୮ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
ଭୁବନେଶ୍ୱର,୭ା୫: ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାl ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା…
ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ
ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ। ଫଳରେ ଟ୍ରେନ୍ର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା…
ବୃଦ୍ଧାଙ୍କୁ କଚାଡ଼ି ମାରିଦେଲେ, ବନ୍ଧାହେଲେ ନାତୁଣୀ- ନାତୁଣୀ ଜ୍ୱାଇଁ
କେନ୍ଦୁଝର,୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ମୁଣ୍ଡା ସାହିରେ ଜଣେ ବୃଦ୍ଧାକୁ ହତ୍ୟା କରିବା ଘଟଣାରେ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କର ନାମ ଦୁଲା…
ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ମତ୍ସ୍ୟ ବିଭାଗ ଅଧୀନରେ ହୁମା ଶୁଖୁଆ ହାଟ
ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଦୁଇ ସପ୍ତାହ ଧରି ପଞ୍ଚାୟତ ଜନପ୍ରତିନିଧି ଓ ପଞ୍ଚୁଦୋଳ ଯାତ୍ରା ପରିଚାଳନା କମିଟି ମଧ୍ୟରେ ଲାଗି ରହିଥିବା ବିବାଦ ବୁଧବାର ସମାଧାନ ହୋଇଛି। ଏସିଆ ମହାଦେଶର ସର୍ବ ବୃହତ ପ୍ରସିଦ୍ଧ ହୁମା ଶୁଖୁଆ ହାଟ ମତ୍ସ୍ୟ ବିଭାଗ ଅଧୀନକୁ…
ଶ୍ୱଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲେ ଜ୍ୱାଇଁ
ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି ଶ୍ୱଶୁର ଘର ଗାଁକୁ ଆସିଥିବା ଜଣେ ୨୩ ବର୍ଷୀୟ ଜ୍ୱାଇଁ ବିଲ ମଝିରେ ଥିବା ନିମ୍ବ ଗଛରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ…
ସୀମାରେ ଗୁଳି ବିନିମୟ: ୨୬ ମାଓବାଦୀ ନିହତ
ମାଲକାନଗିରି,୭ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳ କେରାଗୁଟା ଜଙ୍ଗଲରେ ଆଜକୁ ୧୬ ଦିନ ଧରି ସିଆର୍ପିଏଫ୍, ଡିଆରଜି, ଏସ୍.ଟି.ଏଫ୍. ଯବାନମାନେ ଅପରେଶନ ଜାରି ରହିଛି। ତେବେ କେରାଗୁଟା ଜଙ୍ଗଲରେ ଏକ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ…
ରାତି ପାହିଥିଲେ ପଡ଼ିଥାନ୍ତା ହାତଗଣ୍ଠି, ପହଞ୍ଚିଗଲା ପ୍ରଶାସନ, ଆଉ ତା’ ପରେ…
ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ସ୍ଥାନୀୟ ପ୍ରଶାସନ ବୁଧବାର ବନ୍ଦ କରିଥିବା ଜଣାପଡ଼ିଛି। ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକାଙ୍କର…
କଠୋର ହେଲା ବନ୍ୟପ୍ରାଣୀ ଆଇନ: ଏଣିକି ଲେଖା ହେବ କେସ ଡାଏରୀ
ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ବୁଧବାର ତମାମ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ଆଇନ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। କର୍ମଚାରୀମାନେ ମାମଲାଗୁଡ଼ିକୁ କିଭଳି ପରିଚାଳନା କରିବେ ଶିବିରର ମୂଳ…
ଏଟିଏମ୍ କାର୍ଡ ଲୁଟ୍ ଘଟଣା: ପଶ୍ଚିମବଙ୍ଗର ୩ ଲୁଟେରା ଗିରଫ
ଖୋର୍ଦ୍ଧା,୭ା୫(ପ୍ରଭାତ ପାଣିଗ୍ରାହୀ): ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧ ବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟରରେ ତୀକ୍ଷଣ ନଜର ରଖି…
ଚର୍ଚ୍ଚାରେ ମେଟ୍ ଗାଲା ୨୦୨୫ର ନୀଳ ଫୁଲମୟ କାର୍ପେଟ: ପ୍ରସ୍ତୁତ କରିଛି କେରଳର ଏହି ଫାର୍ମ
ନୂଆଦିଲ୍ଲୀ, ୭।୫: ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଫ୍ୟାଶନ ଇଭେଣ୍ଟ ମେଟ୍ ଗାଲା ୨୦୨୫ ରେ କେରଳର ଏକ ଛୋଟ ସଂସ୍ଥା ନେୟ୍ଟ୍ ବାଇ ଏକ୍ସଟ୍ରାଓ୍ୱେଭ୍ ପୁଣି ଥରେ ସମସ୍ତଙ୍କ ନଜର ଆକର୍ଷଣ କରିଛି। ଚଳିତ ବର୍ଷ ମେଟ୍ ଗାଲାରେ ମେଟ୍ରୋପଲିଟାନ ମ୍ୟୁଜିୟମ୍…
କେସିଙ୍ଗା ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ଦେବାକୁ ଚିଠି
କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ପାଇଁ ସହରର ସିଟିଜେନ ଫୋରମର ସଭାପତି ଡା. ହେମରାଜ ସାହା ମଙ୍ଗଳବାର ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ଏବଂ ଗୃହ ଓ ନଗର ଉନ୍ନୟନ…
ରୋଜଗାର ଦେଇଛି ଆମ୍ବୁଲ, ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ଚାଲିଛି ବିକ୍ରିବଟା
ଦାରିଙ୍ଗବାଡ଼ି,୭ା୫(ଅରୁଣ ସାହୁ): ଏବେ ଆମ୍ବର ସମୟ। ଚାରିଆଡ଼େ ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ, ଆଚାରର ଚାହିଦା ଅଧିକ ରହିଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳାଙ୍କୁ ଦେଇଛି ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ ଏବଂ ଆଚାର।…
Archives


