Home Left

ଢାଙ୍କୁଣୀ ନ ପକାଇ ବାଉଁଶ ବାନ୍ଧିଲା ବିଏମ୍‌ସି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ପରେ ଢାଙ୍କୁଣୀ ନ ଥିବା ଖୋଲା ଡ୍ରେନକୁ ସିଲ୍‌ କରାଯାଇଛି। ଡ୍ରେନର ଚତୁଃପାର୍ଶ୍ୱରେ ସିମେଣ୍ଟ କଂକ୍ରେଟ ସ୍ଲାବ…

ବିଧାନସଭା ଯିବା ପୂର୍ବରୁ ମନ୍ଦିରକୁ ଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୯।୭: କର୍ନାଟକ ବିଧାନସଭାରେ ସୋମବାର ବହୁମତ ସାବ୍ୟସ୍ତ କରିବ ଭାଜପା। ସେଥିପାଇଁ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ପ୍ରଭୁଙ୍କ କରୁଣା ଭିକ୍ଷା କରିଛନ୍ତି। ସକାଳୁ ସେ ବେଙ୍ଗାଲୁରର ଶ୍ରୀ ବଲ ଭେରା ଅନଞ୍ଜାନେୟା ମନ୍ଦିର ଯାଇ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି।…

ଯନ୍ତ୍ରଣା ଦେଉଛି ଭୂତଳ ବିଦ୍ୟୁତ୍‌ କେବୁଲ କାମ

ଭୁବନେଶ୍ବର,୨୯।୭(ବ୍ୟୁରୋ) : ସ୍ମାର୍ଟସିଟି ଭୁବନେଶ୍ୱରରେ ଚାଲିଛି ଭୂତଳ ବିଦ୍ୟୁତ୍‌ କେବୁଲ ବିଛାଇବା କାମ। ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ସରିବାର ନାଁ ଧରୁନି। ୧୮ ମାସ ବଦଳରେ ବିତିଗଲାଣି ୩ବର୍ଷ। ହେଲେ କାର୍ଯ୍ୟ ସରୁ ନ ଥିବାରୁ ନାନା ସମସ୍ୟା…

ମହିଳାଙ୍କ ବେକ କାଟିଦେଲେ ଦୁର୍ବୃତ୍ତ : ଭୟଭୀତ ଅବସ୍ଥାରେ ସହରବାସୀ

କଟକ ଅଫିସ,୨୯।୭: କଟକରେ ୩ ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ। ଏପରିସ୍ଥଳେ ରବିବାର ରାତିରେ କଟକରେ ପୁଣି ଜଣେ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ପୂର୍ବ ହତ୍ୟାକାଣ୍ଡ ଭଳି ମହିଳାଙ୍କ ବେକକୁ…

ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌କୁ ନେଇ ଦ୍ୱନ୍ଦ୍ୱ : ଫାଇଦା ନେଉଛନ୍ତି ଡ୍ୟାନ୍ସ ବାର୍‌ ମାଲିକ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଡ୍ୟାନ୍ସ ବାର୍‌ରେ ଯୁବତୀଙ୍କୁ ନିୟୋଜିତ କରିବା ନେଇ ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌ ମଧ୍ୟରେ ତାଳମେଳ ନାହିଁ। ଓଡିଶା ଅବକାରୀ ଆଇନ୍‌ ୨୦୦୮ ସେକ୍ସନ-୨୬ରେ ଉଲ୍ଲେଖ ରହିଛି ଯେ, ଯୁବତୀମାନଙ୍କୁ ବାର୍‌ରେ ନିୟୋଜିତ କରାଯିବା ସମ୍ପୂର୍ଣ୍ଣ ବେଆଇନ। ସେପଟେ ୨୦୧୭…

ଟ୍ରାଫିକ ଛକରେ ବଢୁଛି ବେଆଇନ ପାର୍କିଂ : ୟୁ ଟନର୍ର୍ ରାସ୍ତା ଅବରୋଧ, ଲୋକେ ହଇରାଣ

କଟକ ରୋଡ,୨୯।୭(ଡି.ଏନ୍‌.ଏ.) : ରାଜଧାନୀର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ ସମସ୍ୟା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଯାନବାହନ ସୁରୁଖୁରରେ ଯାତାୟାତ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଇଛି। ରାସ୍ତାରେ ଗାଡିମୋଟର ବେଆଇନ ପାର୍କିଂ ପରିସ୍ଥିତିକୁ ଜଟିଳ କରିଛି। ଏଭଳି ଘଟଣାକ୍ରମେ ଭୁବନେଶ୍ୱରରେ…

୨୦୨୦ ପର୍ଯ୍ୟଟନ ଫୋକସରେ ପଶ୍ଚିମ-ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଶେଷକରି ବିଦେଶୀ ଓ ଯୁବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ ଉପରେ…

୮ବର୍ଷ ପରେ ମାଟିତଳୁ ମହିଳାଙ୍କ ଦେହାବଶେଷ ମିଳିବା ଘଟଣା : ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ସମ୍ବଲପୁର ଜିଲା ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କ ମୃତ୍ୟୁ ରହସ୍ୟ ୮ବର୍ଷ ପରେ ଝିଅ ବିଜୟିନୀଙ୍କ ଯୋଗୁ ପଦାକୁ ଆସିଛି। ହତ୍ୟା ପରେ ଜୟଶ୍ରୀଙ୍କୁ ପୋତି ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କ ଦେହାବଶେଷ ଉଦ୍ଧାର କରାଯାଇ ହତ୍ୟା ଅଭିଯୁକ୍ତ…

ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନ୍‌ଶିପ୍‌ : ସୁଦର୍ଶନଙ୍କୁ ‘ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ’

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରେ ଅନୁଷ୍ଠିତ ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନଶିପ୍‌ ୨୦୧୯ରେ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ ଜିତି ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି। ସୁଦର୍ଶନ ନିଜ ବାଲୁକା କଳାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣର…

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ରାଜନଗର, ୨୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଏହି ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ…

ଯାତ୍ରୀବାହୀ ବସ୍‌ ଅକାମୀ ଘୋଷଣା ପ୍ରସଙ୍ଗ : କିଲୋମିଟର ଭିତ୍ତିରେ ହୋଇପାରିବନି ଅକାମୀ

ଭୁବନେଶ୍ୱର,୨୯ା୭(ବ୍ୟୁରୋ) : ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ର କିଲୋମିଟର ଭିତ୍ତିରେ ଏହାକୁ ଅକାମୀ କରାଯିବାର ମୋଟରଯାନ ନିୟମ-୧୯୮୮ରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ଖୋଦ୍‌ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ରଖିଥିବା ଉତ୍ତରରୁ ଏହା ଜଣାପଡିଛି। ଗତ…

ପ୍ଲାଟଫର୍ମ ଟିକେଟ ବିକି ରେଳଓ୍ବେର ୧୩୯ କୋଟି ଆୟ

ନୂଆଦିଲ୍ଲୀ,୨୯-୭: ଭାରତୀୟ ରେଲଓ୍ବେ ଯାତ୍ରୀ ଭଡ଼ା ନ ବଢ଼ାଇ ଆୟ କରିବା ଲାଗି ବିକଳ୍ପ ପନ୍ଥା ଆପଣାଇଛି। ଏହିକ୍ରମରେ ଏହା ପ୍ଲାଟଫର୍ମ ଟିକେଟ ବିକ୍ରି କରି ୨୦୧୮-୧୯ରେ ୧୩୯.୨ କୋଟି ଟଙ୍କା ଆୟ କରିଛି। ଏହାବ୍ୟତୀତ ଏହି ସମୟରେ ବିଜ୍ଞାପନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?