ସରିଲା ଦୁଲଦୁଲି: ୫ ଦିନରେ ୨.୭୮ କୋଟି କାରବାର

ଝାରସୁଗୁଡା, ୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାର ପାରମ୍ପରିକ ଲୋକକଳା ଓ ସଂସ୍କୃତିର ମହାକୁମ୍ଭ ’ଦୁଲଦୁଲି-୨୦୨୬’ ଚଳିତ ବର୍ଷ ବାଣିଜି୍ୟକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଝାରସୁଗୁଡ଼ା ଜିଲା ପ୍ରଶାସନ ଏବଂ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଲଦୁଲି-୨୦୨୬ ପଲ୍ଲୀଶ୍ରୀ ମେଳା ଜାନୁଆରୀ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ବିଟିଏମ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବରେ ପଲ୍ଲୀଶ୍ରୀ ଏବଂ ସ୍ୱଦେଶୀ ମେଳାର ସାମଗ୍ରିକ ବିକ୍ରି ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣିତ ହୋଇଛି।

୨୦୨୫ରେ ମୋଟ କାରବାର ୧.୫୦ କୋଟି ଟଙ୍କା ଥିବା ବେଳେ, ଏବର୍ଷ ଏହା ୨କୋଟି ୭୮ଲକ୍ଷରୁ ଅଧିକ ଟଙ୍କାରେ ପହଞ୍ଚିଛି। ମେଳାର ପ୍ରଥମ ଦିନରୁ ହିଁ ବିକ୍ରିର ଧାରା ଊର୍ଦ୍ଧ୍ୱମୁଖୀ ରହିଥିଲା। ତଥ୍ୟ ଅନୁଯାୟୀ, ପ୍ରଥମ ଦିନରେ ପ୍ରାୟ ୨୭ ଲକ୍ଷ ୨୮ହଜାର ୯୬୦ ଟଙ୍କାର କାରବାର ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଏହା ବୃଦ୍ଧି ପାଇ ୪୧ଲକ୍ଷ ୬୭ହଜାର ୬୭୫ ଟଙ୍କା ହୋଇଥିଲା। ତୃତୀୟ ଓ ଚତୁର୍ଥ ଦିନରେ ବ୍ୟବସାୟ ଯଥାକ୍ରମେ ୫୧ଲକ୍ଷ ୬୧ହଜାର ୨୦ ଟଙ୍କା ଏବଂ ୭୩ଲକ୍ଷ ୭୦ହଜାର ୯୮୦ ଟଙ୍କାର ବ୍ୟବସାୟ ହୋଇଥିଲା। ମେଳାର ଅନ୍ତିମ ଦିନ ଅର୍ଥାତ୍‌ ୫ ଜାନୁଆରୀରେ ସର୍ୱାଧିକ ୮୩ଲକ୍ଷ ୭୯ହଜାର ୬୬୦ ଟଙ୍କାର ସାମଗ୍ରୀ ବିକ୍ରି ହୋଇ ଏକ ନୂଆ ରେକର୍ଡ ସ୍ଥାପନ କରିଛି।

ମୋଟ ୨୩୦ଟି ଷ୍ଟଲ ମଧ୍ୟରୁ କେବଳ ପଲ୍ଲୀଶ୍ରୀ ମେଳାରୁ ୧.୭୨ କୋଟିରୁ ଅଧିକ ଏବଂ ସ୍ୱଦେଶୀ ମେଳାରୁ ପ୍ରାୟ ୩୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି। ରାଜ୍ୟର ୩୦ଟି ଜିଲାରୁ ଆସିଥିବା ପ୍ରାୟ ୨୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୩୦ରୁ ଅଧିକ ମହିଳା ସଦସ୍ୟାଙ୍କ ହାତ ତିଆରି ସାମଗ୍ରୀ ଯେପରିକି କନ୍ଧମାଳର ହଳଦୀ, ରାୟଗଡାର ଝାଡୁ, ସମ୍ୱଲପୁରୀ ହସ୍ତତନ୍ତ ଏବଂ ପୁରୀର ଚାନ୍ଦୁଆ ଭଳି ପାରମ୍ପରିକ ଉତ୍ପାଦ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?