ପ୍ରଶାସନଠୁ ନିରାଶ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ
କେନ୍ଦୁଝର,୨୧।୧୦(ସ୍ବ.ପ୍ର.): ପ୍ରଶାସନର ପ୍ରତିଶ୍ରୁତି ବିଫଳ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ କବିତ୍ରା ଗ୍ରାମ ମହାନ୍ତ ସାହିରେ। ଦୀର୍ଘଦିନ ହେବ ଜେନାସାହିରୁ ମହାନ୍ତ ସାହି ପର୍ଯ୍ୟନ୍ତ ରାସ୍ତାରେ ଖାଲଖମା…
୨୯୨ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
କୋରାପୁଟ,୨୧।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସ ପକ୍ଷରୁ ସୋମବାର ସ୍ଥାନୀୟ ପୋଲିସ ପଡିଆଠାରେ ୬୦ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶ ମାତୃକାର ସୁରକ୍ଷା କରିବା ନେଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨୯୨ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ…
ପୋଲିସର ବିଫଳତା ବିରୋଧରେ ଅଭିନବ ପ୍ରତିବାଦ: ଜୋତା ପଲିସ କଲେ ପୂର୍ବତନ ଭିଜିଲାନ୍ସ ଏସ୍ପି
ବାଲେଶ୍ୱର ଅଫିସ, ୨୧।୧୦-ବାଲେଶ୍ୱର ସହରରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ରାଜ୍। ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍ତରାଜ ଚଳାଇଛନ୍ତି। ପୋଲିସ ଏହାକୁ ରୋକିପାରୁନାହିଁ। ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି। ଗତ ୧୦ଦିନ ଭିତରେ ସହରରେ ଦୁଇଟି ଲୁଟ୍…
ମହିଳାଙ୍କ ମୃତ୍ୟୁକୁ ନେଇ ଗଣ୍ଡଗୋଳ, ସ୍ବାମୀ ଗିରଫ: ବାପଘର-ଶ୍ୱଶୁର ଘର ଲୋକେ ମୁହାଁମୁହିଁ
ବାଲେଶ୍ୱର ଅଫିସ/ରୂପ୍ସା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପରମାନନ୍ଦପୁର ଗ୍ରାମର ଜଣେ ମହିଳାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି। ଏହାକୁ କେନ୍ଦ୍ର କରି ସୋମବାର ପୂର୍ବାହ୍ନରେ ଡାକ୍ତରଖାନା ପରିସରରେ ମହିଳାଙ୍କ ବାପଘର ଓ ଶ୍ୱଶୁର…
ନିର୍ମାଣ ହେଉନି ସୁରେଶ୍ୱରୀ ପ୍ରକଳ୍ପ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଅହୋରାତ୍ର ଗଣଧାରଣା
ବଇଣ୍ଡା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ହେଉନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ସରକାର ଦୃଷ୍ଟି ଦେଉ ନ ଥିବା ଯୋଗୁ ସୋମବାର ଜୀବନଜୀବିକା…
ପାକିସ୍ତାନ ଦଳରେ କାଦିରଙ୍କ ପୁଅ ଉସ୍ମାନ
କରାଚୀ, ୨୧ା୧୦ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ ଏବଂ ଟେଷ୍ଟ ସିରିଜ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳ ଘୋଷଣା କରାଯାଇଛି। ଟି୨୦ ଦଳରେ କିମ୍ବଦନ୍ତୀ ସ୍ବର୍ଗତ ସ୍ପିନର ଅବ୍ଦୁଲ କାଦିରଙ୍କ ପୁଅ ଉସ୍ମାନଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ନିକଟରେ…
କ୍ଲିନ୍ ସୁଇପ୍ଠାରୁ ଭାରତ ୨ ଉଇକେଟ ଦୂରରେ : ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ୧୬ ଉଇକେଟର ପତନ
ରଞ୍ଚି,୨୧।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଉପରେ ଭାରତ ଚଳିତ ସିରିଜରେ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି। କ୍ରମାଗତ ଦ୍ୱିତୀୟଥର ଇନିଂସ ବିଜୟର ଦ୍ୱାରରେ ଭାରତ ପହଞ୍ଚିଛି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ…
୪ ମାସ ଧରି ସରୁନି ଡ୍ରେନ୍ କାମ: ମୁକୁଳା ଡ୍ରେନ୍ରେ ପଡ଼ି ବୃଦ୍ଧ ଗୁରୁତର
ଭଦ୍ରକ ଅଫିସ, ୨୧।୧୦- ଭଦ୍ରକ ପୌରାଞ୍ଚଳ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ନିକଟସ୍ଥ ନିର୍ମାଣାଧୀନ ଖୋଲା ଡ୍ରେନ୍ରେ ପଡ଼ି ସୋମବାର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ…
ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ
ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା ଢେର୍ ଦିନରୁ ନିର୍ବାହ କରାଯାଉଛି। ମା୍ଯଯତା ରହିଛି, ଯଦି କୌଣସି ବ୍ୟକ୍ତି ନିଜ ଝିଅକୁ…
ତହସିଲ କାର୍ଯ୍ୟାଳୟ ଘେରିଲେ ଫନୀ ସହାୟତାରୁ ବଞ୍ଚିତ ଚାଷୀ
ତିହିଡ଼ି,୨୧।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କାଁପଡ଼ା ପଞ୍ଚାୟତର ଫନୀ କ୍ଷତିଗ୍ରସ୍ତ ଚାଷୀମାନେ ସୋମବାର ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରଶାସନ ପକ୍ଷରୁ ଚଞ୍ଚକତା କରାଯାଇ ଚାଷୀମାନଙ୍କୁ ସହାୟତା ତାଲିକାରୁ ବାଦ୍ ଦେଇଥିବାରୁ ଏହାର ପ୍ରତିବାଦରେ ସେମାନେ ଏପରି…
ଅବସରପ୍ରାପ୍ତ ସୈନିକଙ୍କ ବାସଗୃହରୁ ଚୋରି: ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ
ଜଗନ୍ନାଥ ପ୍ରସାଦ,୨୧।୧୦ (ଡି.ଏନ୍. ଏ.) ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଶନିବାର ମଧ୍ୟରାତ୍ରିରେ ଅବସରପ୍ରାପ୍ତ ସୈନିକ ସୁଦର୍ଶନ ନାୟକଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଘରେ ସମସ୍ତେ ଶୋଇବା ପରେ ଦୁର୍ବୃତ୍ତ…
ଅପରାହ୍ନ ୪ଟା ସୁଦ୍ଧା ହରିୟାଣାରେ ୫୦, ମହାରାଷ୍ଟ୍ରରେ ୪୩ ପ୍ରତିଶତ ମତଦାନ
ନୂଆଦିଲ୍ଲୀ,୨୧।୧୦: ହରିୟାଣା ଓ ମହାରାଷ୍ଟ୍ରରେ ସୋମବାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଅପରାହ୍ନ ୪ଟା ସୁଦ୍ଧା ହରିୟାଣାରେ ୫୦.୫୯ ଓ ମହାରାଷ୍ଟ୍ରରେ ୪୩.୭୦ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି। ଏହାକୁ ଦେଖିଲେ ଲାଗୁଛି…

