Home Left

ସାକ୍ଷୀଗୋପାଳରେ ନିଆରା ନଡ଼ିଆ ଲଢ଼େଇ

ସାକ୍ଷୀଗୋପାଳ,୯ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ପାଳିତ ହେଉଛି। ନଡ଼ିଆ ହୁଳ ଅଞ୍ଚଳ ସାକ୍ଷୀଗୋପାଳର ନଡ଼ିଆ ଲଢ଼େଇ ପରମ୍ପରା ଶହଶହ ବର୍ଷର ପୁରୁଣା। ଏହି ପ୍ରତିଯୋଗିତାରେ ଅଞ୍ଚଳର…

ରାଖୀ ବାନ୍ଧି ଫେରିବାବେଳେ ପିଟିଦେଲା ଗାଡ଼ି, ଚାଲିଗଲା ଝିଅଙ୍କ ଜୀବନ, ମା-ପୁଅ ଗୁରୁତର

ଭୁବନେଶ୍ୱର,୯ା୮: ରକ୍ଷାବନ୍ଧନରେ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଦୁଃଖଦ ଘଟଣା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଓ ପୁଅ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟାରେ ପାତ୍ରପଡ଼ା ପାଖରେ ରାସ୍ତା ପାର୍‌ ହେଉଥିବାବେଳେ ଏକ…

Netflix, Amazon Prime ଏବଂ JioHotstar ତିନୋଟିଯାକ ଓଟିଟି ମାଗଣା, ଚର୍ଚ୍ଚାରେ ଜିଓର ଧମାକାଦାର ଅଫର…

ନୂଆଦିଲ୍ଲୀ,୯।୮: ଭାରତର ନମ୍ବର ଏକ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ପ୍ରାୟ ୪୮ କୋଟି। ଜିଓର ସେବା ସମସ୍ତ ପ୍ରକାରର ଗ୍ରାହକଙ୍କ ପାଇଁ ଉପଯୁକ୍ତ ଏବଂ ସୁଲଭ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି। ଯଦି ଆପଣ ମୁଭି, ଓ୍ବେବ…

ଚିକିତ୍ସାଧୀନ ଅବସ୍ଥାରେ ପିଇଓଙ୍କ ମୃତ୍ୟୁ: ଦୁର୍ଘଟଣା ନା ହତ୍ୟା ଉଠିଲା ପ୍ରଶ୍ନ

ଭବାନୀପାଟଣା,୯ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟ ଜାତୀୟ ରାଜପଥ ୨୬ ଉପରେ ଗତ ବୁଧବାର ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ…

କେନ୍ଦୁଝରରେ ବ୍ରାଉନ ସୁଗାର କାରବାର

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୋବର୍ନ୍ଧନ ଗ୍ରାମର ଅମିତ କୁମାର…

ଅଙ୍ଗନଓ୍ବାଡି କେନ୍ଦ୍ରରେ ରକ୍ଷାବନ୍ଧନ ଉତ୍ସବ

ଲାଞ୍ଜିଗଡ଼,୯ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ କାନକୁଟରୁ ପଞ୍ଚାୟତ ପାଇକବୋରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଶନିବାର ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନଓ୍ବାଡି କର୍ମୀ ଚଞ୍ଚଲା ସାହୁଙ୍କ ତତ୍ତ୍ୱାବଧାନରେ ଶୁଭ କଳସ ସ୍ଥାପନ କରି ଶିଶୁମାନେ ପରସ୍ପରକୁ ରାଖୀ…

ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର

ଲାଞ୍ଜିଗଡ଼,୯ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ପରାବାହାଲି ଗାଁରେ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ୧୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରୁ ବଞ୍ଚିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ଗାଁରେ ଆଦିବାସୀ ସମ୍ପ୍ରଦାୟର…

ରାଖୀ ପୂର୍ଣ୍ଣିମାରେ ଅଘଟଣ,ପୋଲ ଉପରେ ବାଇକ, ଚପଲ ରଖି ନଦୀକୁ ଡେଇଁଲେ…

କେନ୍ଦ୍ରାପଡ଼ା,୯।୮: ରାଖୀ ପୂର୍ଣ୍ଣିମାରେ ଅଘଟଣ। କେନ୍ଦ୍ରାପଡ଼ା ଗୋବରୀ ନଦୀକୁ ଡ଼େଇଁ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଳିଜଙ୍ଗା ପୋଲ ଉପରେ ବାଇକ ଓ ଚପଲ ରଖି ଡେଇଁପଡ଼ିଲେ ଯୁବକ।ନଦୀକୁ ଡେଇଁ ନିଖୋଜ ଯୁବକ ତଳ ବାରଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି। ଓଡ୍ରାଫ…

ଅଧିକାର ପାଇଁ ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ଶନିବାର ପାଳିତ ହୋଇଯାଇଛି। ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ବାହାରି ଜୋରାଡବରା ଧରଣୀ ପୀଠରେ ପୂଜାର୍ଚ୍ଚନା…

ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ନାହିଁ କି? ତେବେ କିପରି କରିବେ ସଂଶୋଧନ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ,୯ା୮: ଆଧାରକାର୍ଡ ହେଉଛି ଭାରତରେ ବ୍ୟବହୃତ ସବୁଠାରୁ ସାଧାରଣ ଡକ୍ୟୁମେଣ୍ଟ, ଦେଶର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଆଧାରକାର୍ଡ ଅଛି। ସ୍କୁଲ-କଲେଜରେ ପ୍ରବେଶ କରିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ, ଆଧାରକାର୍ଡ ଆବଶ୍ୟକ। ଆଧାରକାର୍ଡ ତିଆରି…

ଟ୍ରମ୍ପଙ୍କ ଟାରିଫକୁ ଦେଖି ଆମେରିକା ମନ୍ତ୍ରୀ କହିଲେ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ

ଓ୍ବାଶିଂଟନ,୯।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଭାରତ ଏବଂ ଆମେରିକା ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ରଣନୈତିକ ପ୍ରୟାସକୁ ଦୁର୍ବଳ କରିଦେଇଛି। ସେ କହିଛନ୍ତି ଯେ…

ଧନକର ଏବେ କେଉଁଠି ଅଛନ୍ତି? ‘ଲାପତା ଲେଡିଜ’ ଶୁଣିଥିଲୁ, ହେଲେ ‘ଲାପତା ଉପରାଷ୍ଟ୍ରପତି’ ନୁହେଁ, ବଡ଼ ପ୍ରଶ୍ନ ଉଠାଇଲେ ସିବଲ

ନୂଆଦିଲ୍ଲୀ,୯।୮: ରାଜ୍ୟ ସଭା ଏମପି ଏବଂ ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଜଗଦୀପ ଧନକରଙ୍କ ସାଧାରଣରେ ଅନୁପସ୍ଥିତି ଉପରେ ଶନିବାର ପ୍ରଶ୍ନ ଉଠାଇଛନ୍ତି। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ସେ ‘ଲାପତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri