୨୦୨୦ ପର୍ଯ୍ୟଟନ ଫୋକସରେ ପଶ୍ଚିମ-ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଶେଷକରି ବିଦେଶୀ ଓ ଯୁବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ପୁରୀ-ଭୁବନେଶ୍ୱର-କୋଣାର୍କରେ ପର୍ଯ୍ୟଟନକୁ ସୀମିତ ନ ରଖି ଏହାକୁ କିଭଳି ବ୍ୟାପକ କରିହେବ ତାହା ଉପରେ ବିଭାଗ ଗୁରୁତ୍ୱ ଦେଇଛି। ୨୦୨୦ରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପର୍ଯ୍ୟଟନକୁ ବିକଶିତ କରି ଏହାର ବ୍ରାଣ୍ଡିଂ କରିବାକୁ ଯୋଜନା ହୋଇଛି। ସେହିଭଳି ପରିବେଶ ପର୍ଯ୍ୟଟନ, ଓ୍ବାଟର୍‌ ସ୍ପୋର୍ଟସ ଓ ଆଡ୍‌ଭେଞ୍ଚର ଟୁରିଜମ୍‌କୁ ପ୍ରାଥମିକତା ଦେଇ ଲକ୍‌ଜରୀ ହାଉସ୍‌ବୋଟ୍‌ ଓ ଓ୍ବାଟର୍‌ ରିକ୍ରିଏଶନ ଭଳି କନ୍‌ସେପ୍ଟ ଓଡ଼ିଶାରେ ଆରମ୍ଭ କରାଯିବ ବୋଲି କୁହାଯାଇଛି। ବିଭାଗ ପକ୍ଷରୁ ପ୍ରସ୍ତୁତ ବଜେଟରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।
ଓଡ଼ିଶା ଉପକୂଳ, ବିସ୍ତୃତ ବେଳାଭୂମି ଏବଂ ଚିଲିକା ହ୍ରଦରେ ଜଳକ୍ରୀଡ଼ାର ବ୍ୟାପକ ପ୍ରଚାର ପ୍ରସାର ଲାଗି ଗତ ଦୁଇବର୍ଷ ହେଲା ଯୋଜନା ପ୍ରସ୍ତୁତ କରୁଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ପ୍ରାରମ୍ଭିକ ପର୍ଯ୍ୟାୟରେ ‘ଓଡ଼ିଶା ଜଳକ୍ରୀଡା ଗାଇଡ୍‌ଲାଇନ୍‌’ ଜାରି କରାଯାଇଥିବାବେଳେ ପର୍ଯ୍ୟଟକମାନେ କିଭଳି ସୁରକ୍ଷିତ ଜଳକ୍ରୀଡାର ମଜା ନେଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଏବେ ଯୁବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶାରେ ବିଭିନ୍ନ ପ୍ରକାର ଆଡ୍‌ଭେଞ୍ଚର ସ୍ପୋର୍ଟସ ତଥା ଜିପ୍‌-ଲାଇନିଂ, ରିଭର ରାଫ୍ଟିଂ, ମାଉଣ୍ଟେନିଂ, ଟ୍ରେକିଂ, ପାରା ରାଇଡିଂ, ସର୍ଫିଙ୍ଗ୍‌ ଆଦି ପାଇଁ ଓଡ଼ିଶାରେ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ଥିବା ଜଙ୍ଗଲ, ପରିବେଶ, ବେଳାଭୂମି, ବନ୍ୟଜନ୍ତୁ, ଆଦିବାସୀ ଓ ଗ୍ରାମାଞ୍ଚଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଉପରେ ଅଧିକ ଫୋକସ୍‌ କରିବାକୁ ବିଭାଗ ଯୋଜନା ରଖିଛି। ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗ ସହ ମିଳିତଭାବେ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ କାର୍ଯ୍ୟ କରାଯିବ। କେରଳ ଢାଞ୍ଚାରେ ଓଡ଼ିଶାରେ ଲକ୍‌ଜରୀ ହାଉସ୍‌ବୋଟ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ନିକଟରେ ରାଜ୍ୟ ବାହାରୁ ଏକ ପ୍ରତିନିଧି ଦଳ ଆସି ଚିଲିକା ଏବଂ ଭିତରକନିକା ବୁଲି ଦେଖିଥିବାବେଳେ ଶୀଘ୍ର ଭିତରକନିକାରେ ହାଉସ୍‌ବୋଟ୍‌ ଟୁରିଜମ୍‌ ଆରମ୍ଭ କରାଯିବ ବୋଲି ପର୍ଯ୍ୟଯନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଚିଲିକା ଓ ଟାମ୍ପରା ହ୍ରଦରେ ବାନାନା ରାଉଡ୍‌ସ, ପାରାସେଲିଂ, ଓ୍ବାଟର ସ୍କି ଆଣ୍ଡ୍‌ ଫନ୍‌ ରାଇଡିଂ ଭଳି ଜଳକ୍ରୀଡାର ବିକାଶ କରାଯିବା ସହ ଅନ୍ତର୍ଜାତୀୟସ୍ତରୀୟ ଜଳକ୍ରୀଡା ଇଭେଣ୍ଟ ଆୟୋଜନ କରାଯିବାର ଯୋଜନା ରହିଛି। ଏପଟେ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ(ଆଇସିଜେଡ୍‌ଏମ୍‌ପି)ରେ ଚିଲିକାରେ କ୍ରୁଜ୍‌ ସର୍ଭିସ୍‌ ବା ଜାହାଜ ପର୍ଯ୍ୟଟନ ଆରମ୍ଭ କରିବାକୁ ପ୍ରସ୍ତାବ ରହିବେଳେ ଏହାଉପରେ ଏବେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବର୍ତ୍ତମାନର ଯୁବ ପର୍ଯ୍ୟଟକମାନେ ଐିତିହ୍ୟ ଓ ଧାର୍ମିକ ପର୍ଯ୍ୟଟନ ଅପେକ୍ଷା ଆଡ୍‌ଭେଞ୍ଚର ଟୁରିଜିମ୍‌ ଏବଂ ଓ୍ବାଟର୍‌ ସ୍ପୋର୍ଟସକୁ ଅଧିକ ପସନ୍ଦ କରୁଥିବାରୁ ଏହାକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଥିବା ଟୁର୍‌ ଓ ଟ୍ରାଭେଲ ଏଜେଣ୍ଟମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?