡାଗୁଡ଼ା ଗ୍ରାମ ବୁଲାଣି ରାସ୍ତାକଡରୁ ମଙ୍ଗଳବାର ସକାଳେ ପାଟପୁର ପୋଲିସ ଜଣେ ଯୁବକଙ୍କ...

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଭାରତର ବଡ଼ ଆକ୍ସନ! ଦେଉଥିଲେ ପରମାଣୁ ବୋମାର ଧମକ

ନୂଆଦିଲ୍ଲୀ,୨୯।୪: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri