ବେଆଇନ ଚାଲୁଥିଲା ଫିଜିଓଥେରାପି ସେଣ୍ଟର, ବନ୍ଦ କଲେ ଜିଲା ମଙ୍ଗଳ ଅଧିକାରୀ

ଭୋଗରାଇ,୧୮ା୧୦(ପ୍ରଦୀପ ଦାସ): ଦିବ୍ୟାଙ୍ଗ ପାଇଁ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା ଏକ ପଞ୍ଚାୟତରେ। ହେଲେ ସେଠାରେ ଉକ୍ତ ସେଣ୍ଟର ନ ହୋଇ ଅନ୍ୟ ପଞ୍ଚାୟତରେ ସେଣ୍ଟର ଖୋଲାଯାଇ ସରକାରଙ୍କଠାରୁ ଆସୁଥିବା ଲକ୍ଷାଧିକ ଟଙ୍କାର ଅନୁଦାନ ଅର୍ଥକୁ ହଡ଼ପ କରାଯାଉଥିବାର ଅଭିଯୋଗ ପରେ ଜିଲା ମଙ୍ଗଳଧିକାରିଣୀ ବେଆଇନ ଭାବେ ଚାଲୁଥିବା ଉକ୍ତ ସେଣ୍ଟରକୁ ଶନିବାର ବନ୍ଦ କରିଦେଥିବାର ସୂଚନା ମିଳିଛି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରେ।

ସୂଚନାନୁଯାୟୀ, ଭୋଗରାଇ ବ୍ଲକ ଅଧୀନ ଶ୍ରଦ୍ଧାପୁର ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷକ ପୂର୍ବେ ଦିବ୍ୟାଙ୍ଗ ନିମନ୍ତେ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲାଯିବା ନେଇ ଏକ ଏନ୍‌ଜିଓ ସଂସ୍ଥାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟ ଅନୁଦାନ ଦିଆଯାଇଥିଲା। ଏନ୍‌ଜିଓ ସଂସ୍ଥା ଉକ୍ତ ପଞ୍ଚାୟତରେ ଫିଜିଓଥେରାପି ସେଣ୍ଟର ନ କରି ହୁଗୁଳି ପଞ୍ଚାୟତ ଚନ୍ଦନେଶ୍ୱରଠାରେ ସେଣ୍ଟର ଖୋଲି ୭୦ ଦିବ୍ୟାଙ୍ଗ ପାଇଁ ଆସୁଥିବା ଅର୍ଥକୁ ହଡ଼ପ କରୁଥିବାର ଅଭିଯୋଗ ହେଉଥିଲା। ସମିତି ସଦସ୍ୟ ଓ ଗ୍ରାମବାସୀ ଗତ ଭୋଗରାଇ ବ୍ଲକ ପରିସରରେ ହୋଇଥିବା ଜନଶୁଣାଣିରେ ଏହି ଅଭିଯୋଗ ଲିଖିତ ଭାବେ ଜିଲା ପ୍ରଶାସନଠାରେ କରିବାରୁ ଗତ ୧ ୩.୧୦.୨୫ରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଦେବାକୁ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ଚିଠି କରାଯାଇଥିଲା। ବ୍ଲକ ମଙ୍ଗଳାଧିକାରୀ ତଦନ୍ତରେ ବିଳମ୍ବ ହେବାରୁ ଜିଲା ମଙ୍ଗଳାଧିକାରିଣୀ ପ୍ରଭାତୀ ବେହେରା ଘଟଣାସ୍ଥଳ ଅନୁଧ୍ୟାନ କରି ଉକ୍ତ ବେଆଇନ ସଂସ୍ଥାକୁ ବନ୍ଦ କରିଦେଇଥିବାର ସୂଚନା ମିଳିଛି l ଅପରପକ୍ଷରେ ଏଭଳି ସଙ୍ଗୀନ ଅଭିଯୋଗରେ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସୁଧାକର ନାୟକ କହିଛନ୍ତି l

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri