ଯାତ୍ରୀବାହୀ ବସ୍‌ ଅକାମୀ ଘୋଷଣା ପ୍ରସଙ୍ଗ : କିଲୋମିଟର ଭିତ୍ତିରେ ହୋଇପାରିବନି ଅକାମୀ

ଭୁବନେଶ୍ୱର,୨୯ା୭(ବ୍ୟୁରୋ) : ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ର କିଲୋମିଟର ଭିତ୍ତିରେ ଏହାକୁ ଅକାମୀ କରାଯିବାର ମୋଟରଯାନ ନିୟମ-୧୯୮୮ରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ଖୋଦ୍‌ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ରଖିଥିବା ଉତ୍ତରରୁ ଏହା ଜଣାପଡିଛି। ଗତ ୨୫ତାରିଖରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନ ନଂ-୨୦୭୧ର ଉତ୍ତରରେ ମନ୍ତ୍ରୀ ବେହେରା ଉପରୋକ୍ତ ତଥ୍ୟ ଦେଇଛନ୍ତି।
ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ର ସମୟ ସୀମା ଧାର୍ଯ୍ୟ କରିବାର କ୍ଷମତା ମଧ୍ୟ ରାଜ୍ୟ ସରକାରଙ୍କର ନାହିଁ। ଦୀର୍ଘଦିନରୁ ଚଳିଆସୁଥିବା ମୋଟରଯାନ ଆଇନ-୧୯୮୮ର ଧାରା ୫୯ ଅନୁଯାୟୀ ଏହି କ୍ଷମତା କେନ୍ଦ୍ର ସରକାରଙ୍କ ହାତରେ ରହିଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ହେଲେ ସେହି ଆଇନର ଧାରା ୫୬ ଅନୁଯାୟୀ, ଯାତ୍ରୀବାହୀ ବସ୍‌ର ଫିଟ୍‌ନେସ୍‌ ଥିବା ଅବଧି ପର୍ଯ୍ୟନ୍ତ ଏହା ଚଳାଚଳ କରିବ ବୋଲି କୁହାଯାଇଛି। ହେଲେ ଏହା କିପରି ଭାବେ ପାଳନ କରାଯାଉଛି, ସେନେଇ କୌଣସି ଉତ୍ତର ରଖାଯାଇନାହିଁ। ଆଞ୍ଚଳିକ ପରିବହନ ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦ ବର୍ଷ ଅତିକ୍ରମ କରିଥିବା ୪୫୫ ବସ୍‌ ଚଳାଚଳ କରୁଛି। ଅନ୍ୟ ରାଜ୍ୟଗୁଡ଼ିକରୁ ୧୬୧ଟି ପୁରୁଣା ଯାତ୍ରୀବାହୀ ବସ୍‌ ଓଡ଼ିଶାରେ ପରିବହନ କରୁଛି। ଏପରି କି ପୁରୁଣା ଯାତ୍ରୀବାହୀ ବସ୍‌ ଚଳାଚଳ ଦ୍ୱାରା ଦୁର୍ଘଟଣା ଘଟିବା ଏକମାତ୍ର କାରଣ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ତେବେ ଅନ୍ୟ ରାଜ୍ୟରେ ଅକାମୀ ଘୋଷିତ ତଥା ରେଜିଷ୍ଟ୍ରେଶନକୁ ବାତିଲ କରାଯାଇଥିବା ଯାତ୍ରୀବାହୀ ବସ୍‌କୁ ଓଡ଼ିଶାରେ ଚଳାଚଳ ଅନୁମତି ପାଇ ନ ଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଅନେକ ସମୟରେ ଘରୋଇ-ସରକାରୀ ବସ୍‌ରେ ମହିଳା ବିରୋଧୀ ନିର୍ଯାତନା ଏବଂ ହିଂସା ଘଟଣା ପଦାକୁ ଆସିଛି। ଦେଶର ରାଜଧାନୀ ଦିଲ୍ଲୀରେ ବସ୍‌ ମଧ୍ୟରେ ନିର୍ଭୟା ବଳାତ୍କାର ଆ ଜି ବି ଜନମାନସରେ ଆକ୍ରୋଶ ସୃଷ୍ଟି କରୁଛି। ତେଣୁ ବିଭିନ୍ନ ଯାତ୍ରୀବାହୀ ବସ୍‌ରେ ସିସିଟିଭି ଲଗାଯିବା ନେଇ ଚଳିତ ବର୍ଷ କେନ୍ଦ୍ର ସରକାର ପ୍ରସ୍ତାବ ଆଣିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶ ଆସି ନ ଥିବାରୁ ଏ ନେଇ ଓଡ଼ିଶା ସରକାର କୌଣସି ନିର୍ଦ୍ଦେଶନାମା ଜାରି କରି ନ ଥିବା ପରିବହନ ମନ୍ତ୍ରୀ ନିକଟରେ ବିଧାନସଭାରେ ଉତ୍ତର ରଖିଛନ୍ତି। ଗତ ୨୫ରେ ଭାଜପା ସଭ୍ୟ ଶଙ୍କର ଓରାମ୍‌ଙ୍କ ପ୍ରଶ୍ନ ନଂ-୪୮୮ର ଉତ୍ତର ଦେଇ ମନ୍ତ୍ରୀ ଏହି କଥା କହିଛନ୍ତି। ସେହିପରି ବସ୍‌ରେ କୌଣସି ଆନୁଷଙ୍ଗିକ ଯନ୍ତ୍ର ଲଗାଇବାର ନିୟମ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପରିସରଭୁକ୍ତ ବୋଲି କୁହାଯାଇଛି। ଅପରପକ୍ଷରେ ରାଜ୍ୟ ବାହାରକୁ ଯାଉଥିବା ସରକାରୀ ବସ୍‌ ସଂଖ୍ୟା ଉତ୍ସାହଜନକ ନୁହେଁ। ୩୮ଟି ସମ୍ପୂର୍ଣ୍ଣ ସରକାରୀ ଏବଂ ୬୫୦ ବେସରକାରୀ ବସ୍‌କୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼କୁ ଚଳାଚଳ ପାଇଁ ଅନୁମତି ମିଳିଛି। ସେହିପରି ଓଏସ୍‌ଆର୍‌ଟିସି ଲାଭର ପରିମାଣ ବର୍ଷକୁ ବର୍ଷ ହ୍ରାସ ପାଉଥିବା ବିଭାଗ ପକ୍ଷରୁ ଉତ୍ତର ରଖାଯାଇଛି। ଗତ ୧୮ରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଣତାରକା ପ୍ରଶ୍ନ ନଂ-୧୧୮୯ର ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ୨୦୧୪-୧୫ରେ ଓଏସ୍‌ଆର୍‌ଟିସିର ଲାଭ ୫୦୩.୨୨ ଲକ୍ଷ ଟଙ୍କା ରହିଥିଲା। ହେଲେ ୨୦୧୫-୧୬ରେ ଏହା ୫୦୦.୦୭କୁ ହ୍ରାସ ପାଇଲା। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୨୫୩.୮୨ ଲକ୍ଷରେ ପହଞ୍ଚତ୍ଲା, ଅର୍ଥାତ୍‌ ଗୋଟିଏ ଆର୍ଥିକ ବର୍ଷରେ ଲାଭର ପରିମାଣ ୨୪୬.୨୫ ଲକ୍ଷ ଟଙ୍କା ହ୍ରାସ ପାଇଲା। ଅନୁରୂପ ଭାବେ ଏହା ହ୍ରାସ ପାଇ ୨୦୧୭-୧୮ରେ ଲାଭାଂଶ ୨୬୯.୦୧ ଲକ୍ଷ ଏବଂ ୨୦୧୮-୧୯ରେ ୧୭୮.୨୦ ଲକ୍ଷ ଟଙ୍କାରେ ପହଞ୍ଚତ୍ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri