ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌କୁ ନେଇ ଦ୍ୱନ୍ଦ୍ୱ : ଫାଇଦା ନେଉଛନ୍ତି ଡ୍ୟାନ୍ସ ବାର୍‌ ମାଲିକ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଡ୍ୟାନ୍ସ ବାର୍‌ରେ ଯୁବତୀଙ୍କୁ ନିୟୋଜିତ କରିବା ନେଇ ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌ ମଧ୍ୟରେ ତାଳମେଳ ନାହିଁ। ଓଡିଶା ଅବକାରୀ ଆଇନ୍‌ ୨୦୦୮ ସେକ୍ସନ-୨୬ରେ ଉଲ୍ଲେଖ ରହିଛି ଯେ, ଯୁବତୀମାନଙ୍କୁ ବାର୍‌ରେ ନିୟୋଜିତ କରାଯିବା ସମ୍ପୂର୍ଣ୍ଣ ବେଆଇନ। ସେପଟେ ୨୦୧୭ ରୁଲ୍‌ସ ମୁତାବକ, ୨୧ବର୍ଷରୁ ଅଧିକ ବୟସର ଯୁବତୀମାନେ ସଙ୍ଗୀତ, ନୃତ୍ୟ, ବିଦେଶୀ ମଦ ବିକ୍ରି ହେଉଥିବା ସ୍ଥାନରେ ଅର୍କେଷ୍ଟ୍ରାରେ ନୃତ୍ୟ କରିପାରିବେ। ଏକ୍ସସାଇଜ ରୁଲ୍‌ ୪୪(୫) ଅନୁସାରେ, ଏଭଳି ନୃତ୍ୟ ହେଉଥିବା ଜାଗାରେ ଯୁବତୀଙ୍କ ନୃତ୍ୟକୁ ସ୍ବୀକୃତି ଦେବା ପୂର୍ବରୁ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ କିଛି ସର୍ତ୍ତ ରଖିପାରିବେ। ସେହିଭଳି ୨୦୧୪ରେ ବମ୍ବେର ଏକ ପିଟିଶନର ବିଚାର କରି ସୁପ୍ରିମକୋର୍ଟ ବାରରେ ଯୁବତୀମାନେ ଡ୍ୟାନ୍ସ କରିବା ପାଇଁ ୧୫ ସର୍ତ୍ତ ରଖିଥିଲେ। ଏହାକୁ ଆଧାର କରି ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟ ସ୍ବତନ୍ତ୍ର ରୁଲ୍‌ କରିଥିଲେ। ଦେଖିବାକୁ ଗଲେ ରୁଲ୍‌ ଆକ୍ଟ ଉପରେ ନିର୍ଭର କରେ। ରହିଥିବା ଆକ୍ଟରେ ଯୁବତୀଙ୍କୁ ବାର୍‌ରେ ଡ୍ୟାନ୍ସ କରାଇବା ବାରଣ କରାଯାଇଥିବାରୁ ଏହା ସମ୍ପୂର୍ଣ୍ଣରୂପେ ବେଆଇନ। କିନ୍ତୁ ରୁଲ୍‌ ହେବା ସମୟରେ ଏକ୍ସସାଇଜ ଆକ୍ଟ ଉପରେ ଧ୍ୟାନ ଦିଆଗଲା ନାହିଁ। ଫଳରେ ଆକ୍ଟ ଓ ରୁଲ୍‌କୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଲା ତାହାର ଫାଇଦା ନେଉଛନ୍ତି ଡ୍ୟାନ୍ସ ବାର୍‌ ମାଲିକ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୪ସପ୍ତାହ ମଧ୍ୟରେ ଅବକାରୀ ବିଭାଗ ଲାଇସେନ୍ସ ଦେବେ। କିନ୍ତୁ ଏକ୍ସସାଇଜ୍‌ ଆକ୍ଟରେ ସଂଶୋଧନ ହୋଇ ନ ଥିବାରୁ ଲାଇସେନ୍ସ ଦିଆଯାଇପାରୁ ନ ଥିଲା। ୨୦୧୭ରେ ବୋର୍ଡ ଅଫ୍‌ ରେଭିନ୍ୟୁ ଏବଂ ଅବକାରୀ ବିଭାଗ ହଠାତ ବାର୍‌ ମାଲିକମାନଙ୍କୁ ଡ୍ୟାନ୍ସ ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ। ହେଲେ ଆକ୍ଟକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ସମୟରୁ ଲାଇସେନ୍ସ ପ୍ରଦାନ ବନ୍ଦ ରହିଛି। ଏହାସତ୍ତ୍ୱେ ବାର ମାଲିକମାନେ ରୁଲ୍‌କୁ ଲିଗାଲ ଦାବି କରି ବାର୍‌ରେ ଯୁବତୀମାନଙ୍କୁ ନିୟୋଜିତ କରୁଛନ୍ତି। ଡ୍ୟାନ୍ସ କରିବା ସହ ମଦ ପରଷୁଛନ୍ତି। ଏପରିକି ରୁଲ୍‌ରେ ରହିଥିବା କଟକଣାକୁ ମାନୁନାହାନ୍ତି। ଅନ୍ୟପକ୍ଷରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଅବକାରୀ ବିଭାଗର କାର୍ଯ୍ୟ ବୋଲି କହୁଛି। ହେଲେ ଅବକାରୀ ବିଭାଗ ଆକ୍ଟରେ ନା କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି, ଅବା ବାର୍‌ ମାଲିକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏକ୍ସସାଇଜ ଆକ୍ଟ ଓ ରୁଲ୍‌ ଦ୍ୱନ୍ଦ୍ୱକୁ ବାହାନା କରି ଚୁପ୍‌ ବସୁଛି। ଅବକାରୀ ବିଭାଗ ଲାଇସେନ୍ସ ଦେଇ ନ ଥିବାରୁ କମିଶନରେଟ ପୋଲିସ ମଧ୍ୟ ବାର୍‌ଗୁଡିକୁ ମ୍ୟୁଜିକ୍‌ ଲାଇସେନ୍ସ ଦେଇ ନ ଥିଲା। ମ୍ୟୁଜିକ୍‌ ଲାଇସେନ୍ସକୁ ନେଇ ହିଁ କମିଶନରେଟ ପୋଲିସ ୧୧ ବାରରେ ଚଢାଉ କରି ୯୬ଜଣ ଯୁବତୀଙ୍କୁ ଉଦ୍ଧାର କରି ପରେ ଛାଡ଼ି ଦେଇଥିଲା।

ବିଧାନସଭାରେ ମଞ୍ଜୁରୀ ମିଳିବା ପରେ ସଂଶୋଧନ
କିଛିଦିନ ତଳେ ଅବକାରୀ କମିଶନର, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମୁଖ୍ୟଶାସନ ସଚିବ ଉକ୍ତ ଆକ୍ଟକୁ ତୁରନ୍ତ ସଂଶୋଧନ ପାଇଁ ଅବକାରୀ କମିଶନରଙ୍କୁ କହିଥିଲେ। ଏହି ପ୍ରକ୍ରିୟା ସେବେଠାରୁ ଜାରି ରହିଛି। ଆକ୍ଟ ପାଇଁ ବିଧାନସଭାରେ ପ୍ରସ୍ତାବ ଅଣାଯିବ। ମଞ୍ଜୁରୀ ମିଳିବା ପରେ ଆକ୍ଟ ସଂଶୋଧନ କରାଯାଇ ଡ୍ୟାନ୍ସ ବାର୍‌ ଲାଇସେନ୍ସ ଦେଇହେବ ବୋଲି କୁହାଯାଉଛି।
ଅବକାରୀ ବିଭାଗ ପଦକ୍ଷେପ ନେଇପାରିବ
ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ବାର ମାଲିକଙ୍କ ବିରୋଧରେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ। ସେମାନେ ବିନା ଲାଇସେନ୍ସରେ ମ୍ୟୁଜିକ ବଜାଉଥିବାରୁ ଚଢାଉ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ଭାବେ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କେବଳ କିଛି ଜରିମାନା କରାଯାଇପାରିବ। ବାରଗୁଡିକ ବନ୍ଦ କରିବାର କ୍ଷମତା ପୋଲିସର ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି।
ପୋଲିସ ରିପୋର୍ଟ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ
ଏକ୍ସସାଇଜ୍‌ ସୁପରିଣ୍ଟେଣ୍ଡେଣ୍ଟ ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଛନ୍ତି, ଆକ୍ଟରେ ଯୁବତୀମାନଙ୍କୁ ବାର୍‌ରେ ଡ୍ୟାନ୍ସ କରାଇବା ବେଆଇନ ଥିଲେ ମଧ୍ୟ ରୁଲ୍‌ରେ କିନ୍ତୁ ନିୟମ ରହିିଛି। ତେଣୁ ଏହି ଆକ୍ଟ ପରିବର୍ତ୍ତନ ଶୀଘ୍ର ହୋଇଯିବ ବୋଲି ଆଶା କରାଯାଉଛି। ତେବେ ପୋଲିସ ଯେଉଁ ରିପୋର୍ଟ ଦେବେ ତାହା ଅନୁଯାୟୀ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri