ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌କୁ ନେଇ ଦ୍ୱନ୍ଦ୍ୱ : ଫାଇଦା ନେଉଛନ୍ତି ଡ୍ୟାନ୍ସ ବାର୍‌ ମାଲିକ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଡ୍ୟାନ୍ସ ବାର୍‌ରେ ଯୁବତୀଙ୍କୁ ନିୟୋଜିତ କରିବା ନେଇ ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌ ମଧ୍ୟରେ ତାଳମେଳ ନାହିଁ। ଓଡିଶା ଅବକାରୀ ଆଇନ୍‌ ୨୦୦୮ ସେକ୍ସନ-୨୬ରେ ଉଲ୍ଲେଖ ରହିଛି ଯେ, ଯୁବତୀମାନଙ୍କୁ ବାର୍‌ରେ ନିୟୋଜିତ କରାଯିବା ସମ୍ପୂର୍ଣ୍ଣ ବେଆଇନ। ସେପଟେ ୨୦୧୭ ରୁଲ୍‌ସ ମୁତାବକ, ୨୧ବର୍ଷରୁ ଅଧିକ ବୟସର ଯୁବତୀମାନେ ସଙ୍ଗୀତ, ନୃତ୍ୟ, ବିଦେଶୀ ମଦ ବିକ୍ରି ହେଉଥିବା ସ୍ଥାନରେ ଅର୍କେଷ୍ଟ୍ରାରେ ନୃତ୍ୟ କରିପାରିବେ। ଏକ୍ସସାଇଜ ରୁଲ୍‌ ୪୪(୫) ଅନୁସାରେ, ଏଭଳି ନୃତ୍ୟ ହେଉଥିବା ଜାଗାରେ ଯୁବତୀଙ୍କ ନୃତ୍ୟକୁ ସ୍ବୀକୃତି ଦେବା ପୂର୍ବରୁ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ କିଛି ସର୍ତ୍ତ ରଖିପାରିବେ। ସେହିଭଳି ୨୦୧୪ରେ ବମ୍ବେର ଏକ ପିଟିଶନର ବିଚାର କରି ସୁପ୍ରିମକୋର୍ଟ ବାରରେ ଯୁବତୀମାନେ ଡ୍ୟାନ୍ସ କରିବା ପାଇଁ ୧୫ ସର୍ତ୍ତ ରଖିଥିଲେ। ଏହାକୁ ଆଧାର କରି ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟ ସ୍ବତନ୍ତ୍ର ରୁଲ୍‌ କରିଥିଲେ। ଦେଖିବାକୁ ଗଲେ ରୁଲ୍‌ ଆକ୍ଟ ଉପରେ ନିର୍ଭର କରେ। ରହିଥିବା ଆକ୍ଟରେ ଯୁବତୀଙ୍କୁ ବାର୍‌ରେ ଡ୍ୟାନ୍ସ କରାଇବା ବାରଣ କରାଯାଇଥିବାରୁ ଏହା ସମ୍ପୂର୍ଣ୍ଣରୂପେ ବେଆଇନ। କିନ୍ତୁ ରୁଲ୍‌ ହେବା ସମୟରେ ଏକ୍ସସାଇଜ ଆକ୍ଟ ଉପରେ ଧ୍ୟାନ ଦିଆଗଲା ନାହିଁ। ଫଳରେ ଆକ୍ଟ ଓ ରୁଲ୍‌କୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଲା ତାହାର ଫାଇଦା ନେଉଛନ୍ତି ଡ୍ୟାନ୍ସ ବାର୍‌ ମାଲିକ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୪ସପ୍ତାହ ମଧ୍ୟରେ ଅବକାରୀ ବିଭାଗ ଲାଇସେନ୍ସ ଦେବେ। କିନ୍ତୁ ଏକ୍ସସାଇଜ୍‌ ଆକ୍ଟରେ ସଂଶୋଧନ ହୋଇ ନ ଥିବାରୁ ଲାଇସେନ୍ସ ଦିଆଯାଇପାରୁ ନ ଥିଲା। ୨୦୧୭ରେ ବୋର୍ଡ ଅଫ୍‌ ରେଭିନ୍ୟୁ ଏବଂ ଅବକାରୀ ବିଭାଗ ହଠାତ ବାର୍‌ ମାଲିକମାନଙ୍କୁ ଡ୍ୟାନ୍ସ ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ। ହେଲେ ଆକ୍ଟକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ସମୟରୁ ଲାଇସେନ୍ସ ପ୍ରଦାନ ବନ୍ଦ ରହିଛି। ଏହାସତ୍ତ୍ୱେ ବାର ମାଲିକମାନେ ରୁଲ୍‌କୁ ଲିଗାଲ ଦାବି କରି ବାର୍‌ରେ ଯୁବତୀମାନଙ୍କୁ ନିୟୋଜିତ କରୁଛନ୍ତି। ଡ୍ୟାନ୍ସ କରିବା ସହ ମଦ ପରଷୁଛନ୍ତି। ଏପରିକି ରୁଲ୍‌ରେ ରହିଥିବା କଟକଣାକୁ ମାନୁନାହାନ୍ତି। ଅନ୍ୟପକ୍ଷରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଅବକାରୀ ବିଭାଗର କାର୍ଯ୍ୟ ବୋଲି କହୁଛି। ହେଲେ ଅବକାରୀ ବିଭାଗ ଆକ୍ଟରେ ନା କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି, ଅବା ବାର୍‌ ମାଲିକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏକ୍ସସାଇଜ ଆକ୍ଟ ଓ ରୁଲ୍‌ ଦ୍ୱନ୍ଦ୍ୱକୁ ବାହାନା କରି ଚୁପ୍‌ ବସୁଛି। ଅବକାରୀ ବିଭାଗ ଲାଇସେନ୍ସ ଦେଇ ନ ଥିବାରୁ କମିଶନରେଟ ପୋଲିସ ମଧ୍ୟ ବାର୍‌ଗୁଡିକୁ ମ୍ୟୁଜିକ୍‌ ଲାଇସେନ୍ସ ଦେଇ ନ ଥିଲା। ମ୍ୟୁଜିକ୍‌ ଲାଇସେନ୍ସକୁ ନେଇ ହିଁ କମିଶନରେଟ ପୋଲିସ ୧୧ ବାରରେ ଚଢାଉ କରି ୯୬ଜଣ ଯୁବତୀଙ୍କୁ ଉଦ୍ଧାର କରି ପରେ ଛାଡ଼ି ଦେଇଥିଲା।

ବିଧାନସଭାରେ ମଞ୍ଜୁରୀ ମିଳିବା ପରେ ସଂଶୋଧନ
କିଛିଦିନ ତଳେ ଅବକାରୀ କମିଶନର, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମୁଖ୍ୟଶାସନ ସଚିବ ଉକ୍ତ ଆକ୍ଟକୁ ତୁରନ୍ତ ସଂଶୋଧନ ପାଇଁ ଅବକାରୀ କମିଶନରଙ୍କୁ କହିଥିଲେ। ଏହି ପ୍ରକ୍ରିୟା ସେବେଠାରୁ ଜାରି ରହିଛି। ଆକ୍ଟ ପାଇଁ ବିଧାନସଭାରେ ପ୍ରସ୍ତାବ ଅଣାଯିବ। ମଞ୍ଜୁରୀ ମିଳିବା ପରେ ଆକ୍ଟ ସଂଶୋଧନ କରାଯାଇ ଡ୍ୟାନ୍ସ ବାର୍‌ ଲାଇସେନ୍ସ ଦେଇହେବ ବୋଲି କୁହାଯାଉଛି।
ଅବକାରୀ ବିଭାଗ ପଦକ୍ଷେପ ନେଇପାରିବ
ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ବାର ମାଲିକଙ୍କ ବିରୋଧରେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ। ସେମାନେ ବିନା ଲାଇସେନ୍ସରେ ମ୍ୟୁଜିକ ବଜାଉଥିବାରୁ ଚଢାଉ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ଭାବେ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କେବଳ କିଛି ଜରିମାନା କରାଯାଇପାରିବ। ବାରଗୁଡିକ ବନ୍ଦ କରିବାର କ୍ଷମତା ପୋଲିସର ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି।
ପୋଲିସ ରିପୋର୍ଟ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ
ଏକ୍ସସାଇଜ୍‌ ସୁପରିଣ୍ଟେଣ୍ଡେଣ୍ଟ ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଛନ୍ତି, ଆକ୍ଟରେ ଯୁବତୀମାନଙ୍କୁ ବାର୍‌ରେ ଡ୍ୟାନ୍ସ କରାଇବା ବେଆଇନ ଥିଲେ ମଧ୍ୟ ରୁଲ୍‌ରେ କିନ୍ତୁ ନିୟମ ରହିିଛି। ତେଣୁ ଏହି ଆକ୍ଟ ପରିବର୍ତ୍ତନ ଶୀଘ୍ର ହୋଇଯିବ ବୋଲି ଆଶା କରାଯାଉଛି। ତେବେ ପୋଲିସ ଯେଉଁ ରିପୋର୍ଟ ଦେବେ ତାହା ଅନୁଯାୟୀ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?